Mohan Charan Majhi: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବ୍ୟ ସ୍ୱାଗତ, ଦେଖନ୍ତୁ ଝଲକ

Mohan Charan Majhi: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଜିଲ୍ଲା କେନ୍ଦୁଝର ଗସ୍ତ କରିଛନ୍ତି । ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଚାଲି ଚାଲି ଯାଇ ବ୍ୟାରିକେଟ୍ ପାଖରେ ଥିବା ଲୋକଙ୍କୁ ଭେଟିଥିଲେ । ଏହା ପରେ ରୋଡ୍ ସୋ’ କରିଥିଲେ ମୁଖ୍ୟମନ୍ତ୍ରୀ । ରୋଡ୍ ସୋ’ କରି ମା’ ତାରିଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ମୋହନ ମାଝୀ । ରୋଡ୍ ସୋ’ ବେଳେ ରାସ୍ତାର ଦୁଇ ପାଖରେ ଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ ।

ରଶ୍ମିତା ସାହୁ Sun, 23 Jun 2024-6:15 pm,
1/5

ଲୋକଙ୍କ ସହ ମିଶିବା, ଲୋକଙ୍କ ଭାବାବେଗ ସହ ଯୋଡ଼ି ହେବା, ଲୋକଙ୍କ କଥା ଶୁଣି ସମସ୍ୟା ସମାଧାନ କରିବାର ଧାରା ଜାରି ସହ ମା ତାରିଣୀ ଙ୍କ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 

2/5

ମୁଖ୍ୟମନ୍ତ୍ରୀ ମା ତାରିଣୀ ଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ମା ଙ୍କ ଆଶିର୍ବାଦ ନେଇଥିଲେ । ମନ୍ଦିର ପରିସର ରେ ସମାଜ ସେବୀ ଭୀମସେନ ରାଉତ ଓ ରାଜା ଗୋବିନ୍ଦ ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

3/5

ମନ୍ଦିର ବାହାରେ ଏକ ସାଧାରଣ ଲୋକ ପରି ନଡ଼ିଆ କୋରା, ମା ଙ୍କ ଫଟୋ ଓ ଭୋଗ ସାମଗ୍ରୀ ନିଜେ ପଇସା ଦେଇ କିଣିଥିଲେ। ଦୋକାନୀ ଅଧିର ଦାସ ଙ୍କ ଭଲ ମନ୍ଦ ପଚାରି ବୁଝି ଥିଲେ । ଅଧିର ଦାସ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଏବଂ କହିଥିଲେ ମୋ ଭଳି ଗୋଟେ ସାଧାରଣ ଲୋକ ଓ ଏକ ସାଧାରଣ ଦୋକାନ କୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ମୁଁ କେବେ କଳ୍ପନା କରି ନଥିଲି ।

4/5

ମାଙ୍କ ଦର୍ଶନ ସାରି ଫେରିବା ବେଳେ ଗଣମାଧ୍ୟମ କୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ପୂର୍ବ ସରକାର ର ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ମିଶୁନଥିଲେ, ମୁ ଗୋଟେ ସାଧାରଣ ଗରିବ ଘରୁ ଆସିଛି, ସରପଞ୍ଚ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ହୋଇଛି ତେଣୁ ଗରିବଙ୍କୁ ଚିହ୍ନିବା ଓ ଗରିବର ସମସ୍ୟା ଜାଣିବାରେ ମୋର ଅସୁବିଧା ନାହିଁ। 

5/5

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଲେ ଯେ, ଖଣି ଖାଦାନ, ବୈତରଣୀ ଓ ମା ତାରିଣୀ ଙ୍କ ଆଶିର୍ବାଦ କେନ୍ଦୁଝର କୁ ସମୃଦ୍ଧ କରିଛି। ଆଗାମୀ ଦିନରେ ରାଜ୍ୟ ସରକାର ଙ୍କ ପ୍ରଚେଷ୍ଟା ରେ କେନ୍ଦୁଝର ହେବ ସୁନାର କେନ୍ଦୁଝର । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link