November 2 Financial Horoscope: ଆୟଠାରୁ ବ୍ୟୟ ଅଧିକ, ଶନିବାର ବିଗିଡ଼ିବ ଏହି ରାଶିଙ୍କ ଆର୍ଥିକ ସ୍ଥିତି

November 2 Financial Horoscope: ନଭେମ୍ବର ୨ ତାରିଖ ଶନିବାର ଶନିଙ୍କ କୃପାରେ କନ୍ୟା ଓ ବିଛା ରାଶିର ଉନ୍ନତିରେ ବାଧା ଦେଖିବାକୁ ମିଳିବ । ସୌଭାଗ୍ୟ ଯୋଗରେ ଅନ୍ୟ ରାଶିମାନଙ୍କର ଉନ୍ନତି ହେବା ସହ ଆପଣଙ୍କ ଆୟ ରେ ଯଥେଷ୍ଟ ବୃଦ୍ଧି ଘଟିବ । କିନ୍ତୁ ୫ରାଶିଙ୍କ ଉପରେ ବିପଦ ଦେଖାଦେବ। ତେବେ ଆସନ୍ତୁ ଜାଣିବା ଏହି ୫ ଟି ରାଶି ବିଷୟରେ ସବୁକିଛି।

Rashmita Sahoo Nov 01, 2024, 20:37 PM IST
1/5

ମେଷ ରାଶିର ଲୋକମାନଙ୍କ ପାଇଁ ଦିନଟି କ୍ଷତିରେ କଟିବ ଏବଂ କର୍ମକ୍ଷେତ୍ରରେ ଆପଣଙ୍କ ସପକ୍ଷରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଯୋଗୁଁ ଆପଣଙ୍କର କିଛି ସହକର୍ମୀ ଆପଣଙ୍କ ଉପରେ ଖୁସି ରହିବେ ନାହିଁ । ଆପଣଙ୍କର ଟିକିଏ ଖରାପ ଆଚରଣ ଦ୍ୱାରା ଅନ୍ୟ କେହି ଦୁଃଖିତ ହେବେ । ରାତିରେ ଆପଣଙ୍କ ଘରେ କାହାର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଙ୍କୁ ବହୁତ ସମସ୍ୟା ଭୋଗିବାକୁ ପଡିପାରେ । ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । 

Also Read: Neck And Back Pain: ବେକ ଓ ଅଣ୍ଟାର ସାମାନ୍ୟ ଯନ୍ତ୍ରଣା ଆଣିବ ବଡ଼ ସମସ୍ୟା, କରୁନାହାଁନ୍ତି ତ ଅଣଦେଖା?

Also Read:  Curry Leaves Benefits: ବିନା ଜିମ୍ ରେ ୭ ଦିନରେ ଓଜନ କମ୍ କରିବ ଭୃଷଙ୍ଗ ପତ୍ର,ଜାଣନ୍ତୁ କେମିତି କରିବେ ବ୍ୟବହାର

2/5

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି କଠିନ ପରିଶ୍ରମ ଓ ସମର୍ପଣରେ ପରିପୂର୍ଣ୍ଣ ରହିବ। ପରିବାର ସହିତ ଉତ୍ସବ ପାଳନ କରିବେ ଏବଂ କୌଣସି ଖୁସିର ଅବସରରେ ଘରେ ଉତ୍ସବର ବାତାବରଣ ରହିବ। ଆପଣଙ୍କ ମନ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରହିବ ଏବଂ ଆପଣଙ୍କର ଉନ୍ନତି ହେବ । ପ୍ରତିକୂଳ ପରିସ୍ଥିତିରେ ନିଜକୁ ଶାନ୍ତ ରଖନ୍ତୁ ଏବଂ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଘରର ସମସ୍ତ ସମସ୍ୟା ଦୂର ହେବ ଏବଂ ଆଗକୁ ବଢ଼ିବାର ସୁଯୋଗ ମିଳିବ। ସନ୍ଧ୍ୟା ସମୟରେ ଅଯଥା ଖର୍ଚ୍ଚାନ୍ତ ହେବେ। 

 

3/5

ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ ରହିବନାହିଁ ଏବଂ ଧନସମ୍ମାନରେ ବି ଆଞ୍ଚ୍ ଆସିବ। ଅଟକି ରହିଥିବା କାମ ପୂରା ହେବନାହିଁ। ନିଜ କଥାଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କାହା ସହିତ ବିବାଦରେ ପଡ଼ିବାରୁ ଦୂରେଇ ରୁହନ୍ତୁ। ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ସନ୍ଧ୍ୟାରେ ପ୍ରିୟଜନଙ୍କୁ ଭେଟିବେ । ଅଯଥା ରେ କାହା କଥାରେ ପଡ଼ି ଋଣ ଦିଅନ୍ତୁ ନାହିଁ ନଚେତ୍ ଆପଣ ନିଜେ ଫସିବେ।

4/5

ମକର ରାଶିର ଦିନଟି ମାନସିକ ଚାପ ଓ ଥକାପଣରେ ପରିପୂର୍ଣ୍ଣ ରହିବ। ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଲାଭ ହେବ ଓ ଉନ୍ନତି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଯଦି ଆପଣ ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କୁ ନିବେଶ ବୃଦ୍ଧି କରିବାକୁ ପଡିପାରେ । ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ସଂଧ୍ୟାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯିବାର ଯୋଜନା କରିପାରନ୍ତି। ଯାନବାହନ ଖରାପ ହେବା କାରଣରୁ ଆପଣଙ୍କୁ ହଠାତ୍ ଖର୍ଚ୍ଚ ବହନ କରିବାକୁ ପଡିପାରେ ।

5/5

କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ରାଶିର ସ୍ୱାମୀ ଶନିଙ୍କ ଖରାପ ସ୍ଥିତି ହେତୁ ଏପରି ହୋଇପାରେ । କୌଣସି ସମ୍ପତ୍ତି କ୍ରୟ କିମ୍ବା ବିକ୍ରୟ କରିବା ସମୟରେ ଏହାର ସମସ୍ତ ଆଇନଗତ ଦିଗପ୍ରତି ଧ୍ୟାନ ଦିଅନ୍ତୁ। ସନ୍ଧ୍ୟା ବେଳକୁ ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କିଛି ସମୟ ଲାଗିବ।

 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link