Suryagarh Palace: ବିବାହ ପାଇଁ କାହିଁକି ଏହି ସ୍ଥାନକୁ ଚୟନ କଲେ କିୟାରା ଓ ସିଦ୍ଧାର୍ଥ, ଜାଣନ୍ତୁ ରୋଚକ କଥା...

ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିୟାରା ଆଡଭାନୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଜେସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ କରିବେ ବଲିଡ଼ର ଏହି ଲଭ୍ ବାର୍ଡସ୍ । ଆସନ୍ତା ଫେବୃଆରୀ ୬ରେ ପଡ଼ିବ ଏହି ଷ୍ଟାର କପଲଙ୍କ ହାତଗଣ୍ଠି । ସିଦ୍ଧାର୍ଥ ଓ କିୟାରା ପଞ୍ଜାବୀ ରୀତିନୀତି ଅନୁସାରେ ବିବାହ କରିବେ ।

Sun, 05 Feb 2023-7:46 pm,
1/6

ବିବାହ ନେଇ କାହିଁକି ଜେସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସକୁ ବାଛିଲେ ସିଦ୍ଧାର୍ଥ ଓ କିୟାରା । ସେଲିବ୍ରେଟି୍ ହୁଅନ୍ତୁ ଅବା ସାଧାରଣ ମଣିଷ ବିବାହ ପ୍ରତ୍ୟେକ ମଣିଷ ପାଇଁ ବହୁତ ଖାସ ହୋଇଥାଏ । ଏହି ବିଶେଷ ମୂହୁର୍ତ୍ତକୁ ସ୍ପେଶାଲ କରିବା ଲାଗି ସମସ୍ତେ ପ୍ରୟାସ ମଧ୍ୟ କରିଥାଆନ୍ତି । ତେବେ ଦୀର୍ଘ ଦିନରୁ ପରସ୍ପରକୁ ଡ଼େଟ କରୁଥିବା ସିଦ୍ଧାର୍ଥ ଓ କିୟାରା ଏବେ ଗର୍ଲଫ୍ରେଣ୍ତ ବୟଫ୍ରେଣ୍ତରୁ ସ୍ୱାମୀ ଓ ସ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ସେମାନେ ନିଜ ବିବାହ ଲାଗି ଜେସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସକୁ ବାଛିଛନ୍ତି । ତେବେ କାହିଁକି ସୂର୍ଯ୍ୟଗଡ଼ ପ୍ୟାଲେସକୁ ବାଛିଲେ ସିଦ୍ଧାର୍ଥ ଓ କିୟାରା । ଏଠି ଏମିତି କଣ ରହିଛି ଖାସ୍ ।  

2/6

ସୂର୍ଯ୍ୟଗଡ଼ ପ୍ୟାଲେସରେ ଏପରି କଣ ରହିଛି ଯେ ଏହି ଷ୍ଟାର କପଲ ଏହିଠାରେ ବିବାହ କରିବା ନେଇ ସ୍ଥିର କରିଛନ୍ତି । ବାହାରୁ ମହଲ ପରି ଦେଖାଯାଉଥିବା ଏହି ହୋଟେଲ ଭିତରେ ଓ ଆଖପାଖରେ ଆଖି ଝଲସାଇବା ଭଳି ଲୋକେସନ ରହିଛି । ଯାହା ଆପଣଙ୍କୁ ପୁରୁଣା ଯୁଗର ମହଲ ପରି ମନେ ହେବ ।

3/6

ଜେସଲମେର ସହରଠାରୁ ୧୬ କିଲୋମିଟର ଦୂରରେ ଥିବା ଏହି ପ୍ୟାଲେସକୁ ୨୦୧୦ ମସିହାରେ ଏକ ବ୍ୟବସାୟୀ ତିଆରି କରିଥିଲେ । ସେବେଠାରୁ ଏହିଠାରେ ଅନେକ ବାହାଘର ହୋଇସାରିଛି । ଏହିଠାରେ ହୋଇଥିବା ସମସ୍ତ ବିବାହ ଉଭୟ ବର କନ୍ଯାଙ୍କ ପାଇଁ ବେଶ ସ୍ମରଣୀୟ ହୋଇଥାଏ ।

4/6

ଦେଶର ଶ୍ରେଷ୍ଠ ୧୦ ହୋଟେଲ ମଧ୍ୟରୁ ଅନ୍ୟତମ ସୂର୍ଯ୍ୟଗଡ଼ ପ୍ୟାଲେସକୁ ନିଜ ୱେଡିଂ ଲୋକେସନ ଭାବେ ବାଛିଛନ୍ତି କିଆରା ଓ ସିଦ୍ଧାର୍ଥ । ରାଜସ୍ଥାନର ପରିଚୟ ଭାବେ ଗଣା ଯାଉଥିବା ହଳଦିଆ ରଙ୍ଗର ପଥରରେ ଏହି ହୋଟେଲକୁ ତିଆରି କରାଯାଇଛି ।

5/6

୮୦ଟି ରୁମ ଥିବା ଏହି ବିଳାସପୂର୍ଣ୍ଣ ହୋଟେଲଟି ବିରାଟ ବଡ଼ ଅଟେ । ଏଥିରେ ଦୁଇଟି ବଡ଼ ବଡ଼ ବଗିଚା, ଏକ କୃତ୍ରିମ ହ୍ରଦ, ମିନି ପ୍ରାଣୀ ଉଦ୍ୟାନ, ହର୍ସ ରାଇଡ଼ିଙ୍ଗ ନେଇ ମଧ୍ୟ ସୁବିଧା ରହିଛି । ଏହାଛଡ଼ା ଏଥିରେ ଦୁଇଟି ବଡ଼ ବଡ଼ ରେଷ୍ଟୁରାଣ୍ଟ ସାଙ୍ଗକୁ ୫ଟି ବଡ଼ ଭିଲା ମଧ୍ୟ ରହିଛି । କୁହାଯାଉଛି ଯେ କୃତ୍ରିମ ହ୍ରଦ ନିକଟରେ ଥିବା ଗାର୍ଡ଼େନରେ କିୟାରା ଓ ସିଦ୍ଧାର୍ଥଙ୍କ ବିବାହ ରଶମ କରାଯିବ ।

6/6

ସୌଦର୍ଯ୍ୟରେ ଭରପୂର ଥିବା ଏହି ପ୍ୟାଲେସଟି କୌଣସି ଗୁଣରେ ମଧ୍ୟ କମ୍ ନୁହେଁ । ସେଥିଲାଗି ଏହି ଲଭ୍ ବାର୍ଡସ୍ ଏହିଠାରେ ବିବାହ କରିବା ନେଇ ସ୍ଥିର କରିଛନ୍ତି । ସୂଚନା ରହିଛି ଯେ ଉଭୟଙ୍କ ପରିବାର ଲୋକେ ଏହି ଲୋକେସନରେ ପହଁଞ୍ଚି ସାରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link