Today Horoscope: ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 7 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୭ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Narmada Behera Nov 07, 2024, 06:11 AM IST
1/12

  ମେଷ: ଆଜି ଦିନଟି ଉତ୍ତମ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋହର ହାତ ବଢ଼ାଇବେ । ପରିବାରରେ ହୋଇଥିବା ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିବାର ଆଶଙ୍କା ରହିଛି । ବିଶେଷକରି,  କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଯେତେ ପାଇଲେ ମଧ୍ୟ ଅଭାବ ଲାଗି ରହିବା କାରଣରୁ ମନେମନେ ଅଶାନ୍ତି ଅନୁଭବ କରିପାରନ୍ତି । ଆୟରେ ବୃଦ୍ଧି ଘଟିବ। ବ୍ୟବସାୟୀମାନେ ଲାଭ ପାଇବେ।    ALSO READ: Shani Mangal Yuti 2024: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବେ ଶନି-ମଙ୍ଗଳ, ବର୍ଷସାରା ହେବ ଧନବର୍ଷା!   ALSO READ: Budh Guru Vakri Horoscope: ବୁଧ ଓ ବୃହସ୍ପତିଙ୍କ କୃପାରୁ ମାଲାମାଲ୍ ହେବ ଏହିସବୁ ରାଶି, କିଣିବେ ନୂଆ ଘର ସହ...

2/12

ବୃଷ:  ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ କମିଯିବ।  ମାତ୍ର ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ ।  ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ହେବନି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ପ୍ରେମୀମାନେ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି । ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। 

3/12

ମିଥୁନ: ଆଜିର ଦିନ ଏହି ରାଶିଙ୍କ ଲାଗି ଏତେ ଖାସ୍ ରହିବ ନାହିଁ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ।  କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବନ୍ଧୁମିଳନ ଅବକାଶରେ ସନ୍ତାନମାନଙ୍କ ବୈବାହିକ ପ୍ରସ୍ତାବର ଆଲୋଚନା କରିପାରନ୍ତି। ସଭାସମିତିରେ ଯୋଗ ଦେଇ ଲାଭବାନ୍‌ ହେବେ ଓ ସମ୍ମାନ, ପ୍ରତିଷ୍ଠା ପାଇବେ । ନିଜ ପରିବାର ସହ ଭଲ ସମୟ ଅତିବାହିତ କରିବେ। 

4/12

  କର୍କଟ : ଏହି ରାଶିଙ୍କ ଲାଗି ଦିନଟି ଅଶୁଭ ରହିବ। କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ।  ଭୁଲ୍‌ ବୁଝାମଣାରୁ ପରିବାରରେ କଳହ ସୃଷ୍ଟି ହେବାର ଆଶଙ୍କା ରହିଛି । ସାଙ୍ଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ଆଜି ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଠିକ୍‌ ସମୟରେ ଯାଇପାରିବେ ନାହିଁ ।

5/12

ସିଂହ: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି।  ଦିର୍ଘ ଦିନର ଆଶା ପୂରଣ ହେବ। ଆଶା ପୂରଣ ହେବା କାରଣରୁ ମନ ଖୁସି ରହିବ । ଜମିଜମା କିମ୍ବା ଗୃହ ସୀମାକୁ କେନ୍ଦ୍ରକରି ରହିଥିବା ବିବଦମାନ ସ୍ଥିତିରୁ ମୁକ୍ତି ମିଳିବ । ଅନ୍ୟମାନଙ୍କ ଉଦ୍ଦେଶ୍ୟକୁ ବୁଝିନପାରି ନିଚ ମନୋଭାବର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ । ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ। ଆବଶ୍ୟକତା ପୂରଣ ସକାଶେ ଧାର କରିବାକୁ ପଡ଼ିପାରେ । ସ୍ବାସ୍ଥ୍ୟ ଭଲ ରହିବ। 

6/12

  କନ୍ୟା:  ଆଜି କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଅନୁରୋଧ-କ୍ରମେ ସ୍ଥଗିତ କାମକୁ ସମ୍ପନ୍ନ କରିବେ । ମିଠା କଥା କହି ସହକର୍ମୀଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହୋଇପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବାଣିଜ୍ୟ, ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ । ବ୍ୟବସାୟୀମାନେ ନିଜ ପାର୍ଟନରଙ୍କୁ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ, ନଚେତ୍ ସମସ୍ୟାରେ ପଡିବେ। ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯାଇପାରନ୍ତି।

