Lucky Zodiac Sign: ଅଗଷ୍ଟ ୮ରେ ସିଦ୍ଧ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 08 August 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Prabhudatta Moharana Thu, 08 Aug 2024-12:11 am,
1/5

ମେଷ ରାଶି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭ ଦାୟକ ରହିବ। ମେଷ ରାଶି ଲୋକମାନେ ବିପୁଳ ପରିମାଣର ଅର୍ଥ ଲାଭର ଯୋଗ ରହିଛି। ଭବିଷ୍ୟତକୁ ନେଇ ଚିନ୍ତାମୁକ୍ତ ରହିବେ। ଯଦି ଆପଣ ବିନିଯୋଗ କରିବାକୁ ଚାହାଁନ୍ତି ତେବେ ଆଜି ଆପଣଙ୍କ ପାଇଁ ଦିନଟି ବେଶ ଶୁଭ ରହିବ। କର୍ମକ୍ଷେତ୍ରରେ ବ୍ୟକ୍ତିମାନେ ଉପରିସ୍ଥ ଅଧିକାରୀଙ୍କ ସମର୍ଥନ ପାଇବେ। ବ୍ୟବସାୟରେ ଅଗ୍ରଗତି ଦେଖି ବ୍ୟବସାୟୀମାନେ ଖୁସି ହେବେ। ବିଳାସପୂର୍ଣ୍ଣ ପରିବେଶ ଉପଭୋଗ କରିବେ।

2/5

କର୍କଟ ରାଶି କର୍କଟ ରାଶିର ଲୋକମାନଙ୍କ ପାଇଁ ଦିନଟି ବେଶ ଉତ୍ସାହପୂର୍ଣ୍ଣ ରହିବ। କର୍କଟ ରାଶିର ବ୍ୟକ୍ତିବିଶେଷମାନେ ଭଗବାନ ବିଷ୍ଣୁଙ୍କ କୃପା ଲାଭ କରିବେ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ। ନିବେଶରୁ ଭଲ ଲାଭ କମାଇବେ କର୍କଟ ରାଶିର ବ୍ୟକ୍ତିବିଶେଷ। ଜୀବନସାଥୀ କିମ୍ବା ପ୍ରେମୀ ଯୁଗଳଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିବ। ଚାକିରିଆ କିମ୍ବା ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଲାଭଦାୟକ ଦିନ ହେବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଭଲ ସଫଳତା ମିଳିବ। 

3/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ସ୍ୱତନ୍ତ୍ର ହେବ। କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ଫଳରେ ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କର ଦିନଟି ବେଶ ସୁଖଦ ରହିବ। ବ୍ୟବସାୟୀମାନେ ଭଲ ଲାଭ ରୋଜଗାର କରିବେ। ଚାକିରିଆମାନଙ୍କୁ ନୂତନ ସ୍ଥାନରୁ ଚାକିରି ପାଇଁ ସୁଯୋଗ ମିଳିପାରେ। ନୂଆ ଯାନ କିଣିବାର ଯୋଗ ରହିଛି। ପରିବାରର ସହଯୋଗ ମିଳିବ। ଭାଇମାନଙ୍କ ସହଯୋଗରେ ସମସ୍ତ ଘରୋଇ ଶେଷ ହେବ। 

4/5

ତୁଳା ରାଶି ଆଜି ତୁଳା ରାଶିର ବ୍ୟକ୍ତି ବିଶେଙ୍କ ପାଇଁ ଦିନଟି ବେଶ ଲାଭ ଦାୟକରହିବ। ତୁଳା ରାଶିର ବ୍ୟକ୍ତି ବିଶେଷଙ୍କର ଆୟ ବୃଦ୍ଧି ହେବ। ଆୟର ନୂଆ ପନ୍ଥା ସୃଷ୍ଟି ହେବ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଆପଣ ନିଷ୍ପତ୍ତି ନେବାର କଳା ଆହୁରି ସୁଦୃଢ ହେବ। ଜୀବନର ପ୍ରତିଟି କ୍ଷେତ୍ରରେ ସଫଳତା ଲାଭ କରିବେ ଓ ଧନ ବୃଦ୍ଧି ହେବ। ଭବିଷ୍ୟତକୁ ଦୃଷ୍ଟିରେ ରଖି ବଡ଼ ନିବେଶ କରିପାରନ୍ତି। 

5/5

ମକର ରାଶି ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ମକର ରାଶିର ବ୍ୟକ୍ତି ବିଶେଷଙ୍କର ବନ୍ଧୁମାନଙ୍କ ସହିତ ସମ୍ପର୍କ ମଜବୁତ ହେବ। ଜମିଜମା କ୍ଷେତ୍ରରେ ନିବେଶ କରିବା ପାଇଁ ଦିନଟି ବେଶ ଉତ୍ତମ ରହିବ। ପାରିବାରିବ ବ୍ୟବସାୟ ପାଇଁ ଘରର ଗୁରୁଜନଙ୍କ ପରାମର୍ଶ ଲୋଡ଼ି ପାରନ୍ତି। ଦିନଟି ବେଶ ଉତ୍ସାହପୂର୍ଣ୍ଣ ରହିବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link