Jaya Kishori Net Worth: ଏତେ କୋଟିର ମାଲିକାଣୀ ଜୟା କିଶୋରୀ

Jaya Kishori Net Worth: ପ୍ରବଚିକା ଜୟା କିଶୋରୀ (Jaya Kishori) ଆଜିକାଲି ବହୁ ଚର୍ଚ୍ଚାରେ ଅଛନ୍ତି। ପ୍ରସିଦ୍ଧ ପ୍ରବଚିକା ତଥା ପ୍ରେରଣାଦାୟୀ ବକ୍ତା ଜୟା କିଶୋରୀ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କେତେ କୋଟିର ମାଲିକାଣୀ ଅଟନ୍ତି ଜୟା କିଶୋରୀ(Jaya Kishori Net Worth) । ପଢନ୍ତୁ ଏହି ଖବର...

Tue, 06 Jun 2023-9:14 am,
1/5

ପ୍ରବଚିକା ଜୟା କିଶୋରୀ , ଆଧ୍ୟାତ୍ମିକ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ଚାତକ ପରି ଚାହିଁ ରହିଥାଆନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ।

 

2/5

୧୯୯୫,  ଜୁଲାଇ ୧୩ରେ ଜୟା କିଶୋରୀ ପଶ୍ଚିମବଙ୍ଗର କୋଲକାତା ସହରରେ ଜନ୍ମ ଗ୍ରହଣ କରିଥିଲେ। ଜୟା କିଶୋରୀଙ୍କ ଅସଲି ନାମ ଜୟା ଶର୍ମା ଅଟେ । କିଶୋରୀର ଉତ୍ପାଧି ତାଙ୍କୁ ତାଙ୍କ ଗୁରୁଙ୍କ ଠାରୁ ମିଳିଥିଲା । ନିଜ ଫିଟନେସକୁ ନେଇ ମଧ୍ୟ ସେ ଅଧିକ ସମୟ ଚର୍ଚ୍ଚାରେ ଥାଆନ୍ତି।

3/5

ଜୟା କିଶୋରୀ ପ୍ରବଚନ ଦେବାରେ ଯେତିକି ଧୁରନ୍ଦର , ପାଠପଢାରେ ମଧ୍ୟ ସେମିତି ଆଗୁଆ ।  ପ୍ରବଚିକା ଜୟା କିଶୋରୀ ବିକମ୍ (B.COM) ପର୍ଯ୍ୟନ୍ତ ପାଠ ପଢିଛନ୍ତି।

4/5

ତେବେ ସେ ଗୋଟିଏ ପ୍ରବଚନ ଦେବା ପାଇଁ ପାଖାପାଖି ୯ ଲକ୍ଷ ୫୦ ହଜାର ଫି ନିଅନ୍ତି । ଏହା ବ୍ୟତିତ ଜୟା କିଶୋରୀ ଜଣେ ଭଜନ ଗାୟିକା ।  ତାଙ୍କର ଅନେକ ଭିଡିଓ ରିଲିଜ୍ ହୋଇଛି, ଯାହା ୟୁଟ୍ୟୁବରେ ଦେଖିବାକୁ ମିଳେ । ଏଥିରୁ ମଧ୍ୟ ସେ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି। 

5/5

କହିବାକୁ ଗଲେ ଜୟା କିଶୋରୀ ବର୍ଷକୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି।  ସେ ଏହି ଆୟର ଏକ ପ୍ରମୁଖ ଅଂଶ ଜୟପୁରର ନାରାୟଣ ସେବା ସଂସ୍ଥାକୁ ଦାନ କରନ୍ତି । ସେଠାରେ ଭିନ୍ନକ୍ଷମମାନଙ୍କ ପାଇଁ କୃତ୍ରିମ ହାତ ଓ ପାଦ ପ୍ରସ୍ତୁତ କରାଯାଏ । ତେବେ, ଜୟା କିଶୋରୀଙ୍କ ମୋଟ ସମ୍ପତିର ମୂଲ୍ୟ ୧.୫ ରୁ ୨ କୋଟି ବୋଲି କୁହାଯାଉଛି। ଏହା ବ୍ୟତିତ ତାଙ୍କ ପାଖରେ ଦାମୀ ଗାଡି ଓ ବଙ୍ଗଳା ମଧ୍ୟ ରହିଛି । 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link