World Cup 2023: ବିଶ୍ୱକପରେ ଟିମ୍ ଇଣ୍ଡିଆ ପାଇଁ ନୁହେଁ ଏହି ସବୁ ଦଳ ପାଇଁ ଖେଳୁଛନ୍ତି ଏହି ୬ ଭାରତୀୟ..

ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଏମିତି କିଛି ବିଦେଶୀ ଖେଳାଳୀ ଅଛନ୍ତି ଯେଉଁମାନେ ଭାରତୀୟ ବଂଶୋଦ୍ଭବ।ସେମାନେ ମୂଳ ଭାରତୀୟ ହୋଇ ମଧ୍ୟ ଭାରତ ନୁହେଁ ବଂର ଅନ୍ୟ ଦେଶ ପାଇଁ ଖେଳୁଛନ୍ତି। ତେବେ ଆଜି ଆମେ ସେହି କ୍ରିକେଟରମାନଙ୍କ ସହ ଆପଣଙ୍କୁ ପରିଚିତ କରାଇବୁ ଯେଉଁମାନେ ନିଜେ ଭାରତର ବିଭିନ୍ନ ରାଜ୍ୟରେ ଜନ୍ମ ଗ୍ରହଣ କରିଛନ୍ତି ଅଥବା ସେମାନଙ୍କ ମା

ପ୍ରିୟମ୍ବଦା ରଣା Tue, 14 Nov 2023-10:30 am,
1/7

World Cup 2023: ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଏମିତି କିଛି ବିଦେଶୀ ଖେଳାଳୀ ଅଛନ୍ତି ଯେଉଁମାନେ ଭାରତୀୟ ବଂଶୋଦ୍ଭବ।ସେମାନେ ମୂଳ ଭାରତୀୟ ହୋଇ ମଧ୍ୟ ଭାରତ ନୁହେଁ ବଂର ଅନ୍ୟ ଦେଶ ପାଇଁ ଖେଳୁଛନ୍ତି। ତେବେ ଆଜି ଆମେ ସେହି କ୍ରିକେଟରମାନଙ୍କ ସହ ଆପଣଙ୍କୁ ପରିଚିତ କରାଇବୁ ଯେଉଁମାନେ ନିଜେ ଭାରତର ବିଭିନ୍ନ ରାଜ୍ୟରେ ଜନ୍ମ ଗ୍ରହଣ କରିଛନ୍ତି ଅଥବା ସେମାନଙ୍କ ମାତାପିତା। ବର୍ତ୍ତମାନ ସେମାନେ ଅନ୍ୟ ଦେଶରେ ଯାଇ ବସବାସ କରୁଥିବାରୁ ଏବେ ସେହି ଦେଶ ପାଇଁ ସେମାନେ କ୍ରିକେଟ୍ ଖେଳୁଛନ୍ତି।

2/7

୧. ଭାରତୀୟ ବଂଶୋଦ୍ଭବ ବିଦେଶୀ ଖେଳାଳି ମଧ୍ୟରେ ପ୍ରଥମ ନାଁ ଆସେ ବିକ୍ରମଜିତ୍ ସିଂ(Vikramjit Singh)ଙ୍କର, ଯିଏ କି ନେଦରଲ୍ୟାଣ୍ଡ କ୍ରିକେଟ୍ ଟିମ୍ ର ଜଣେ ଦମଦାର ଖେଳାଳୀ। ସେ ପଞ୍ଜାବର ଚିମା ଖୁର୍ଦ ଠାରେ ଜନ୍ମ ଗ୍ରହଣ କରିଥିଲେ।

3/7

୨. ଭାରତୀୟ ବଂଶୋଦ୍ଭବ ହୋଇ ଅନ୍ୟ ଦେଶ ପାଇଁ ଖେଳୁଥିବା ଆଉ ଜଣେ କ୍ରିକେଟର ହେଲେ ତେଜା ନିଦାମନରୁ(Teja Nidamanru)। ସେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଜନ୍ମ ଗ୍ରହଣ କରିଥିଲେ, ପରେ ସେ ନିୟୁଜିଲ୍ୟାଣ୍ଡରେ ପରିବାର ସହ ବସବାସ କରୁଛନ୍ତି। ସେ ଏବେ ନିୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍ ପାଇଁ ଖେଳୁଛନ୍ତି।

4/7

୩.  ସେହିପରି ୨୦ ବର୍ଷୀୟ ନେଦରଲ୍ୟାଣ୍ଡର ଅଫ୍ ସ୍ପିନର ଆରୟନ୍ ଦତ୍ତ(Aryan Dutt) ଜଣେ ମୂଳ ଭାରତୀୟ।ତାଙ୍କ ପୂର୍ବ ପୁରୁଷଙ୍କ ପଞ୍ଜାବର ହୋସିଆରପୁରରେ ରହନ୍ତି ।ସେ ନିଜ ପରିବାର ସହ ଏବେ ନେଦରଲ୍ୟାଣ୍ଡରେ ବସବାସ କରୁଛନ୍ତି।

5/7

୪. ଭାରତୀୟ ବଂଶୋଦ୍ଭବ ଆଉ ଜଣେ କ୍ରିକେଟର ହେଉଛନ୍ତି ରଚିନ୍ ରବିନ୍ଦ୍ର(Rachin Ravindra)। ତାଙ୍କ ପିତା କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିଲେ। ଏବେ ମଧ୍ୟ ତାଙ୍କ ଜେଜେମା ବାଙ୍ଗାଲୋକରେ ରହୁଛନ୍ତି। ରଚିନଙ୍କ ବାପା କ୍ରିକେଟର ସଚିନ୍ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କର ଜଣେ ବଡ଼ ଫ୍ୟାନ୍ ଥିଲେ। ତେଣୁ ସେ ନିଜ ପୁଅଙ୍କ ନାମ ଏହି ୨ ଜଣଙ୍କ ନାଁ ରେ ରଖିଛନ୍ତି। ତେବେ ରଚିନ୍ ଏବେ ନିୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ପାଇଁ ଖେଳୁଛନ୍ତି।

6/7

୫. ସେହିପରି ଆଉ ଜଣେ ଭାରତୀୟ ବଂଶୋଦ୍ଭବ ବିଦେଶୀ  କ୍ରିକେଟର ହେଲେ ଇଶ୍ ସୋଢି(Ish Sodhi)। ସେ ନିୟୁଜି ଲ୍ୟାଣ୍ଡ ଟିମର ଜଣେ ଭଲ ଲେଗ୍ ସ୍ପିନର।ପଞ୍ଜାବର ଲୁଧିଆନାରେ ତାଙ୍କ ପୂର୍ବ ପୁରୁଷଙ୍କ ଘର।

7/7

୬. କେଶବ ମହାରାଜ(Keshav Maharaj) ସାଉଥ ଆଫ୍ରିକା କ୍ରିକେଟ୍ ଟିମର ଜଣେ ଭଲ ଖେଳାଳୀ। ତାଙ୍କ ପୂର୍ବ ପୁରୁଷଙ୍କ ଘର ହେଉଛି ଉତ୍ତରପ୍ରଦେଶର ସୁଲତାନପୁରି। ସେ ଜଣେ ମୂଳ ଭାରତୀୟ ହିନ୍ଦୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link