Vladimir Putin Opponent: ସେହି ୭ ବ୍ୟକ୍ତିତ୍ୱ ଯିଏ ଭ୍ଲାଦମିର ପୁତିନଙ୍କୁ ଚ୍ୟାଲେଞ୍ଜ ଭୋଗିଛନ୍ତି ଗମ୍ଭୀର ପରିଣାମ

Russian President Vladimir Putin: ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ବିରୋଧରେ ବିଦ୍ରୋହ କରିଥିବା ଚର୍ଚ୍ଚାକୁ ଆସିଥିଲେ ପ୍ରାଇଭେଟ ଆର୍ମୀ ୱାଗନର୍ ଗ୍ରୁପ୍‌ର ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍‌। ଯିଏ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ହେଲେ କ`ଣ ଆପଣ ଜାଣିଛନ୍ତି ୟେଭେଗେନି ପ୍ରିଗୋଝିନ୍‌ ଙ୍କ ଆହୁରି ଏପରି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯିଏ ଭ୍ଲାଦମିର ପୁତିନଙ୍କୁ ଚ୍ୟାଲେଞ୍ଜ କରି ନିଜର ଜୀବନ ହାରିଛନ୍ତି।

Wed, 30 Aug 2023-6:17 pm,
1/7

ଆନ୍ନା ପୋଲିତକୋଭସ୍କାୟା (Anna Politkovskaya) ଜଣେ ମାନବ ଅଧିକାର ବିଷୟରେ ରିପୋର୍ଟିଂ କରୁଥିବା ସାମ୍ବାଦିକ ଭାବରେ ଜମାଶୁଣା ଥିଲେ। ଋଷିଆ ରାଜଧାନୀ ମସ୍କୋ ଠାରେ ଅବସ୍ଥିତ ରହିଥିବା ତାଙ୍କ ଫ୍ଲାଟ ବାହାରେ ୨୦୦୬ ଅକ୍ଟୋବର ୭ ତାରିଖରେ ବଜାରରୁ ଘରକୁ ଫେରିବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଋଷିଆରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପ୍ରତି ରହିଥିବା ବିପଦ ବାବଦରେ ସେ ସ୍ୱର ଉତ୍ତୋଳନ କରିଥିଲେ। 

2/7

ଭିକ୍ଟର ୟୁସଚେଙ୍କୋ (Viktor Yushchenko):  ୨୦୦୪ ୟୁକ୍ରେନ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଦେଶର ବିରୋଧି ଦଳ ନେତା ଭିକ୍ଟର ୟୁସଚେଙ୍କୋ ଙ୍କୁ ବିଷ ଦିଆଯାଇଥିଲା। ଯିଏ ମସ୍କୋ ସମର୍ଥିତ ପ୍ରାର୍ଥୀ ଭିକ୍ଟର ୟାନୁକୋଭିଚ (Viktor Yanukovych) ଙ୍କ ବିରୋଧରେ ୟୁକ୍ରେନ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ଶରୀରରେ ୧ ହଜାର ଗୁଣରୁ ଅଧିକ ଥର ଡାଇଅକ୍ସିନ (Dioxin) ମିଳିଥିଲା।

 

3/7

ଆଲେକ୍ସଜାଣ୍ଡାର୍ ଲିଟଭିନେଙ୍କୋ (Alexander Litvinenko): ବ୍ରିଟିଶ ଅଧିକାରୀଙ୍କ ଅନୁଯାୟୀ, ପୂର୍ବତନ କେଜିବି ଏଜେଣ୍ଟ ତଥା ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ସମାଲୋଚକ ଭାବେ ଜଣାଶୁଣା ଆଲେକ୍ସଜାଣ୍ଡାର୍ ଲିଟଭିନେଙ୍କୋ ୨୦୦୬ ମସିହାରେ ୪୩ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ତାଙ୍କର ମୃତଦେହ ଲଣ୍ଡନ ସ୍ଥିତ ମିଲେନିୟମ୍ ହୋଟେଲ ଠାରେ ମିଳିଥିଲା। ପୋଲୋନିଅମ୍-୨୧୦ ବିଷ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ତାଙ୍କ ଗ୍ରୀନ୍ ଟି ମଧ୍ୟରେ ପୋଲୋନିଅମ୍-୨୧୦ ମିଶାଇ ଦିଆଯାଇଥିଲା। ଯାହା ଏକ ରେଡିଓଆକ୍ଟିଭ୍ ପଦାର୍ଥ ଭାବରେ ଜଣାଶୁଣା।

