Ketu Gochar 2024: କେତୁଙ୍କ ଚଳନ ଆଣୁଛି ଶୁଭଦିନ, ଖୁବଶୀଘ୍ର ଏହି ୩ରାଶି ଧନବାନ
Ketu Gochar 2024:ଜ୍ୟୋତିଷ ଶାସ୍ତ୍ରରେ ମୁକ୍ତିର କାରକ କେତୁ ଗ୍ରହର ବିଶେଷ ମହତ୍ତ୍ୱ ରହିଛି। କେତୁଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନ ହେଲେ ଏହାର ଶୁଭ ଓ ଅଶୁଭ ପ୍ରଭାବ ୧୨ଟି ରାଶିର ବୁଦ୍ଧି, ଜ୍ଞାନ, ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଉପରେ ପଡ଼ିଥାଏ। ବୈଦିକ ପଞ୍ଚାଙ୍ଗ ଅନୁଯାୟୀ, ୨୦୨୪ ନଭେମ୍ବର ୧୦ ତାରିଖ ପୂର୍ବ ଦିନ ରାତି ୧୧ଟା ୩୧ ମିନିଟରେ ପାପ ଗ୍ରହ କେତୁ ଉତ୍ତରା ଫାଲଗୁନି ନକ୍ଷତ୍ରରେ ପରିକ୍ରମା କରିଛି। ୨୭ଟି ନକ୍ଷତ୍ର ମଧ୍ୟରୁ ଉତ୍ତରା ଫାଲଗୁନି ନକ୍ଷତ୍ର ଦ୍ୱାଦଶ ସ୍ଥାନରେ ରହିଛି, ଯାହାର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ ଦେବତା।
ସୂର୍ଯ୍ୟ ନକ୍ଷତ୍ରରେ କେତୁଙ୍କ ଗୋଚର ୧୨ଟି ରାଶିର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ଯଦିଓ ଏହି ଚଳନ କିଛି ଲୋକଙ୍କ ପାଇଁ ଭଲ ହେବ ନାହିଁ, ତେବେ କିଛି ଲୋକ ମଧ୍ୟ ଏଥିରୁ ଉପକୃତ ହେବେ ।
Also Read: Weekly Financial Horoscope: ଆର୍ଥିକ ଦୃଷ୍ଟିରୁ କେମିତି କଟିବ ଆଗାମୀ ସପ୍ତାହ, ଜାଣନ୍ତୁ ପୂରା ସପ୍ତାହର ରାଶିଫଳ
ଆସନ୍ତୁ ଜାଣିବା ସେହି ତିନୋଟି ରାଶି ବିଷୟରେ, ଯେଉଁମାନଙ୍କୁ କେତୁଙ୍କ ଏହି ଚଳନ ଦ୍ୱାରା ବିଶେଷ ଲାଭ ମିଳିବାର ସମ୍ଭାବନା ରହିଛି ।
ବୃଷ ରାଶି କେତୁ ଚଳନ ହେତୁ ବୃଷ ରାଶିର ବ୍ୟକ୍ତିଙ୍କ ଜୀବନରେ ସକାରାତ୍ମକତା ପ୍ରଭାବ ରହିବ। ବେକାର ବ୍ୟକ୍ତିଙ୍କୁ ଇଚ୍ଛିତ କମ୍ପାନିରେ କାମ କରିବାର ସୁଯୋଗ ମିଳିପାରେ, ଯାହା ଫଳରେ ମାନସିକ ଚାପ ହ୍ରାସ ପାଇବ। ଅଫିସରେ ଚାଲିଥିବା ସମସ୍ୟା ର ଅନ୍ତ ଘଟିବ, ଯେଉଁକାରଣରୁ ଆପଣ ନିଜର ଟାର୍ଗେଟକୁ ଠିକ୍ ସମୟରେ ପୂରଣ କରିବେ । ବ୍ୟବସାୟୀମାନେ ହଠାତ୍ ଧନ ଲାଭ ହେତୁ ସମ୍ପତ୍ତି କ୍ରୟ କରିପାରନ୍ତି। ଏଥି ସହିତ ବ୍ୟବସାୟ ସମ୍ପ୍ରସାରଣର ଦୃଢ଼ ସମ୍ଭାବନା ରହିଛି।
ଧନୁ ରାଶି ଆଜିଠାରୁ ଆଗାମୀ କିଛିଦିନ ଧନୁ ରାଶିର ଲୋକଙ୍କ ଭାଗ୍ୟର ସାଥ୍ ଦେବ କେତୁ ଚଳନ। ବ୍ୟବସାୟରେ ଲାଭ ହେତୁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଚାକିରିରେ ସ୍ଥିରତା ରହିବ, ଯେଉଁ କାରଣରୁ ଅଫିସରେ ନିଜ ଦାୟିତ୍ୱକୁ ଭଲ ଭାବରେ ନିର୍ବାହ କରିବେ। ଧନୁ ରାଶିର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ସୁଦୃଢ଼ ହେବ। ରୋମାନ୍ସ ମଧ୍ୟ ବୃଦ୍ଧି ପାଇବ। ଯେଉଁମାନଙ୍କ ସ୍ୱାସ୍ଥ୍ୟ ଦୀର୍ଘ ଦିନ ଧରି ଖରାପ ରହିଛି, ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାର ସମ୍ଭାବନା ରହିଛି ।
କୁମ୍ଭ ରାଶି ପାପ ଗ୍ରହ କେତୁଙ୍କ ଚଳନ କୁମ୍ଭ ରାଶିର ଲୋକଙ୍କ ପାଇଁ ଭଲ ରହିବ। ବ୍ୟବସାୟରେ ଲାଭ ଦ୍ୱାରା ଅର୍ଥ ସଙ୍କଟ ଦୂର ହେବ। ଦୋକାନୀଙ୍କ ଅଟକି ରହିଥିବା କାମ ଆଗାମୀ କିଛି ଦିନ ମଧ୍ୟରେ ପୂରା ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ଏହି ମାସରେ ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ସମ୍ପର୍କ ସ୍ଥିର ହୋଇପାରେ।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)