Mangal Vakri 2024: ମଙ୍ଗଳଙ୍କ ଓଲଟା ଚଳନ, ୮୮ ଦିନ ପରେ ଏହି ୩ ରାଶିର ଆରମ୍ଭ ହେବ ଭଲ ଦିନ

ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ପରେ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରିଥାଆନ୍ତି। ଏପରିକି ଅଧିକାଂଶ ସମୟରେ ନବଗ୍ରହ ବକ୍ରି ଓ ମାର୍ଗି ଦିଗରେ ଚଳନ କରିଥାଆନ୍ତି। ଏହାର ପ୍ରଭବା ପ୍ରତିଟି ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ। ଏହି କାରଣରୁ ଗ୍ରହମାନଙ୍କର ଓଲଟା ଚଳନ ଅର୍ଥାତ ବକ୍ରି ଚଳନ ଜ୍ୟୋତିଷ ଶାସ୍ତ ଅନୁସାରେ ଅନେକ ମହତ୍ତ୍ୱ ରଖି

Prabhudatta Moharana Wed, 11 Sep 2024-9:35 am,
1/3

ବୃଷ ରାଶି ମଙ୍ଗଳଙ୍କ ଓଲଟା ଚଳନ ଫଳରେ ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବାକୁ ଯାଉଛି। ଏହି ଲମ୍ବା ସମୟର ଅବଧି ମଧ୍ୟରେ ବ୍ୟବସାୟୀମାନେ ବେଶ ମୋଟାଅଙ୍କର ଲାଭ ଉପାର୍ଜନ କରିବେ। ଏହା ବ୍ୟତୀତ ଚାକିରିଆମାନଙ୍କର କର୍ମକ୍ଷେତ୍ରରେ ମାନ-ସମ୍ମାନରେ ବୃଦ୍ଧି ହେବ। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାକୁ ଯାଉଛି। 

2/3

ତୁଳା ରାଶି ମଙ୍ଗଳ ଗ୍ରହର ଓଲଟା ଚଳନ ଫଳରେ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।କର୍ମକ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ପଦମର୍ଯ୍ୟାଦାରେ ବୃଦ୍ଧି ହେବ। ଅଟକିଥିବା ଟଙ୍କା ଫେରିପାଇବେ। ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରିବେ। ଛୋଟ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। 

3/3

ମୀନ ରାଶି ୮୮ ଦିନ ପର୍ଯ୍ୟନ୍ତ ମଙ୍ଗଳ ଓଲଟା ଚଳନ ହେତୁ, ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଅନେକ ସ୍ୱପ୍ନ ସାକାର ହେବାର ସମ୍ଭାବନା ରହିଛି। ଯୁବକମାନେ ସେମାନଙ୍କ କ୍ୟାରିୟରରେ ଉଚ୍ଚ ପଦବୀ ହାସଲ କରିବେ। ଏହା ସହିତ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ ହେବ, ଯାହା ଫଳରେ ଘରେ ଖରାପ ପରିବେଶରେ ଉନ୍ନତି ଆସିବ। ଯେଉଁମାନେ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି ସେମାନେ ହଠାତ୍ ଟଙ୍କା ହାସଲ କରିପାରନ୍ତି।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ବିଭିନ୍ନ ଉତ୍ସରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହାକୁ ନିଜ ଜୀବନରେ ବିନିଯୋଗ କରନ୍ତୁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link