October 13 Financial Horoscope: ଆୟ ଠାରୁ ବ୍ୟୟ ଅଧିକ, ଆର୍ଥିକ କ୍ଷେତ୍ରରେ ଅସୁବିଧାରେ ପଡ଼ିବେ ଏହି ସବୁରାଶି

October 13 Financial Horoscope: ଅକ୍ଟୋବର ୧୩ ତାରିଖ ରବିବାର ଦିନ ଅନେକ ରାଶିର ଲୋକମାନଙ୍କ ପାଇଁ ଶତଭିଷା ନକ୍ଷତ୍ର ର ସାମ୍ନା କରିବେ। ବ୍ୟବସାୟରେ ଆପଣଙ୍କୁ ଆଶାନୁରୂପ ଲାଭ ମିଳିପାରେ ହେଲେ କିଛି ରାଶିଙ୍କର ଖରାପ ସମୟ ମଧ୍ୟ ଆସିବ । ଭାଗ୍ୟ ଆପଣଙ୍କୁ ସହଯୋଗ କରିବନାହିଁ ଏବଂ ପୂରା ଦିନ ଖର୍ଚ୍ଚାନ୍ତ ରେ ଦିନ କାଟିବେ । ସପ୍ତାହ ଶେଷରେ ପରିବାର ସହିତ ବୁଲିବା ପାଇଁ ଯୋଜନା କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଆସନ୍ତାକାଲି ଅର୍ଥାତ୍ ରବିବାର କେମିତି ରହିବ ଆର୍ଥିକ ସ୍ଥିତି?

Rashmita Sahoo Sat, 12 Oct 2024-6:34 pm,
1/5

ମେଷ ରାଶିରେ ଦିନଟି ଭଲ ଅଛି ସତ ହେଲେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ ନାହିଁ । କର୍ମକ୍ଷେତ୍ରରେ ଆପଣଙ୍କ ଚିନ୍ତାଧାରାକୁ ଗୁରୁତ୍ୱ ଦିଆଯିବ ନାହିଁ। ତେବେ କିଛି ଅନିଶ୍ଚିତତା କାରଣରୁ ଆପଣ ମନରେ ଅଶାନ୍ତ ରହିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଆପଣଙ୍କୁ ହଠାତ୍ ଯାତ୍ରାରେ ଯିବାକୁ ପଡିପାରେ, କିନ୍ତୁ ଏହି ଯାତ୍ରାରେ ଆପଣଙ୍କୁ ସଫଳତା ମିଳିବନାହିଁ ଏବଂ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ ନାହିଁ । ସେୟାର ମାର୍କେଟଠାରୁ ଦୂରେଇ ରୁହନ୍ତୁ । ଏଥିରେ କ୍ଷତି ସହିପାରନ୍ତି, ସତର୍କ ରୁହନ୍ତୁ।

 

Also Read: Venus Transit 2024 Scorpio: ବିଛାରାଶିରେ ଶୁକ୍ରଙ୍କ ଚଳନ, ସମସପ୍ତକ ଯୋଗରୁ ୫ ରାଶି ହେବେ ମାଲାମାଲ୍

2/5

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସଫଳତାରେ ପରିପୂର୍ଣ୍ଣ ରହିବ। ବିନା ବାଧାରେ ଆପଣଙ୍କର ସମସ୍ତ କାମ ପୂରା ହେବ। ଯଦି ଆପଣ ଅନ୍ୟମାନଙ୍କ ପାଇଁ ଭଲ କାମ କରିବେ ତେବେ ଆପଣଙ୍କ ମନ ମଧ୍ୟ ପ୍ରସନ୍ନ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାମରୁ ବାହାରକୁ ଯିବାକୁ ପଡ଼ିପାରେ। ରବିବାର ସନ୍ଧ୍ୟା ସୁଦ୍ଧା କିଛି ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ଆସିପାରେ। କୌଣସି କାମରେ ଧନ ଲାଭ ହେବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ କଠିନ ପରିଶ୍ରମ କରି ଭଲ ଲାଭ ପାଇବେ। ହେଲେ ଶାରିରୀକ ସମସ୍ୟା କାରଣ ବା ସ୍ୱାସ୍ଥ୍ୟଗତ କାରଣରୁ ଖର୍ଚ୍ଚାନ୍ତ ହୋଇପାରନ୍ତି। 

