Lucky Zodiac Sign: ଜୁଲାଇ ୬ରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 6th July 2024: ଆଜି ଜୁଲାଇ ୬ ଶନିବାର। ଆଜି ଚନ୍ଦ୍ର ମିଥୁନ ରାଶିର ଉପରାନ୍ତ ରାଶି କର୍କଟକୁ ଚଳନ କରିବେ। ଏହା ସହିତ ଆଜି ଆଷାଢ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି। ଆଜି ଦିନରେ ଏକ ସଂଗେ ଏହି ଦିନ ହର୍ଷଣ ଯୋଗ, ତ୍ରିପୁଷ୍କର ଯୋଗ ଓ ପୁନର୍ବସୁ ନକ୍ଷତ୍ରର ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ଶୁଭ ସଂଯୋଗ ଫଳରେ ୫ଟି ରାଶିକୁ ଧନ ସହିତ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି। ଏହି ୫ ରାଶିଙ୍କ ପାଇଁ ସମସ୍ତ ପ୍ରକାରର ଆୟର ରାସ୍ତା ଖୋଲିବ। ମାଲେମାଲ ହେବେ ଏହି ୫ ରାଶି।

Prabhudatta Moharana Fri, 05 Jul 2024-11:20 pm,
1/5

ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ରହିବ। ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ଦୃଢ ସଂକଳ୍ପ ସହିତ କାର୍ଯ୍ୟ କରିବେ। ସଫଳତାର ଶୀର୍ଷରେ ପହଞ୍ଚିବେ। ଆୟର ମାତ୍ରା ବୃଦ୍ଧି ପାଇବ। ଚାକିରି ଖୋଜୁଥିବା ବ୍ୟକ୍ତି ତଥା ଯୁବକଙ୍କୁ ନୂତନ କର୍ମକ୍ଷେତ୍ରରେ ନିଯୁକ୍ତି ମିଳିବ। ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ପ୍ରଶଂସାର ପାତ୍ର ହୋଇ ପାରନ୍ତି।ବନ୍ଧୁମାନଙ୍କ ସହିତ ବୁଲିବାକୁ ଯାଇପାରନ୍ତି। ବ୍ୟବସାୟରେ ନୂଆ ପ୍ରୟାସ କରି ସଫଳ ହୋଇପାରନ୍ତି। ଭାଇଭଉଣୀଙ୍କ ସହିତ ସମ୍ପର୍କ ପୁନର୍ବାର ମଜବୁତ ହେବ।କର୍ମକ୍ଷେତ୍ରରେ ଆପଣଙ୍କର ଦବଦବା ବୃଦ୍ଧି ପାଇବ। ବୈବାହିକ ଜୀବନର ଖୁସି ବଢିବ। 

2/5

କନ୍ୟା ରାଶି ଶୁଭ ଖବରରୁ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କର ଦିନଟି ଆରମ୍ଭ ହେବ। ଶନିଦେବଙ୍କ କୃପାରୁ ଆର୍ଥିକ ସ୍ଥିତି ମଜବୁତ ହେବ। ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିବ। କ୍ୟାରିୟରରେ ସଫଳତା ଆସିବ। ଅନିଶ୍ଚିତତା ଦୂର ହେବ। ବୃତ୍ତିଗତ ଜୀବନରେ ସଫଳତା ଶୀର୍ଷରେ ପହଞ୍ଚିବ। ବିଦେଶ ଗସ୍ତର ମଧ୍ୟ ଯୋଗ ରହିଛି। ପରିବାରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇପାରେ। ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ କୌଣସି ବିଶେଷଜ୍ଞ କିମ୍ବା ଜୀବନସାଥୀଙ୍କ ସହିତ ଆଲୋଚନା କରି ଆରମ୍ଭ କରନ୍ତୁ। ସଫଳତା ନିଶ୍ଚିତ ମିଳିବ। ସମ୍ପତ୍ତି କିମ୍ବା ଯାନବାହନ କିଣିବାର ସୁଯୋଗ ରହିଛି। 

