November 17 Financial Horoscope: ରୋହିଣୀ ନକ୍ଷତ୍ରରେ ଦ୍ୱି-ପୁଷ୍ପର ଯୋଗ, ଆର୍ଥିକ ଦୃଷ୍ଟିରୁ ଫିଟିବ ୫ରାଶିର ଭାଗ୍ୟ

November 17 Financial Horoscope: ନଭେମ୍ବର ୧୭ ତାରିଖ ରବିବାର ସିଂହ ଓ ତୂଳା ରାଶିର ବ୍ୟକ୍ତିଙ୍କୁ ଭାଗ୍ୟ ପ୍ରାପ୍ତି ହେବ। ଆପଣଙ୍କୁ କେଉଁଠାରୁ ଅଟକି ରହିଥିବା ଟଙ୍କା ମିଳିବ ଏବଂ ଧନ ସମ୍ବନ୍ଧୀୟ ଆପଣଙ୍କର ଅନେକ ଅଟକି ରହିଥିବା ଯୋଜନା ପୂରା ହେବ । ଦ୍ୱିପୁଷ୍କର ଯୋଗରେ ଆପଣଙ୍କୁ ଭାଗ୍ୟର ସାଥ୍ ମିଳିବ । ଧନ ସମ୍ପତ୍ତି ବୃଦ୍ଧି ପାଇବ ଓ ବ୍ୟବସାୟରେ ପ୍ରଚୁର ରୋଜଗାର ହେବ। ଆସନ୍ତୁ ଜାଣିବା ଧନ ଓ ଆର୍ଥିକ ଦୃଷ୍ଟିରୁ ୫ଟି ରାଶି ପାଇଁ ରବିବାର ଦିନଟି କେମିତି ରହିବ।

Rashmita Sahoo Nov 16, 2024, 20:40 PM IST
1/5

ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ରବିବାର ଦିନଟି ସଫଳତା ଓ ଉନ୍ନତିରେ ପରିପୂର୍ଣ୍ଣ ରହିବ ଏବଂ ବ୍ୟବସାୟରେ ଭାଗ୍ୟର ପୂରା ସାଥ୍ ମିଳିବ । ରାଜନୈତିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇପାରେ। ମଧ୍ୟାହ୍ନ ପରେ  ବହୁତ କାମରେ ବ୍ୟସ୍ତ ରହିବେ। ପୁଣ୍ୟ କାର୍ଯ୍ୟରୁ ଲାଭ ପାଇବେ। ରାତିରେ କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଅଟକି ରହିଥିବା ଟଙ୍କା ମୋଟା ଅଙ୍କର ଅର୍ଥାତ୍ ସୁଧ ସହ ମିଳିବ। 

Also Read: Margashirsha Thursday Horoscope: ନଭେମ୍ବର ୨୮ରୁ ଆରମ୍ଭ ହେଉଛି ମାର୍ଗଶୀର ଗୁରୁବାର, ୩ରାଶି ଉପରେ ରହିବ ମା ଲକ୍ଷ୍ମୀଙ୍କ କୃପା ଅପାର

Also Read: Gajakeshari Yog: ୧୮ ନଭେମ୍ବରରୁ ବୃଷ ରାଶିରେ ଚନ୍ଦ୍ର ଓ ବୃହସ୍ପତିଙ୍କ ସଂଯୋଗ, ୫ରାଶିଙ୍କ ଫିଟିବ ଭାଗ୍ୟ!

2/5

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଖୁବ ଭଲ ରହିବ। ଆପଣଙ୍କ ପାଇଁ ରବିବାର ଦିନଟି ସଫଳ ହେବ। ଚାଲିଥିବା କାର୍ଯ୍ୟରେ ସତର୍କ ରୁହନ୍ତୁ। ପଦୋନ୍ନତିର ସୁଯୋଗ ମିଳିବ ଓ ଆପଣ ଲାଭବାନ ହେବେ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହେବ ଓ ଆପଣ ଲାଭବାନ ହେବେ। ଦିନଟି ଆରାମରେ କଟିବ ଓ ଭାଗ୍ୟ ପ୍ରାପ୍ତି ହେବ। ଧନ ସମ୍ପତ୍ତି ବୃଦ୍ଧି ପାଇବ ଓ ବ୍ୟବସାୟରେ ଭାଗ୍ୟ ପ୍ରାପ୍ତି ହେବ।

3/5

ତୂଳା ରାଶିର ଲୋକଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ଲାଭ ଓ ସଫଳତାର ଦିନଟିଏ ସାବ୍ୟସ୍ତ ହେବାକୁ ଯାଉଛି। ଆପଣଙ୍କର ସୁଖ ବୃଦ୍ଧି ପାଇବ ଏବଂ ଆପଣ ଉନ୍ନତି କରିବେ । ବୃତ୍ତିଗତ ପ୍ରୟାସ ଫଳପ୍ରଦ ହେବ ଓ ମାନ ସମ୍ମାନ ବୃଦ୍ଧି ହେବ। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଆପଣଙ୍କର କୌଣସି ମୂଲ୍ୟବାନ ଜିନିଷ ଚୋରି ହେବାର ସମ୍ଭାବନା ରହିଛି। ସତର୍କ ରୁହନ୍ତୁ, ନିଜ କାମରେ ଧ୍ୟାନ ଦେବାକୁ ପଡ଼ିବ।

4/5

ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସଫଳତା ଓ ଉନ୍ନତିରେ ପରିପୂର୍ଣ୍ଣ ରହିବ। ଆଖପାଖ ପରିବେଶରୁ ଲାଭବାନ ହେବେ। ପ୍ରିୟଜନଙ୍କୁ ସାହାଯ୍ୟ କରିବା କାରଣରୁ ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ରାତିର ସମୟ ଆନନ୍ଦରେ କଟିବ ଏବଂ ଆପଣଙ୍କ ଧନ ବୃଦ୍ଧି ହେବ । ପରିବାର ସଦସ୍ୟଙ୍କ ସହ ବାହାରକୁ ଯିବାର ସୁଯୋଗ ପାଇବେ। ଆପଣଙ୍କ ଦିନଟି ଖୁସିରେ କଟିବ।

5/5

କୁମ୍ଭ ରାଶିର ଲୋକମାନେ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ ଏବଂ କିଛି ବଡ଼ ସଫଳତାରେ ଖୁସି ହେବେ। ଆପଣଙ୍କୁ ବିପୁଳ ପରିମାଣର ଧନ ପ୍ରାପ୍ତି ହେବ ଏବଂ ଆପଣ ସନ୍ତୁଷ୍ଟ ରହିବେ । ଦିନର ଦ୍ୱିତୀୟାର୍ଦ୍ଧରେ ଆପଣଙ୍କ ଘରେ ଚାଲିଥିବା ବିବାଦ ଦୂର ହୋଇଯିବ। କଥାବାର୍ତ୍ତା ସହିତ ବିବାଦର ସମାଧାନ କରନ୍ତୁ ଏବଂ ପରିବାର ସଦସ୍ୟଙ୍କ ସହିତ ବାହାରକୁ ଯିବାରେ ଆପଣଙ୍କ ର ସମୟ ଅତିବାହିତ ହେବ । ଧନ ସମ୍ପତ୍ତି ବୃଦ୍ଧି ପାଇବ ଓ ଅଟକି ରହିଥିବା କାମ ପୂରା ହେବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link