Onion for Diabetes: ମଧୁମେୟ ରୋଗୀଙ୍କ ପାଇଁ କେତେ ଲାଭଦାୟୀ ପିଆଜ?

Onion for Diabetes: ଆଜିକାଲି ଘରେ ଘରେ ମଧୁମେୟ ରୋଗୀଙ୍କୁ ଦେଖିବାକୁ ମିଳୁଛି । ଉପଯୁକ୍ତ ଖାଦ୍ୟ ପାନୀୟ ଓ ଜୀବନଶୈଳୀ ଫଳରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।

ଜୀ ଓଡ଼ିଶା ଡେସ୍କ Tue, 21 Nov 2023-12:53 pm,
1/5

ଏପରି ଅନେକ ଖାଦ୍ୟ ଅଛି ଯାହାକୁ ମଧୁମେୟ ରୋଗୀଙ୍କୁ ଖାଇବା ଲାଗି ବାରଣ କରାଯାଇଥାଏ । ତେବେ ମଧୁମେୟ ରୋଗୀ ପିଆଜ ଖାଇବା ଉଚିତ୍ କି ନୁହେଁ ଏହାକୁ ନେଇ ଅନେକଙ୍କ ମନରେ ଦ୍ବନ୍ଦ ରହିଛି ।

2/5

ପିଆଜରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡ଼ାଣ୍ଟ, ଫାଇବର ଓ ଭିଟାମିନ୍ ସି ରହିଛି । ଯାହା ମଣିଷ ଶରୀର ପାଇଁ ବେଶ ଲାଭଦାୟୀ ଅଟେ ।ଏହା ସହ ଏଥିରେ ପର୍ଯ୍ୟାପ୍ତ ପରିମାଣର ସୋଡ଼ିୟମ୍, ଫାଇବର, କ୍ୟାଲସିୟମ୍, ଆଇରନ୍, ମ୍ୟାଗନେସିୟମ୍, ଫସଫରସ, ପୋଟାସିୟମ୍ ଓ ଭିଟାମିନ୍ ଏ ରହିଛି ।

3/5

ମଧୁମେୟ ରୋଗୀ କଞ୍ଚା ପିଆଜ ଖାଇବା ବେଶ ଲାଭଦାୟୀ ହୋଇଥାଏ । ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ । ଫଳରେ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ଯ ସହାୟକ ହୋଇଥାଏ ।  

4/5

ପିଆଜରେ ଥିବା ଫ୍ଲାଭୋନାଏଡ଼ ଶରୀରରେ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ପର୍ଯ୍ୟାପ୍ତ ପରିମାଣର ପିଆଜ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

5/5

ଏହା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ହୃଦୟ ଜନିତ ସମସ୍ୟାକୁ ଦୂର କରିଥାଏ । କାଶ କିମ୍ବା ଥଣ୍ଡା ହେଲେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ଭରପୂର ଜିନିଷ ଖାଇବା ଏବଂ ପିଇବାକୁ ପରାମର୍ଶ ଦିଆଯାଏ, ଯାହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଉଥିବା ଜୀବାଣୁ ନଷ୍ଟ ହୋଇଯାଆନ୍ତି। କଞ୍ଚା ପିଆଜରେ ପ୍ରଚୁର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଛୋଟ ସଂକ୍ରମଣ ଏହାର ବ୍ୟବହାର ଦ୍ୱାରା ଦୂରରେ ରହିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link