Dara Singh: ହନୁମାନ ଭୂମିକାରେ ଅଭିନୟ ବେଳେ କିଛି ଏଭଳି କାମ କରିଥିଲେ ଦାରା ସିଂ

Dara Singh Death Anniversary: କୁସ୍ତି ଯୋଦ୍ଧା, ଅଭିନେତା, ନିର୍ଦ୍ଦେଶକ ତଥା ରାଜନେତା ଭାବେ ଖ୍ୟାତି ଅର୍ଜନ କରିଥିବା ଦାରା ସିଂଙ୍କ ଆଜି ୧୧ତମ ପୂଣ୍ୟ ବାର୍ଷିକୀ ଅଟେ । ସେ ଭାରତର ପ୍ରଥମ ଅନ୍ତର୍ଜାତୀୟ ରେସଲର ଅଟନ୍ତି ଯାହାଙ୍କ ନାଁରେ ଅନେକ ବଡ଼ ବଡ଼ ରେକର୍ଡ ରହିଛି । ୬`୨ ଉଚ୍ଚତା ଓ ୧୨୭ ଓଜନର ଦାରା ଖେଳିଥିବା ୫୦୦ ମୁକାବିଲାରେ କେବେ ବି ପରାଜୟ ବରଣ କରିନାହାଁନ୍ତି । ଏଭଳି ଅନେକ କୀର୍ତ୍ତିମାନ୍ ଯୋଗୁଁ ସେ ସାରା ବିଶ୍ୱରେ ପ୍ରସିଦ୍ଧ ଥିଲେ । ତେବେ ଚାଲନ୍ତୁ ଆଜି ତାଙ୍କ ବିଷୟରେ ଜାଣିବା କିଛି ଜଣା ଓ ଅଜଣା କଥା ।

Wed, 12 Jul 2023-2:02 pm,
1/7

ଦାରା ସିଂ ୧୯୨୮ ମସିହା ନଭେମ୍ବର ୧୯ ତାରିଖରେ ପଞ୍ଜାବ ଧରମୁଚକ ଗାଁର ଏକ ଶିଖ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଜନ୍ମ ସମୟରେ ତାଙ୍କ ନାଁ ଦିଦାରି ସିଂ ରାଧୱା ରଖାଯାଇଥିଲା। ପିଲାଦିନରୁ ତାଙ୍କ ଶରୀର ଅନ୍ୟ ପିଲାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲା ।

2/7

ଗାଁର ପରମ୍ପରା ଅନୁଯାୟୀ, ଅନ୍ୟ ପିଲାମାନଙ୍କ ପରି ବହୁ କମ୍ ବୟସରେ ଦାରା ସିଂଙ୍କ ବିବାହ ହୋଇଥିଲା । ଦାରା ସିଂ ୧୯୪୨ ମସିହା ବିବାହ କରିଥିଲେ ସେତେବେଳଙ୍କୁ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା । ବିବାହର ୩ ବର୍ଷ ପରେ ସେ ପିତା ହୋଇଥିଲେ, ସେତେବେଳେ ତାଙ୍କ ବୟସ ମାତ୍ର ୧୭ ବର୍ଷ ଥିଲା ।

3/7

ନିଜର ଶକ୍ତିଶାଳୀ ଶରୀରକୁ ଫିଟ୍ ରଖିବା ପାଇଁ ଦାରା ସିଂ ପ୍ରତିଦିନ ୨ ଲିଟର କ୍ଷୀର ପିଉଥିଲେ । ଏହା ବ୍ୟତୀତ, ଦୈନନ୍ଦିନ ସେ ଅଧ କିଲୋ ମଟନ୍, ଘିଅ, ୮ରୁ ୧୦ ପଟ ରୁଟି, ୧୦୦ଟି ବାଦାମ, କାଜୁ ଓ କିସମିସ୍ ଖାଉଥିଲେ ।

4/7

ନିର୍ଦ୍ଦେଶକ ମହମ୍ମଦ ହୁସେନ୍ ଦାରା ସିଂଙ୍କୁ ନିଜ ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ କାଷ୍ଟ କରିବାକୁ ଚାହୁଁଥିଲେ। ସେ କୌଣସି ପ୍ରକାରେ ଏଥିପାଇଁ ଦାରାଙ୍କୁ ରାଜି କରାଇଥିଲେ ମଧ୍ଯ କୌଣସି ହିରୋଇନ୍ ତାଙ୍କ ସହ କାମ କରିବାକୁ ରାଜି ନଥିଲେ । ଦାରାଙ୍କ ସାମ୍ନାରେ ଛୋଟ ଦେଖାଯିବା ଭୟରେ ବହୁ ହିରୋଇନ୍ ଏହି ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ଏହି ଅଫର ମୁମତାଜଙ୍କ ନିକଟକୁ ଆସିଥିଲା ​​। ଏହା ପୂର୍ବରୁ କେବେ ଲିଡ଼ ରୋଲରେ ନଜର ଆସିନଥିବା ଏହି ଅଭିନେତ୍ରୀ ଅଫରକୁ ଗ୍ରହଣ କରିଥିଲେ ।

5/7

୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ​​ସୁପରହିଟ୍ ହୋଇଥିଲା । ଏହି ଯୋଡି଼କୁ ଦର୍ଶକ ଏତେ ପସନ୍ଦ କରିଥିଲେ ଯେ, ଏହାପରେ ଉଭୟ ପ୍ରାୟ ୧୬ଟି ଚଳଚ୍ଚିତ୍ରରେ ଏକାଠି ନଜର ଆସିଥିଲେ ।

6/7

 ୮୦ ଦଶକରେ ଯେତେବେଳେ ରାମାନନ୍ଦ ସାଗର ରାମାୟଣ ଧାରାବାହିକ ନିର୍ମାଣ ପାଇଁ ଚିନ୍ତା କରିଥଲେ, ସେତେବେଳେ ବହୁ ଲୋକେ ହନୁମାନ ଭୂମିକା ପାଇଁ ଦାରା ସିଂଙ୍କ ନାମ ପରାମର୍ଶ ଦେଇଥିଲେ। ପୂର୍ବରୁ ଅନେକ ପୌରାଣିକ ଫିଲ୍ମରେ ଭୀମ ସେନ୍, ଭଗବାନ ଶିବ ଓ ବଜରଙ୍ଗ ବଲିଙ୍କ ଭୂମିକାରେ ନଜର ଆସିଥିବା ଦାରା ସିଂଙ୍କୁ ଏହି ଧାରାବାହିକରେ ହନୁମାନ ଚରିତ୍ରରେ ଦେଖିବାକୁ ମିଳିଥିଲା ।

7/7

ପ୍ରତିଦିନ ଅଧା କିଲୋ ମାଂସ ଖାଉଥିବା ଦାରା ସିଂ ହନୁମାନଙ୍କ ଭୂମିକାରେ ଅଭିନୟ କରିବା ପରେ ମାଂସ ଖାଇବା ଛାଡ଼ି ଶାକାହାରୀ ହୋଇଯାଇଥିଲେ। ସେ ୧୯୬୧ ମସିହାରେ ସୁରଜିତ୍ କୌରଙ୍କୁ ଦ୍ବିତୀୟ ବିବାହ କରିଥିଲେ। ବିନ୍ଦୁ ଦାରା ସିଂ ସୁରଜିତ ଓ ଦାରା ସିଂ ପୁଅ ଅଟନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link