3/5

ବିଛା ରାଶି ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଲାଭ ଦାୟକ ରହିବ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ସୁଖସ୍ୱାଛନ୍ଦରେ ଜୀବନ ଅତିବାହିତ କରିବେ। ବ୍ୟବସାୟୀମାନେ ବ୍ୟବସାୟିକ ମୋର୍ଚ୍ଚାରେ ନେତୃତ୍ୱ ନେବେ। ବ୍ୟବସାୟରେ ମଜବୁତ ସ୍ଥିତିରେ ରହିବେ। ଚାକିରିଆମାନଙ୍କର କର୍ମକ୍ଷେତ୍ରରେ ଲାଗି ରହିଥିବା ଚିନ୍ତା ଦୂର ହେବ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବେଶ ମଜବୁତ ରହିବ। ବାପା-ମାଙ୍କ ସ୍ୱାସ୍ଥ୍ୟବସ୍ଥା ଉନ୍ନତ ରହିବ। ନବବିବାହିତଙ୍କ ଘରକୁ ବନ୍ଧୁ ପରିଜନଙ୍କ ଆଗମନ ହୋଇପାରେ। 

4/5

ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଅନୁକୂଳ ରହିବ। ମକର ରାଶିର ବ୍ୟକ୍ତିମାନେ ଜୀବନକୁ ଭରପୁର ଉପଭୋଗ କରିବେ।ଆପଣଙ୍କ ଯୋଗ୍ୟତା ଓ କ୍ଷମତାରେ ବୃଦ୍ଧି ହେବ। ପରିବାରରେ ଯଦି କୌଣସି ବିବାଦ ଲାଗି ରହିଥିବା ତାହା ଅନ୍ତ ହେବ। ଅଟକି ଥିବା ଘରୋଇ କାର୍ଯ୍ୟ ଶେଷ ହେବ। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖସ୍ୱାଛନ୍ଦରେ ବିତିବ। ଚାକିରିଆମାନଙ୍କୁ ପରିଶ୍ରମର ମୁଲ୍ୟ ମିଳିବ। ସବୁ ପ୍ରକାରର ସଫଳତା ମିଳିବ। ବ୍ୟବସାୟରେ ବୃଦ୍ଧି ହେବ। ଆପଣଙ୍କର ପ୍ରସ୍ତାବରେ ସମସ୍ତେ ପ୍ରଭାବିତ ହୋଇପାରନ୍ତି। ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି। 

5/5

ମୀନ ରାଶି ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଦିନଟି ବେଶ ଭଲ ରହିବ। ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଧନଲାଭର ଯୋଗ ରହିଛି। ଚାକିରି ସହିତ ବ୍ୟବସାୟରେ ମଧ୍ୟ ସଫଳତା ହାସଲ କରିବେ ଏହି ରାଶିର ବ୍ୟକ୍ତି ବିଶେଷ। ବୈବାହିକ ଜୀବନରେ ସମ୍ପର୍କରେ ମଧୁରତା ଭରିଯିବ। ଦମ୍ପତିମାନଙ୍କ ପାଇଁ ଭ୍ରମଣ ଯୋଗ ରହିଛି। କର୍ମକ୍ଷେତ୍ରରେ ଆପଣଙ୍କୁ କିଛି ନୂଆ ପ୍ରୋଜେକ୍ଟରେ କାର୍ଯ୍ୟ କରିବାର ସୁଯୋଗ ମିଳିପାରେ। ଏଥିପାଇଁ ଉପରିସ୍ଥ ଅଧିକାରୀମାନଙ୍କର ସହଯୋଗ ମିଳିପାରେ। ଶନିଦେବଙ୍କ କୃପାରୁ ଧନଲାଭ ସହିତ ବିଦେଶ ଭ୍ରମଣର ଯୋଗ ରହିଛି। ନିବେଶକମାନେ ମୋଟାଅଙ୍କର ଲାଭ ରୋଜଗାର କରିପାରନ୍ତି। ଦୀର୍ଘ ଦିନରୁ ଅଟକିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିପାରେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link