Lucky Zodiac Sign: ଅକ୍ଟୋବର ୧୭ରେ ସ୍ୱାର୍ଥସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 17th October 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Prabhudatta Moharana Thu, 17 Oct 2024-7:09 am,
1/5

ମିଥୁନ ରାଶି ଆଜି  ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ହେବାକୁ ଯାଉଛି। ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ପ୍ରତିଟି କ୍ଷେତ୍ରରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ପୂଜାପାଠରେ ସାମିଲ ହେବା ଫଳରେ ମାନସିକ ସ୍ତରରେ ଶାନ୍ତି ମିଳିବ। ବ୍ୟବସାୟ ସହିତ ଜଡିତ ବ୍ୟକ୍ତିବିଶେଷମାନଙ୍କୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସମର୍ଥନ ମିଳିବ। ନୂଆ ଆଇଡିଆକୁ ନେଇ କାର୍ଯ୍ୟ କରିବେ। ବ୍ୟବସାୟୀ ବୃଦ୍ଧି ପାଇବ। ଚାକିରିଆମାନଙ୍କୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ନୂଆ ପ୍ରୋଜେକ୍ଟରେ ସଫଳତା ମିଳିବ। ବୈବାହିକ ଜୀବନରେ ସମସ୍ୟା ଦୂର ହେବ। ଭାଇ ଭଉଣୀମାନଙ୍କ ସହିତ ସମ୍ପର୍କ ମଜବୁତ ହେବ। 

2/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଅନୁକୂଳ ହେବାକୁ ଯାଉଛି। ସିଂହ ରାଶିର ବ୍ୟକ୍ତିବିଶେଷମାନେ ଆଜି ଖୁସିର ଖବର ପାଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଝାଳବୁହା ପରିଶ୍ରମ କରିପାରନ୍ତି। ଋଣମୁକ୍ତ ହେବେ। ଅନଲାଇନରେ କିଣାକିଣି କରିପାରନ୍ତି। ଜୀବନସାଥୀଙ୍କ ସହିତ ମିଶି ସନ୍ତାନମାନଙ୍କର ଭବିଷ୍ୟତକୁ ନେଇ ଆଲୋଚନା କରିପାରନ୍ତି। ବ୍ୟବସାୟୀମାନେ ପୂଜାପାର୍ବଣରେ ମୋଟା ଅଙ୍କର ଲାଭ ରୋଜଗାର କରିବେ। ଚାକିରିଆମାନେ ସେମାନଙ୍କର ଲକ୍ଷ୍ୟ ପୁରଣ କରିବାରେ ସକ୍ଷମ ହେବେ। ସେହିପରି କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ। କ୍ୟାରିୟରର ମଜବୁତ ହେବ। ସନ୍ଧ୍ୟାରେ ସମୟରେ ପିଲାମାନଙ୍କର ସହିତ ସମୟ ଅତିବାହିତ କରିବେ। 

3/5

ତୁଳା ରାଶି ଆଜି ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫାଇଦାରେ ରହିବ। ତୁଳା ରାଶିର ବ୍ୟକ୍ତିବିଶେଷମାନେ ଆଜି ଅଧୁରା କାର୍ଯ୍ୟ ପୁରଣ କରିବେ। ଦିନଟି ବ୍ୟସ୍ତବହୁଳ ରହିବ। ଘର କାର୍ଯ୍ୟରେ ସମୟ ଅତିବାହିତ ହୋଇପାରେ। ପରିବାରରେ କୌଣସି ସଦସ୍ୟ ସରକାରୀ ଚାକିରିରେ ଯୋଗ ଦେଇପାରନ୍ତି। ସାମାଜିକ ସ୍ତରରେ ଆପଣଙ୍କ ପ୍ରଭାବରେ ବୃଦ୍ଧି ପାଇପାରେ। ବ୍ୟବସାୟୀଙ୍କୁ ଭଲ ଲାଭ ମିଳିପାରେ। ସମ୍ପର୍କିୟଙ୍କ ସହିତ ସମୟ ଅତିବାହିତ କରିପାରନ୍ତି। ସନ୍ତାନମାନଙ୍କର ସଫଳତା ଦେଖି ମନ ଖୁସି ହେବ। 

4/5

ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ମକର ରାଶିର ବ୍ୟକ୍ତିବିଶେଷ ନିଜର ପୂର୍ବ ସାଥୀଙ୍କୁ ଭେଟି ପାରିନ୍ତି। ଆପଣ ଏକ ନୂତନ ସମ୍ପର୍କ ଆରମ୍ଭ କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବ୍ୟବସାୟୀମାନେ ଅନ୍ଧ ଭାବରେ କାହାକୁ ବିଶ୍ୱାସ କରିବା ଉଚିତ୍ ନୁହେଁ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଚାକିରି ଏବଂ ବ୍ୟବସାୟରେ ବାଧା ଦୂର ହେବ। ଟଙ୍କା ଆସିବା ବୃଦ୍ଧି ପାଇବ। ବୃତ୍ତିଗତ ଜୀବନରେ କିଛି ଉତ୍ଥାନ-ପତନ ଘଟିବ, କିନ୍ତୁ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହୋଇଯିବ।

5/5

ମୀନ ରାଶି ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭପ୍ରଦ ରହିବାକୁ ଯାଉଛି। ଆଜି ଆପଣଙ୍କ ସାମାଜିକ ସ୍ଥିତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଟଙ୍କା ପ୍ରବାହ ପାଇଁ ନୂତନ ରାସ୍ତା ପକ୍କା ହେବ, କିନ୍ତୁ ଗାଡିର ରକ୍ଷଣାବେକ୍ଷଣରେ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ। ଆଜି ଟଙ୍କା ସମ୍ବନ୍ଧୀୟ ନିଷ୍ପତ୍ତିଗୁଡିକ ଅତି ଯତ୍ନର ସହିତ ନିଅନ୍ତୁ। ଶିକ୍ଷାଗତ କାର୍ଯ୍ୟରେ ଆପଣ ଶୁଭ ଫଳାଫଳ ପାଇବେ। ଛାତ୍ରମାନେ କଠିନ ପରିଶ୍ରମ ପରେ ହିଁ ସଫଳତା ହାସଲ କରିବେ। ଜୀବନସାଥୀ ସହିତ ଅସନ୍ତୋଷର ଲକ୍ଷଣ ଅଛି। ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ। ସକରାତ୍ମକ ହୁଅନ୍ତୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link