 

4/7

ଭ୍ଲାଦମିର୍ କର-ମୁର୍ଜା (Vladimir Kara Murza) ଜଣେ ଋଷୀୟ କାର୍ଯ୍ୟକର୍ତ୍ତା ଭାବରେ ଜଣାଶୁଣା ଥିଲେ। ୨୦୧୫ ବର୍ଷରୁ ୨୦୧୭ ମଧ୍ୟରେ ତାଙ୍କୁ ବିଷ ଦେଇ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ତାଙ୍କ ଡାକ୍ତରୀ ରିପୋର୍ଟ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଥିଲା। ଉଚ୍ଚ ସ୍ତରର ତମ୍ବା, ମାଙ୍ଗାନିଜ୍ ଏବଂ ଜିଙ୍କ ତାଙ୍କ ଶରୀରରେ ମିଳିଥିବା ନେଇ ତାଙ୍କର ମେଡିକାଲ ରିପୋର୍ଟ ଦର୍ଶାଇଥିଲା।

5/7

ଗତ ୨୦୧୮ ମାର୍ଚ୍ଚରେ ସର୍ଗେଇ ସ୍କ୍ରିପାଲ (Sergei Skripal) ଏବଂ ତାଙ୍କ ଝିଅ ୟୁଲିଆ ସ୍କ୍ରିପାଲ (Yulia Skripal) ବ୍ରିଟିଶ କ୍ୟାଥେଡ୍ରାଲ ସହର ସାଲିସବରୀ ସ୍ଥିତ ଏକ ସପିଂ ସେଣ୍ଟର ବାହାରେ ଚେତାଶୂନ୍ୟ ହୋଇପଡିଥିଲେ। ସର୍ଗେଇ ସ୍କ୍ରିପାଲ ଜଣେ ଋଷୀୟ ଏଜେଣ୍ଟ ଥିଲେ। ଯିଏ ବ୍ରିଟିଶ ଗୁପ୍ତଚର ଏଜେନ୍ସି ସହିତ ରଷିଆ ସହ ଜଡ଼ିତ ଗୁଇନ୍ଦା ତଥ୍ୟ ପ୍ରଦାନ କରିଥିବାର ଅଭିଯୋଗ ହୋଇଥିଲା। ମାତ୍ର ଋଷିଆ ପକ୍ଷରୁ ତାଙ୍କୁ କୌଣସି ପ୍ରକାରର ବିଷ ଦେଇଥିବା କଥା ସ୍ୱୀକାର କରିବାକୁ ମନା କରିଦେଇଥିଲା।

 

6/7

ଋଷୀୟ ବିରୋଧି ଦଳ ନେତା ଏଲେକ୍ସି ନାଭଲନି (Alexei Navalny) ଗତ ୨୦୨୦ ବର୍ଷରେ ଚିକିତ୍ସା ପାଇଁ ଜର୍ମାନୀ ଚାଲି ଯାଇଥିଲେ। କାରଣ ତାଙ୍କୁ ବିଷ ଦିଆଯାଇଥିଲା। ହେଲେ ଏହି ଘଟଣାରେ କୌଣସି ପ୍ରକାରର ସମ୍ପୃକ୍ତି ରହିଥିବା ନେଇ ଋଷିଆ ସରକାର ଅସ୍ୱୀକାର କରିଥିଲେ। ହେଲେ ଯେତେବେଳେ ୨୦୨୧  ବର୍ଷରେ ଏଲେକ୍ସା ନାଭଲନି ସ୍ୱଦେଶ ଫେରିଥିଲେ, ସେତେବେଳେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ୧୨ ବର୍ଷ ଦଣ୍ଡିତ କରାଯାଇଛି।

 

7/7

ଋଷିଆ ସମର୍ଥିତ ପ୍ରାଇଭେଟ ଆର୍ମୀ ୱାଗନର୍ ଗ୍ରୁପ୍‌ ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍ (Yevgeny Prigozhin) ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗତ ଜୁନ୍ ୨୩-୨୪ ତାରିଖରେ ଋଷୀୟ ସରକାର ଏବଂ ସେନା ବିରୋଧରେ ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ୟେଭେଗେନି ପ୍ରିଗୋଝିନ୍। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link