Sunday Remedies: ରବିବାର ଦିନ କରନ୍ତୁ ଏହି ୫ଟି କାମ, ଦୂର ହେବ ଦାରିଦ୍ରତା!

Sunday Remedies: ହିନ୍ଦୁ ଧର୍ମରେ ପ୍ରତ୍ୟକ ଦିନ ପ୍ରତ୍ୟକ ଦେବତାଙ୍କ ଲାଗି ସମର୍ପିତ କରାଯାଇଥାଏ। ସେହି କ୍ରମରେ ରବିବାର ଦିନଟି ପ୍ରଭୁ ସୂର୍ଯ୍ୟ ଦେବତାଙ୍କୁ (Surya dev) ସମର୍ପିତ ଅଟେ। ସମସ୍ତ ଗ୍ରହ ମାନଙ୍କର ରାଜା ତଥା ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ ଦେବତା (Surya dev)। ଏହି ପବିତ୍ର ଦିନ ବିଷୟରେ ପୁରାଣ ଶାସ୍ତ୍ରରୁ ଆରମ୍ଭ କରି ଜ୍ୟୋତିଷ ଶାସ୍ତ୍ର ପର୍ଯ୍ୟନ୍ତ ସବୁଠାରେ ଉଲ୍ଲେଖ ରହିଛି। ବିଶ୍ବାସ ରହିଛି ଯେ,ସୂର୍ଯ୍ୟ ନାରାୟଣଙ୍କ ବ୍ରତ ଓ ଉପାସନା କଲେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

Sun, 04 Jun 2023-7:52 am,
1/5

ରବିବାର ଦିନ କରନ୍ତୁ ଏହି ସବୁ କାମ..

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ରହିଛି । ତେବେ, ରବିବାର ଦିନ ଆପଣ ମଇଦା ବା ଅଟାରେ ତିଆରି ଗୁଳା ପ୍ରସ୍ତୁତ କରି ପୋଖରୀରେ ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ବାରା ସୂର୍ଯ୍ୟଙ୍କ ସ୍ଥିତି ଆପଣଙ୍କ ରାଶିରେ ସୁଦୃଢ ରହିବ। ଏବଂ ଆପଣଙ୍କ ଆର୍ଥିକ ସ୍ଥିତିରେ ବିରାଟ ପରିବର୍ତ୍ତନ ଆସିବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। 

2/5

- ରବିବାର ଦିନ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ, ସୂର୍ଯ୍ୟ ଭଗବାନଙ୍କୁ ଖାସ୍ କରି ରବିବାର ଦିନ ସ୍ନାନ ପରେ ଜଳ ଅର୍ପଣ କଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏବଂ ମାଆ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ କେବେବି ଧନର ଅଭାବ ରୁହେ ନାହିଁ। 

3/5

-ସେହିପରି ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ପରେ ଆପଣ ମାଆ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଜୀବନରେ କେବେବି ଧନର ଅଭାବ ରହିବ ନାହିଁ। ଏବଂ ଘରେ ଲାଗି ରହିଥିବା କଳହ ଓ ବିବାଦର ମଧ୍ୟ ଅନ୍ତ ଘଟିବ। ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବ। 

 

4/5

-ରବିବାର ଦିନ ସୂର୍ଯ୍ୟ ଦେବତାଙ୍କ ମନ୍ତ୍ର ଜପ କରିବା ଦ୍ବାରା ଆପଣଙ୍କ ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ହେବା ସହ କ୍ୟାରିୟରରେ ସଫଳତା ମିଳିବ। 

 

5/5

-ଯଦି ଆପଣଙ୍କ ଚାକିରି ପଦୋନ୍ନତି ମିଳୁନି ଏବଂ ବ୍ୟବସାୟରେ ଲାଭ ହେଉନି । ତେବେ ରବିବାର ଦିନ ଆପଣ ପ୍ରବାହିତ ହେଉଥିବା ନଦୀର ପାଣି କିମ୍ବା ହ୍ରଦରେ ଗୁଡ ଏବଂ କିଛି ଚାଉଳ ମିଶ୍ରଣକୁ ପାଣିରେ ଭସାଇ ଦିଅନ୍ତୁ । ଏହା କରିବା ଦ୍ବାର ଆପଣ ସୂର୍ଯ୍ୟ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିବେ। ଏବଂ ଆପଣ ଚାକିରି ଓ ବ୍ୟବସାୟରେ ଆଶାତିତ ସଫଳତା ଆପଣଙ୍କୁ ମିଳିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link