3/5

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ଦିନଟି ବିଶେଷ ଭାବେ ସଫଳ ହେବ। ଆପଣଙ୍କ ପାଇଁ ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ ସତ ହେଲେ ଖର୍ଚ୍ଚ ବି ଅଧିକ ରହିବ। ବ୍ୟସ୍ତବହୁଳ ରୁଟିନ୍ ଯୋଗୁଁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ପାଣିପାଗ ପରିବର୍ତ୍ତନରୁ ନିଜକୁ ରକ୍ଷା କରନ୍ତୁ। ପ୍ରତ୍ୟେକ ପଦକ୍ଷେପରେ ଜୀବନସାଥୀଙ୍କ ସହଯୋଗ ପାଇପାରନ୍ତି। ଭ୍ରମଣ ପାଇଁ ସମୟ ଅନୁକୂଳ ରହିବ ଏବଂ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ । ହେଲେ ଦୁର୍ଘଟଣାର ସାମ୍ନା କରିପାରନ୍ତି। ସତର୍କତା ଅବଲମ୍ବନ କରନ୍ତୁ।

4/5

ଧନୁ ରାଶିର ଲୋକଙ୍କୁ ଆଜି ଭାଗ୍ୟର ସାଥ୍ ମିଳିବ ନାହିଁ। ଘରୋଇ ଜିନିଷ ଉପରେ ଖର୍ଚ୍ଚ ବଢ଼ିପାରେ। ସୁବିଧା ସୁଯୋଗ ବୃଦ୍ଧି ପାଇବ। ଅଧସ୍ତନ କର୍ମଚାରୀ କିମ୍ବା ସମ୍ପର୍କୀୟଙ୍କ କାରଣରୁ ମାନସିକ ଚାପ ହୋଇପାରେ। ଉଭୟ ଅଫିସ  ଓ ଘରେ ବିବାଦରୁ ଦୂରେଇ ରୁହନ୍ତୁ। କାରବାରରେ ସାବଧାନ ରୁହନ୍ତୁ, ନଚେତ୍ ଅଟକି ଯାଇପାରେ ଟଙ୍କା । ଦିନରେ ଆଇନଗତ ମାମଲାରେ ଫସିପାରନ୍ତି, କିନ୍ତୁ ସଫଳତା ପାଇବେ।

5/5

କୁମ୍ଭ ରାଶିପାଇଁ ହଠାତ୍ କିଛି ବଡ଼ ଖର୍ଚ୍ଚ ଆସିପାରେ, ତେଣୁ ପ୍ରସ୍ତୁତ ରୁହନ୍ତୁ। ଦୌଡ଼ିବା ଓ ଖର୍ଚ୍ଚର ସମ୍ମୁଖୀନ ହେବାକୁ ପଡ଼ିପାରେ। କୌଣସି ସମ୍ପତ୍ତି ର ବିକ୍ରି ଓ କ୍ରୟରୁ ଲାଭବାନ ହେବେ। ଆଇନଗତ ଦିଗକୁ ଗମ୍ଭୀରତାର ସହ ବିଚାର କରନ୍ତୁ। ସନ୍ଧ୍ୟା ବେଳକୁ ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ। ଆପଣଙ୍କ ପାଇଁ ଉନ୍ନତିର ସମ୍ଭାବନା ଅଛି ଏବଂ ଆପଣଙ୍କ ଯୋଜନା ସଫଳ ହେବ ।        (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link