Samantha Ruth Prabhu: ଆଗାମୀ ଫିଲ୍ମ `ଶକୁନ୍ତଳମ` ପାଇଁ ସାମନ୍ଥା ପିନ୍ଧିଲେ ୧୪ କୋଟିର ଗହଣା, ଦେଖନ୍ତୁ ଫଟୋ

Samantha Ruth Prabhu News In Odia: ଆଜିକାଲି ସାଉଥ ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ ତାଙ୍କର ଆଗାମୀ ପୌରାଣିକ ନାଟକ ଫିଲ୍ମ `ଶକୁନ୍ତଳମ` ପ୍ରମୋସନରେ ଲାଗିପଡ଼ିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାମନ୍ଥା ଏହି ଚଳଚ୍ଚିତ୍ରରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଛନ୍ତି। ନିର୍ମାତାମାନେ ଏହି ଫିଲ୍ମରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି।

Mon, 27 Mar 2023-5:39 pm,
1/5

ପୋଷ୍ଟରରେ ସାମନ୍ଥା ଭାରୀ ଅଳଙ୍କାର ପିନ୍ଧିଥିବାର ନଜର ଆସିଛନ୍ତି। ବିଶେଷ କଥା ହେଉଛି ଏହି ଅଳଙ୍କାର ପ୍ରକୃତ ସୁନା ଏବଂ ହୀରା ବ୍ୟବହାର କରି ଡିଜାଇନ୍ କରାଯାଇଛି ।

2/5

ଫିଲ୍ମରେ ସାମନ୍ଥା ପିନ୍ଧିଥିବା ଅଳଙ୍କାର ତିଆରି କରିବାକୁ ପ୍ରାୟ ଆଠ ମାସ ସମୟ ଲାଗିଥିଲା। ସେହିପରି ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଅଳଙ୍କାରର ମୂଲ୍ୟ ୧୪ କୋଟି ଟଙ୍କା ବୋଲି କୁହାଯାଉଛି ।

3/5

ଏଠାରେ କହିରଖୁଛୁ ଯେ, ସାମନ୍ଥାଙ୍କ ସହ ଫିଲ୍ମରେ ନଜର ଆସିବେ ପ୍ରଭୁ ଦେବ୍ ମୋହନ । ଏମାନଙ୍କ ବ୍ୟତୀତ ଅଦିତି ବାଲାନ, ଅନନ୍ୟା ନାଗାଲା, ମୋହନ ବାବୁ ଏବଂ ଗୌତମୀ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

4/5

ଚଳଚ୍ଚିତ୍ରର ସମସ୍ତ ପୋଷ୍ଟରରେ ସାମନ୍ଥା ଋଥୁ ପ୍ରଭୁ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି।

5/5

ଗୁନଶେଖରଙ୍କ ଦ୍ୱାରା ନିର୍ମିତ ତଥା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୧୪ ରେ ହିନ୍ଦୀ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ ହେବାକୁ ଯାଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link