Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 16 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୧୬ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Wed, 16 Oct 2024-6:22 am,
1/12

  ମେଷ: ଆଜିର ଦିନ ଆପଣଙ୍କୁ ଟିକେ ସତର୍କତାର ସହ ଚଳିବାକୁ ପଡିବ। ଦେହ ଓ ମନ ଭଲ ରହିବ ନାହିଁ। ପରିବାର ସଦସ୍ୟଙ୍କ ସହିତ ମନୋମାଳିନ୍ୟ ହେବ। ଦୂରାଯାତ୍ରାରୁ ନିବୃତ୍ତ ରୁହନ୍ତୁ। ବ୍ୟବସାୟରେ କ୍ଷତି ହେବା କର୍ମକ୍ଷେତ୍ରରେ ଚାକିରିଆଙ୍କ ପାଇଁ ମଧ୍ୟ ଦିନଟି ଖାସ୍ ରହିବ ନାହିଁ । ସାର୍ବଜନିକ ରୂପରେ ମାନହାନି ହେବାର ସମ୍ଭାବନା ରହିବ। ପାଣିରେ ଭୟ ରହିବ। ସେଥିପାଇଁ ଜଳାଶୟ ନିକଟକୁ ଯିବାକୁ ଦୁଃ ସାହସ କରନ୍ତୁ ନାହିଁ। ଯଦି ଆଜି କୌଣସି ସମ୍ପତ୍ତି କିମ୍ବା ଗାଡି କିଣୁଛନ୍ତି । ଗାଡିର କାଗଜ ଉପରେ ଦସ୍ତଖତ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି।  

ALSO READ: Shani Margi 2024: ଆସନ୍ତାମାସରେ ଶନିଙ୍କ ଓଲଟା ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର!

2/12

ବୃଷ: ଆଜି  ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍ ହେବାକୁ ଥିବା କାର୍ଯ୍ୟ ମଧ୍ୟ ବିଗିଡି ପାରେ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ ନାହିଁ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ନିଜ ପରିବାର ସହ ତୀର୍ଥ ଯାତ୍ରା କରିପାରନ୍ତି। ଚାକିରି ,ବ୍ୟବସାୟ ସ୍ଥଳ ଓ ପରିବାର ମଧ୍ୟରେ ମନମାଳିନ୍ୟ ହେବ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। 

3/12

ମିଥୁନ:  ଆଜିର ଦିନ ଆପଣଙ୍କୁ ଖୁସି ସହିତ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ପାରିବାରରେ ଖୁସିର ମାହୋଲ୍ ଦେଖିବାକୁ ମିଳିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ମିଳିବ। ନିଜ ମହିଳା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇ ମନ ଆନନ୍ଦିତ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ପ୍ରେମୀମାନଙ୍କ ଲାଗି ସମୟ ଖାସ୍ ରହିଛି। 

4/12

କର୍କଟ:  କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଅତ୍ୟଧିକ କାମର ବୋଝରେ ଥକିଯିବେ। ଏବଂ ଅଣନିଶ୍ୱାସୀ ଅନୁଭବ କରିବେ। ଯାତ୍ରାରେ ବିଘ୍ନ ଆସିବାର ସମ୍ଭାବନା ରହିବ। କୌଣସି ନୂତନ କାର୍ଯ୍ୟ ଆଜି ଆରମ୍ଭ କରନ୍ତୁ ନାହିଁ।  ଶାରୀରିକ ଅସୁସ୍ଥତାର କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିବେ। ଖାଦ୍ୟ-ପାନୀୟର ଧ୍ୟାନ ରଖନ୍ତୁ। ଯୋଗ କରନ୍ତୁ। ଯାହା ଆପଣଙ୍କ ମାନସିକ ଶାନ୍ତି ପାଇଁ ଜରୁରୀ। 

5/12

  ସିଂହ:  ଆଜି ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାପାଇଁ ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ। ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀ ରାଶି ପ୍ରାପ୍ତ ହେବ। ପିତା ତଥା ବୃଦ୍ଧମାନଙ୍କ ତରଫରୁ ଲାଭ ମିଳିବ। ଆୟର ମାତ୍ରା ବଢ଼ିବ। କୌଟୁମ୍ବିକ ମାହୌଲ ଆନନ୍ଦମୟ ରହିବ। ମାନ ସମ୍ମାନ କିମ୍ବା ଉଚ୍ଚ ପଦର ପ୍ରାପ୍ତି ହେବ।

6/12

କନ୍ୟା: ଏହି ରାଶିଙ୍କ ପାଇଁ ଦିନଟି ଅଶୁଭ ରହିବ। ପାରିବାରିକ କଳହ ଦେଖାଦେଇପାରେ। ସେଥିପାଇଁ ଆପଣ ଅଯଥା ବିବାଦରୁ ନିଜକୁ ଦୂରେଇ ରହନ୍ତୁ। ପାରିବାରିକ ସଦସ୍ୟମାନଙ୍କ ସହିତ ଭ୍ରମରୁ ବଞ୍ଚିତ ରୁହନ୍ତୁ। ମନରେ ଉତ୍ପନ୍ନ ନକାରାତ୍ମକ ବିଚାରକୁ ଦୂର କରିବାକୁ ପରାମର୍ଶ। ଛାତ୍ରଛାତ୍ରୀଙ୍କ ପାଠପଢାରେ ମନ ଲାଗିବ ନାହିଁ। ଅନାବଶ୍ୟକ ଧନ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଶାରୀରିକ ଓ ମାନସିକ ଅସୁସ୍ଥତା ଦେଖାଦେବ। 

