Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 6 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୬ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Nov 06, 2024, 06:06 AM IST
1/12

ମେଷ: ଆଜିର ଦିନଟି ଶୁଭ ରହିବ।  ବିଶେଷକରି,  ଆର୍ଥିକ ସ୍ଥିତି ବହୁତ ମଜ୍‌ବୁତ୍‌ ରହିବ । କର୍ମକ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ ମାତ୍ର ପରିଶେଷରେ ସଫଳତା ହାସଲ କରିବେ । ପ୍ରତ୍ୟେକ କାମରେ ଆଗପଛ ବିଚାର କରି ହାତ ଦିଅନ୍ତୁ। ନଚେତ୍ ସମସ୍ୟାରେ ପଡିବେ। ପରିବାରରେ ଛୋଟ କଥାକୁ କେନ୍ଦ୍ର କରି ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି । ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 

ALSO READ: Budhaditya Rajyog 2024: ନଭେମ୍ବର ୧୬ରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କ ସହ ବ୍ୟବସାୟୀଙ୍କୁ ମିଳିବ ଖୁସି ଖବର!

ALSO READ: ନଭେମ୍ବରରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କ ସହ ଲାଭବାନ୍ ହେବେ ବ୍ୟବସାୟୀ, ବଢିବ ଆୟ!

2/12

ବୃଷ:  ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଯାହାକୁ ନେଇ ଆପଣ ଖୁସି ଅନୁଭବ କରିବେ।  ସମସ୍ୟା ପିଛା ନ ଛାଡିଲେ ମଧ୍ୟ ଆପଣ ନୀରବ ନରହି ପ୍ରତିକାର ମୂଳକ ପଦକ୍ଷେପ ନେଇପାରନ୍ତି । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇବେ । ଆକସ୍ମିକଭାବରେ ପିତାଙ୍କ ସ୍ବାସ୍ଥ୍ୟହାନୀ ଚିନ୍ତାର କାରଣ ହୋଇପାରେ ।

3/12

ମିଥୁନ: ଆଜିର ଦିନଟି ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ମିଶ୍ରିତ ଫଳ ପ୍ରଦାନ କରିବ। ଆଜି ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ ।  ନିଜ ଲୋକମାନଙ୍କର ଭୁଲ୍‌ ଧାରଣା ବୃଦ୍ଧିପାଇ କଳହର ରୂପ ନେଇପାରେ । ବନ୍ଧୁଙ୍କ ସହାୟତାରେ ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନପରେ ପାଇପାରନ୍ତି । ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ସହ ନୂତନ ସମସ୍ୟା ସୃଷ୍ଟି ହେବ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

 

4/12

କର୍କଟ: ଦିନଟି ଭଲରେ କଟିବ।  ଅଫିସରେ କୌଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଯାହାକୁ ନେଇ ଆପଣ ଦିନସାରା ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ଇର୍ସା ପରାୟଣ ଭାବେ ଦେଖାଇବେ। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁ ସାହାଯ୍ୟ କରିବେ । ବ୍ୟବସାୟୀମାନେ ଦୂରଯାତ୍ରା କଲେ ମଧ୍ୟ ଆଶାନୁରୂପ ଫଳ ପାଇବେ ନାହିଁ। 

 

5/12

ସିଂହ: ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବାରୁ ମନ ଖୁସି ରହିବ । କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫୟତ୍‌ ଦେବାକୁ ପଡିପାରେ । ଭୁଲ୍‌ ବୁଝାମଣା ଯୋଗୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ । ପୁରୁଣା ରୋଗରୁ କଷ୍ଟ ପାଇବେ। 

 

