October 22 Financial Horoscope: ସୁଦୃଢ ହେବ ଆର୍ଥିକ ସ୍ଥିତି, ଏହିସବୁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

October 22 Financial Horoscope: ଅକ୍ଟୋବର ୨୨ ତାରିଖ ମଙ୍ଗଳବାର ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ରେ ମେଷ ଓ ସିଂହ ସମେତ ୫ଟି ରାଶିର ଲୋକଙ୍କୁ ପ୍ରଚୁର ଲାଭ ମିଳିବାକୁ ଯାଉଛି। ଆପଣଙ୍କର ଅଟକି ରହିଥିବା ସମସ୍ତ କାମ ପୂରା ହେବ ଏବଂ ବ୍ୟବସାୟରେ ଆଶାନୁରୂପ ଫଳାଫଳ ମିଳିବା କାରଣରୁ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ଆପଣଙ୍କୁ ଭାଗ୍ୟର ପୂରା ସାଥ୍ ମିଳିବ ଏବଂ ସମସ୍ତ ଯୋଜନା ସଫଳ ହେବାରେ ଖୁସି ହେବେ । ଦିନଟି ଭଲରେ ଭଲରେ କଟିବ। ଜାଣନ୍ତୁ ସବିଶେଷ...

Rashmita Sahoo Mon, 21 Oct 2024-7:51 pm,
1/5

ମେଷ ରାଶିର ଲୋକମାନଙ୍କର ଭାଗ୍ୟ ମଙ୍ଗଳବାର ଖୋଲିବାକୁ ଯାଉଛି । କାରଣ ଭାଗ୍ୟର ସମର୍ଥନ ମିଳିବ ଏବଂ ଆପଣଙ୍କ ର ଭଲ କାର୍ଯ୍ୟ ଆପଣଙ୍କ ପରିବାରର ଗର୍ବ ବଢାଇବ । ଅଫିସ କାର୍ଯ୍ୟରେ ପ୍ରଶଂସା ପାଇବେ ଏବଂ ଆପଣଙ୍କୁ ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତାର ଲାଭ ମଧ୍ୟ ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ। ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସହଯୋଗ କରିବେ ଏବଂ ଧନ ସମ୍ବନ୍ଧୀୟ ଯୋଜନା ସଫଳ ହେବ। ରାତିରେ ସ୍ୱାସ୍ଥ୍ୟକୁ ନେଇ ଟିକିଏ ଚିନ୍ତିତ ରହିପାରନ୍ତି। ନିଜ କାମରେ ଧ୍ୟାନ ଦିଅନ୍ତୁ।

2/5

ମିଥୁନ ରାଶିର ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହେବେ। ଯଦି ଆପଣଙ୍କ ପାଖରେ କୌଣସି ମାମଲା କିମ୍ବା ଅନ୍ୟ କୌଣସି ତଦନ୍ତ ଚାଲିଛି, ତେବେ ମଙ୍ଗଳବାର ଏହାର ନିଷ୍ପତ୍ତି ଆପଣଙ୍କ ସ୍ୱାର୍ଥରେ ଆସିପାରେ । କିଛି ତ୍ୱରିତ ନିଷ୍ପତ୍ତି ନେବାରେ ସକ୍ଷମ ନ ହେବା କାରଣରୁ କାର୍ଯ୍ୟରେ ବାଧା ଓ କ୍ଷତିର ସମ୍ମୁଖୀନ ହେବେ। ଚାକିରି କଲେ କର୍ତ୍ତୃପକ୍ଷଙ୍କ କୃପାରେ ଅଧିକାର ବୃଦ୍ଧି ପାଇପାରେ। ପରିବାର ଲୋକଙ୍କ ସହିତ ଆପଣଙ୍କ ରାତିର ସମୟ ଖୁସିରେ କଟିବ। ଧନଧାନ୍ୟରେ ଭରିଯିବ ଜୀବନ। ଅଟକି ରହିଥିବା ଟଙ୍କା ମିଳିବାର ସୁଯୋଗ ରହିଛି। 

3/5

ସିଂହ ରାଶିର ଲୋକମାନେ ଟଙ୍କା କ୍ଷେତ୍ରରେ ଲାଭବାନ ହେବେ ଏବଂ ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ। ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ ଅଧିକାର ବୃଦ୍ଧି ପାଇବ, ଯାହା ଆପଣଙ୍କୁ ଆର୍ଥିକ ଲାଭ ଏବଂ ସମ୍ମାନ ଦେବ । ପରିବାର ଲୋକଙ୍କ ଠାରୁ ଶୁଭ ସମାଚାର ପାଇବେ। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରହିବ ଏବଂ ଆପଣଙ୍କୁ ଲାଭ ମିଳିବ। କ୍ଷମତାଠାରୁ ଅଧିକ ଟଙ୍କା ମିଳିବା କାରଣରୁ ଆପଣଙ୍କ ଭିତରେ ଗର୍ବ ଭରିଯିବ। ହେଲେ ସମ୍ଭାଳିକି ରୁହନ୍ତୁ ନଚେତ୍ ଖରାପ ଭାବେ କ୍ଷତି ହେବାର ଆଶଙ୍କା ବି ରହିଛି। 

4/5

ବିଛା ରାଶିର ଲୋକମାନଙ୍କର ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ ଏବଂ ଆପଣଙ୍କ ର ଉନ୍ନତିର ସମ୍ଭାବନା ରହିଛି । ସଫଳତାରେ ମନ ପ୍ରସନ୍ନ ରହିବ ଓ ଅଧିକାର ବୃଦ୍ଧି ପାଇବ। ନିଜର ସାହସ ଓ ବୀରତ୍ୱ ବୃଦ୍ଧି କରି ଖୁସି ହେବେ। ସନ୍ତାନଙ୍କ ପ୍ରତି ଆପଣଙ୍କଭଲ ପାଇବା ବଢ଼ିବ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରହିବ। ସେବକମାନଙ୍କଠାରୁ ଯଥେଷ୍ଟ ସୁଖ ପାଇବେ। ଧନ ସମ୍ପତ୍ତି ବୃଦ୍ଧି ପାଇବ। ନୂଆ ଚାକିରୀ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରେ।

5/5

କୁମ୍ଭ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସହାୟକ ହେଉଛି ଏବଂ ମଙ୍ଗଳବାର  ଆପଣ ବିଶେଷ ଧୈର୍ଯ୍ୟର ସହ କାମ କରନ୍ତୁ କାରଣ ତରବରିଆ କାର୍ଯ୍ୟ ଯୋଗୁଁ କ୍ଷତି ହେବାର ସମ୍ଭାବନା ରହିବ । ଶାରୀରିକ ଆରାମ ବୃଦ୍ଧି ପାଇବ। ଯଦି ଆପଣଙ୍କୁ ନୂଆ କାମ ର ଆଦାନ ପ୍ରଦାନ କରିବାକୁ ପଡିବ ତେବେ ନିଶ୍ଚୟ କରନ୍ତୁ । ପରବର୍ତ୍ତୀ ସମୟରେ ଆପଣଙ୍କୁ ଲାଭ ମିଳିବ ଓ ସଫଳତା ମିଳିବ। ସନ୍ତାନ ଚାକିରି ଓ ବିବାହ ପ୍ରୟାସରେ ସଫଳତା ପାଇବେ ଓ ଲାଭବାନ ହେବେ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ବିଦ୍ୟାର୍ଥୀଙ୍କ ମଙ୍ଗଳବାର ହେଉଛି ଶୁଭଦିନ।      (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link