7/12

ତୁଳା:  ଆଜି କଳା, ସାହିତ୍ୟ ଓ ଲେଖନ କ୍ଷେତ୍ରରେ କିଛି ନୂଆ ସୃଜନ କରିବାପାଇଁ ଆପଣଙ୍କୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ରଶାସନିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ। କର୍ମକ୍ଷେତ୍ରରେ ମହିଳା ମିତ୍ରମାନଙ୍କର ସହଯୋଗ ଅଧିକ ମିଳିବ।  ସ୍ଵାସ୍ଥ୍ୟ ଭଲ ରହିବ। ଆପଣ ଧାର୍ମିକ ଓ ପରୋପକାର କାର୍ଯ୍ୟରେ ସମୟ ଅତିବାହିତ କରିବେ। 

8/12

ବିଛା: ଆଜିର ଦିନ ଆପଣଙ୍କ ପାଇଁ ଅଶୁଭ ରହିପାରେ। କର୍ମକ୍ଷେତ୍ରରେ କମ୍ ସଫଳତା ମିଳିବାରୁ ନିରାଶା ଅନୁଭବ କରିବେ। ପାରିବାରରେ ଅଶାନ୍ତି ଦେଖାଦେବ। ଗାଡ଼ି ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ। କୋର୍ଟ  ଓ  କଚେରୀର କାର୍ଯ୍ୟଗୁଡ଼ିକରେ ସମ୍ଭାଳି କରି ପଦକ୍ଷେପ ନେବେ। ନଚେତ୍ ପରେ ପସ୍ତେଇବେ। ଧାର୍ମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ।  ଖର୍ଚ୍ଚ ବୃଦ୍ଧି ହେବ। 

9/12

ଧନୁ: ଆଜି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିବ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଲାଭ ପାଇବେ। ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ। ସମାଜରେ ଖ୍ୟାତି ବଢ଼ିବ। ସନ୍ତାନମାନଙ୍କର ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ।  

10/12

ମକର: ଆଜିର ଦିନଟି ଏହି ରାଶି ପାଇଁ ବେଶ୍ ମଙ୍ଗଳମୟ ରହିବ।  ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ତରବରିଆ ଭାବେ ଆଜି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ସାମାନ୍ୟ ଦୁର୍ବଳ ରହିବ । ଭୌତିକ ସୁଖ ସୁବିଧାରେ ଉନ୍ନତି ଆସିବ । କୌଣସି ଦ୍ରୁଷ୍ଟି ଶକ୍ତି ଦ୍ଵାରା ହାନି ପହଞ୍ଚି ପାରେ ।  ନିଜର କାର୍ଯ୍ୟକୁଶଳତାକୁ ବଢାଇବା ପାଇଁ ନୂତନ ଟେକନିକର ସାହାରା ନିଅନ୍ତୁ । ପରିବାର ସହଯୋଗ ପ୍ରାପ୍ତ ହେବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । 

11/12

  କୁମ୍ଭ: ଆଜିର ଦିନ ଆପଣ ନିଜର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟକୁ ଭଲ ରଖିବେ। ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ। କୌଣସି ତୀର୍ଥଯାତ୍ରା କରିପାରନ୍ତି। ବନ୍ଧୁଙ୍କର ଆଗମନରେ ମନ ଖୁସି ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରିବ। ରହିବ। ମାନ- ପ୍ରତିଷ୍ଠାରେ ବୃଦ୍ଧି ହେବ। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେବାର ଆନନ୍ଦ ପ୍ରାପ୍ତ ହେବ।

12/12

ମୀନ:  ଦିନଟି ଅଶୁଭ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟରେ ଦାୟିତ୍ଵ ବଢିପାରେ । ବିଶେଷକରି, ପୁରୁଣା ନିବେଶ କ୍ଷତି ଦେଇପାରେ । ନିଜର ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ । ଦୁଷ୍ଟ ପ୍ରକୃତିର ବ୍ୟକ୍ତିମାନଙ୍କୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ । ତାଙ୍କ ଠାରୁ ସାବଧାନ ରୁହନ୍ତୁ । କୌଣସି ଦୁଖଦ ସମାଚାର ମିଳିପାରେ । ଆୟ ଠାରୁ ବ୍ୟୟ ଅଧିକ ରହିବ। କୌଣସି ବି ପ୍ରକାରର ବିବାଦର ଅଂଶ ହୁଅନ୍ତୁ ନାହିଁ । ସ୍ବାସ୍ଥ୍ୟ ଭଲ ରହିବ। ବିଦ୍ୟାର୍ଥୀମାନେ ବହୁତ ପରିଶ୍ରମ କରନ୍ତୁ । ଭଲ ଫଳ ପାଇବେ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link