Nita Ambani Saree: ୩ ଲକ୍ଷ ଟଙ୍କାର ଚା`ରୁ ଆରମ୍ଭ କରି ୪୦ ଲକ୍ଷର ଶାଢୀ ପିନ୍ଧନ୍ତି ନୀତା ଅମ୍ବାନୀ

Nita Ambani Lifestyle: ଯେତେବେଳେ କଥା ଅମ୍ବାନୀ ପରିବାରର ଆସେ, ସେତେବେଳେ ସମସ୍ତେ କୌତୁହଳର ସହ ଅପେକ୍ଷା କରିଥାନ୍ତି। କାରଣ ଏହି ଅରବପତି ଫ୍ୟାମିଲିଙ୍କର ପ୍ରତିଟି ସଦସ୍ୟ କଣ ପିନ୍ଧନ୍ତି କଣ ଖାଆନ୍ତି ତା ଉପରେ ସମସ୍ତଙ୍କ ନଜର ରହିଥାଏ। ଯଦି ଆମେ ନୀତା ଅମ୍ବାନୀଙ୍କ ବିଷୟରେ କଥାବାର୍ତ୍ତା କରୁ, ତେବେ ଲୋକମାନେ ତାଙ୍କ ବିଷୟରେ ପ୍ରତ୍ୟେକ ଜିନିଷ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି । କାରଣ ଏହି ପାୱାରଫୁଲ ଲେଡି ଖୁବ ଦାମୀ ଓ ବ୍ରାଣ୍ଡେଡ ଜିନିଷ ବ୍ୟବହାର କରିଥାନ୍ତି । ଯାହାର ଦାମ୍ ଶୁଣିଲେ ଆପଣ ବି ଆଶ୍ଟର୍ଯ୍ୟ ହେବେ।

ରଶ୍ମିତା ସାହୁ Sat, 06 Jan 2024-3:06 pm,
1/5

ଆପଣଙ୍କ ଭଳି ନୀତା ଅମ୍ବାନୀ ମଧ୍ୟ ସକାଳୁ ଚା ’ସହିତ ଆରମ୍ଭ କରନ୍ତି, କିନ୍ତୁ ତାଙ୍କ ଚା’ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କପ୍‌ରେ ଦିଆଯାଏ। ବାସ୍ତବରେ, ନୀତା ଅମ୍ବାନୀ ଜାପାନର ସର୍ବ ପୁରାତନ କ୍ରୋକେରି ବ୍ରାଣ୍ଡ ନୋରିଟିକ୍ ର ଏକ କପ୍ ରେ ଚା ପିଅନ୍ତି। ଏଥିରୁ ଗୋଟିଏ କପ୍ ର ମୂଲ୍ୟ ୩ ଲକ୍ଷ ଟଙ୍କା । 

 

2/5

ନିତା ଅମ୍ବାନୀଙ୍କ ପାଖେ ଦୁନିଆର ସବୁଠୁ ଦାମୀ ବ୍ରାଣ୍ଡ ହ୍ୟାଣ୍ଡ ବ୍ୟାଗ ଅଛି । ଏଥିରେ Jimmy Choo ଏବଂ Goyard  ପରି ଦାମୀ ବ୍ରାଣ୍ଡ ଅନ୍ତର୍ଭୁକ୍ତ । ମିଡିଆ ରିପୋର୍ଟ ଅନୁଯାୟୀ, ନୀତା ଅମ୍ବାନୀ ୨କୋଟିରୁ ଅଧିକ ମୂଲ୍ୟର ହ୍ୟାଣ୍ଡ ବ୍ୟାଗ ବ୍ୟବହାର କରନ୍ତି। 

 

3/5

ଏହା ବ୍ୟତୀତ ପେଡ୍ରୋ, ଗୋୟାର୍ଡ, ଚାନେଲ, Jimmy Choo କ୍ୟାରି ଇତ୍ୟାଦି ବ୍ରାଣ୍ଡର ଜୋତା ଏବଂ ଚପଲ ଅଛି । କେବଳ ଏତିକି ନୁହେଁ, ନୀତା ଅମ୍ବାନୀଙ୍କ ପାଖେ ସୁନା ଏବଂ ହୀରା ଅଳଙ୍କାର ମଧ୍ୟ ଅଛି ଯାହାକୁ ସେ ବହୁତ ପସନ୍ଦ କରନ୍ତି। 

 

4/5

ନୀତା ଅମ୍ବାନୀ ତାଙ୍କ ଷ୍ଟାଇଲିସ୍ ଏବଂ ମହଙ୍ଗା ପୋଷାକ ପାଇଁ ମଧ୍ୟ ଜଣାଶୁଣା । ସେ ନିଜ ବଡ଼ ପୁଅର ବିବାହରେ ୪୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଡିଜାଇନର୍ ଶାଢୀ ପିନ୍ଧିଥିଲେ। ଏହି ଶାଢୀକୁ ୩୬ ଜଣ ମହିଳା କାରିଗର ପ୍ରସ୍ତୁତ କରିଥିଲେ । ଏଥି ସହିତ ନୀତା ଅମ୍ବାନୀ କଷ୍ଟୋମାଇଜଡ୍ ଲିପଷ୍ଟିକ୍ ବ୍ୟବହାର କରନ୍ତି, ଯାହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ବୋଲି କୁହାଯାଏ।

 

5/5

ନୀତା ଅମ୍ବାନୀଙ୍କର ବିଳାସପୂର୍ଣ୍ଣ କାର ଗୁଡ଼ିକର ସଂଗ୍ରହ ଅଛି, ଯେଉଁଥିରେ ତାଙ୍କର ପ୍ରିୟ କାର ହେଉଛି ୧୦ କୋଟି ଟଙ୍କା ମୂଲ୍ୟର  Maybach 62। ଏହା ବ୍ୟତୀତ ନୀତା ଅମ୍ବାନୀ ସାଧାରଣତଃ ଯାତ୍ରା କରୁଥିବା କାର ହେଉଛି ଅଡି A9 Chameleon। ଏହି କାରର ମୂଲ୍ୟ ୯୦କୋଟି ଟଙ୍କା । ମିଡିଆ ରିପୋର୍ଟ ଅନୁଯାୟୀ, ଏହା ବ୍ୟତୀତ ତାଙ୍କ କାର ସଂଗ୍ରହରେ ବହୁ ଦାମୀ କାର ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link