Lucky Rashi For Marriage: ଏହି ରାଶିର ପୁଅ ହୋଇଥାନ୍ତି ବହୁତ ଖାସ୍, ବିବାହ ପରେ ଭାଗ୍ୟଶାଳୀ ହୁଅନ୍ତି ସ୍ତ୍ରୀ

Lucky Rashi For Marriage:କ`ଣ ଆପଣ ଜାଣନ୍ତି କି ୬ଟି ରାଶିର ପୁଅ ମାନେ ନିଜ ପତ୍ନୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କୁ ବିବାହ କରିବା ଦ୍ୱାରା ଝିଅମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ। କିଛି ରାଶିର ପୁଅମାନଙ୍କର ବ୍ୟକ୍ତିତ୍ୱ ଓ ଆଚରଣ ବହୁତ ଭିନ୍ନ ହୋଇଥାଏ ଏବଂ ସେମାନଙ୍କୁ ବିବାହ କରୁଥିବା ଝିଅମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । କାରଣ ବିବାହ ପରେ ସେମାନେ ଶ୍ୱଶୁର ଓ ସ୍ୱାମୀଙ୍କ ଉପରେ ଶାସନ କରନ୍ତି । ଆସନ୍ତୁ ଜାଣିବା ଏହି ୬ଟି ରାଶି ବିଷୟରେ ସବୁକିଛି ।

Rashmita Sahoo Sun, 01 Sep 2024-3:08 pm,
1/6

କର୍କଟ ରାଶିର ଲୋକମାନେ ଦୟାଳୁ ଏବଂ ଯତ୍ନବାନ ଅଟନ୍ତି । ଏମାନେ ନିଜ ପାର୍ଟନରଙ୍କ ଭାବନା ପ୍ରତି ଅଧିକ ଧ୍ୟାନ ଦିଅନ୍ତି । ଏଥିସହିତ ତାଙ୍କ ସୁରକ୍ଷା ପାଇଁ ସେମାନେ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ଏହି ରାଶିର ସ୍ୱାମୀମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି । ସେମାନେ ଚାହାଁନ୍ତି ଯେ ନିଜ ସ୍ତ୍ରୀ ପାଇଁ ତାଙ୍କ ଘର ଏକ ସୁରକ୍ଷିତ ଏବଂ ସୁଖମୟ ସ୍ଥାନ ହେଉ ।     Also Read: Budh Nakshatra Gochar: ବୁଧଙ୍କ ୪ଥର ନକ୍ଷତ୍ର ପରିବର୍ତ୍ତନ, ସେପ୍ଟେମ୍ବର ମାସରେ ଏହି ୩ ରାଶି ଧନବାନ!     Also Read: Love Horoscope: ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ବହୁତ ରୋମାଣ୍ଟିକ, ଜୀବନରେ ଭରିଦିଅନ୍ତି ଖୁସି

2/6

କନ୍ୟା ରାଶିର ପୁରୁଷମାନେ ଅଧିକ ଶାନ୍ତ ଓ ସରଳ ସ୍ୱଭାବର ଥାଆନ୍ତି ଏବଂ ସେମାନେ ବହୁତ ଭରସାଯୋଗ୍ୟ ଅଟନ୍ତି । ଏମାନେ ଜୀବନରେ ଥିବା ସମସ୍ୟାର ସମାଧାନ କରିବାରେ ବହୁତ ଦକ୍ଷ ଅଟନ୍ତି । ଏମାନେ ନିଜ ସାଥୀ ଏବଂ ପରିବାରର ବହୁତ ଭଲ ଯତ୍ନ ନିଅନ୍ତି ଏବଂ ସର୍ବଦା ସେମାନଙ୍କ କଲ୍ୟାଣ ପାଇଁ ଚେଷ୍ଟା କରନ୍ତି।

3/6

ତୁଳା ସର୍ବଦା ଶାନ୍ତି ବଜାୟ ରଖେ। ସେମାନେ ଭଲ କହିବାର କଳା ଜାଣନ୍ତି । ସମସ୍ତଙ୍କୁ ଖୁସି କରିବାର ଶ୍ରେଷ୍ଠ ଗୁଣ ତାଙ୍କ ପାଖରେ ରହିଛି। ସେମାନେ ସର୍ବଦା ନ୍ୟାୟ ପଥରେ ଚାଲିଥାନ୍ତି। ସର୍ବଦା ନିଜ ସାଥୀକୁ ଅଧିକ ଭଲ ପାଇଥାନ୍ତି ଏବଂ ତାଙ୍କୁ ବୁଝିବାକୁ ଚେଷ୍ଟା କରିଥାନ୍ତି ।

4/6

ବିଛା ରାଶିର ଲୋକମାନେ ଉତ୍ସାହୀ ଏବଂ ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି । ଏହି ଲୋକମାନେ ସଚ୍ଚୋଟ ଅଟନ୍ତି । ସେମାନେ ଚାହାଁନ୍ତି ଯେ ତାଙ୍କ ସାଥୀ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ । ନିଜ ପ୍ରିୟଜନଙ୍କୁ ଖୁସି ଓ ସୁରକ୍ଷିତ ରଖିବା ପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି।

5/6

ମକର ରାଶିର ପୁରୁଷମାନେ ପରିଶ୍ରମୀ ଏବଂ ଅତ୍ୟନ୍ତ ଦାୟିତ୍ୱବାନ ଅଟନ୍ତି । ସେମାନେ ନିଜ ବିବାହ ବନ୍ଧନକୁ ଅଧିକ ଗମ୍ଭୀରତାର ସହ ନେଇଥାନ୍ତି । ନିଜ ପରିବାରକୁ ଖୁସି ରଖିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ଏହି ରାଶିର ସ୍ୱାମୀମାନେ ବିଶ୍ୱସ୍ତ ଏବଂ ବିଶ୍ୱାସଯୋଗ୍ୟ ଅଟନ୍ତି ।

6/6

ମୀନ ସମ୍ବେଦନଶୀଳ ଓ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏମାନେ ନିଜ ସାଥୀଙ୍କ କଥା ଭଲ ଭାବେ ଶୁଣନ୍ତି। ସର୍ବଦା ନିଜ ପାର୍ଟନରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିଥାନ୍ତି ।    (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link