6/12

କନ୍ୟା: ଆଜି ଆପଣଙ୍କ ଦିନଟି ମଉଜମଜଲିସ୍ ରେ କଟିବ। ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯାଇ ପାର୍ଟି କରିବେ।  ସାଙ୍ଗ ଠାରୁ ଆର୍ଥିକ ସାହାଯ୍ୟ ପାଇ ଖୁସି ହେବେ । ଧୈର୍ଯ୍ୟର ସହ ସମସ୍ୟାଗୁଡିକର ମୁକାବିଲା କରିବାରେ ସମର୍ଥ ହେବେ । ପଡୋଶୀଙ୍କ ସହାୟତାରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ମଙ୍ଗଳଙ୍କ ଶୁଭ ପ୍ରଭାବରୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ । ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ। 

 

7/12

ତୁଳା: ଦିର୍ଘ ଦିନ ଧରି ଲାଗି ରହିଥିବା ସ୍ବାସ୍ଥ୍ୟବସ୍ଥାରେ ଆଜି ଉନ୍ନତି ଆସିବ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି ପ୍ରକାର ଯୁକ୍ତିତର୍କ ହୋଇପାରେ।  କୃତି ଓ କୃତିତ୍ୱ ଜନିତ ଆପଣଙ୍କ ଲୋକପ୍ରିୟତାରୁ ମିତ୍ରମାନେ ଇର୍ଷାପରାୟଣ ହୋଇପାରନ୍ତି । ନିଜ ପରିବାର ଲୋକଙ୍କ ସହିତ ମାତ୍ରାଧିକ ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ । କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । 

 

8/12

ବିଛା: ଆଜି ସକାଳୁ ସକାଳୁ କୌଣସି ପ୍ରକାର ଶୁଭ ଖବର ପାଇ ମନ ହାଲୁକା ହୋଇଯିବ । ପରିସ୍ଥିତିରେ ପଡି ବାଧ୍ୟରେ ଶେଷ ମୁହୁର୍ତରେ ନିଷ୍ପତି ପରିବର୍ତନ କରିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଆଜି କୌଣସି ସଭା ସମିତିରେ ସମ୍ମାନୀତ ହେବେ। ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି ।

9/12

ଧନୁ:  ଆଜି ଆପଣଙ୍କୁ ସତର୍କତା ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ । ଆର୍ଥିକ ସ୍ଥିତି ଭଲ ରହିବା ସହ ବନ୍ଧୁମିଳନରୁ ଖୁସି ରହିବେ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇପାରେ । ଶିକ୍ଷାରେ ଉନ୍ନତି, ସନ୍ତାନଙ୍କ ସମସ୍ୟାର ସମାଧାନ, ବ୍ୟବସାୟରୁ ଲାଭଜନିତ ମାନସିକ ସ୍ଥିତି ଭଲ ରହିବ ।

10/12

ମକର:  କୌଣସି ବିବାଦୀୟ ଘଟଣାରେ ଅପମାନିତ ହୋଇପାରନ୍ତି । ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ଆଜିର ଯାତ୍ରା, ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମ ପାଇଁ ଅସୁବିଧା ରହିବ ନାହିଁ । ଗାଡି ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବ । 

 

11/12

କୁମ୍ଭ:  ଆଜି ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବ । ଗତକାଲି ଠାରୁ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟିକୁ ଆଜି ସନ୍ଧ୍ୟ୍ୟାସୁଦ୍ଧା ଶେଷ କରିପାରିବେନି । ସଂଗଠନ,ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ବନ୍ଧୁମାନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ ।

12/12

ମୀନ:  ବ୍ୟବସାୟୀଙ୍କ ଲାଗି ଦିନଟି ଆଦୌ ଅନୁକୂଳ ରହିବ ନାହିଁ।  ଆଶା କରୁଥିବା ଦିଗରୁ ଅର୍ଥ ମିଳିବ ନାହିଁ। ଅର୍ଥ କାରବାରରେ କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ନ ଫେରିବା କାରଣରୁ ଦୁଃଖିତ ହେବେ । କୌଣସି ମୂଲ୍ୟବାନ୍‌ ଜିନିଷ ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିପାରେ । ଯେତେ ଚେଷ୍ଟାକଲେ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ । ପାରିବାରିକ ଜୀବନ ସୁଖମୟ ହେବ। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link