7/12

  ତୁଳା: ଆଜି ସକାଳୁ  ଦେବ ଦର୍ଶନର ଯୋଗ ରହିଛି।  ବ୍ୟବସାୟିକ ସଫଳତା ମିଳିବ।  କଳା ଓ ସାହିତ୍ୟ କ୍ଷେତ୍ରରେରେ ପ୍ରଶଂସିତ ହେବେ । ଅଭାବ ନ ଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ଝଡ଼ ଉଠିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ସାମାଜିକ ସ୍ତରରେ ଲୋକାଭିମୁଖୀ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। 

8/12

ବିଛା: ଦିନଟି ଆପଣଙ୍କର ମଉଜ ମଜଲିସ୍ ରେ ଅତିବାହିତ ହେବ।  ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ହାସଲ୍ କରିବେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। କିନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ।  କେତେକ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେଇପାରେ । ପରିବାରରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିବ। 

 

9/12

ଧନୁ: ଆଜି କାର୍ଯ୍ୟକ୍ଷେତ୍ରରେ ବିରୋଧୀ ବଢିବେ । ତେଣୁ ଯେତେ ସମ୍ଭବ ଆଜି ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ।  ଆୟ ବ୍ୟୟରେ ସନ୍ତୁଳନ ରହିବ ।  ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ହୋଇପାରେ । ଆପଣଙ୍କ ପ୍ରିୟ ଆଜି ଆପଣଙ୍କୁ କିଛି କହିବେ । ଯାହା ଆପଣଙ୍କ ଚିନ୍ତା ବଢାଇ ପାରେ । ନିଜ ସାଙ୍ଗ ସାଥୀଙ୍କ ସହ ଦୂରଯାତ୍ରା କରିବେ।  ବ୍ୟବସାୟୀମାନେ ଉତ୍ସାହର ସହିତ କାର୍ଯ୍ୟ କରିବେ । ବଡ଼ ଫାଇନାଲ୍ ହେବ। ସ୍ବାସ୍ଥ୍ୟ ଭଲ ରହିବ।

 

10/12

ମକର: ସକାଳୁ କୌଣସି ପ୍ରକାର ଅଶୁଭ ଖବର ପାଇ ମନ ବିଚଳିତ ହେବ। କର୍ମକ୍ଷେତ୍ରରେ- ଉଚ୍ଚବର୍ଗ ଲୋକମାନଙ୍କ ଚାକିରିରେ କିଛି ଅସୁବିଧା ଆସିପାରେ ।  ପୂଜା ପାଠରେ ମନ ଲାଗିବ । ନିଜର ଚିନ୍ତାକକୁ ଦୂର କରିବା ପାଇଁ ପରିବାର ଲୋକମାନଙ୍କ ସାହାର୍ଯ୍ୟ ନିଅନ୍ତୁ । ନିଜର ଭାବନାକୁ ନିଜ ମଧ୍ୟରେ ରଖନ୍ତୁ ନାହିଁ ତାହାକୁ ଶେୟାର କରନ୍ତୁ । ପ୍ରେମୀମାନଙ୍କୁ ପାଇଁ ଆଜି କିଛି ଶୁଭ ଖବର ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ ।  

 

11/12

କୁମ୍ଭ: ଆଜି କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ। କାର୍ଯ୍ୟଭାର ଅଧିକ ରହିବା ଯୋଗୁଁ ଟେନସନ୍ ରେ ରହିବ।  ଯେଉଁମାନେ ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ କାର୍ଯ୍ୟରତ, ସେମାନେ ଆଶାନୁରୂପ ଫଳ ପାଇ ଖୁସି ହେବେ । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳିବ। କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି । ସାଙ୍ଗମାନଙ୍କ ସହ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ। 

 

12/12

ମୀନ:  ଦିନଟି ଆପଣଙ୍କର ଭଲରେ କଟିବ।   ଦୀର୍ଘଦିନ ହେଲା ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ସେଥିରେ ବିଳମ୍ବରେ ସଫଳତା ପାଇବେ । ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ କରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ । ପରିବାରରେ ଟଙ୍କା ପଇସାକୁ ନେଇ କୌଣସି ପ୍ରକାର କଳହ ସୃଷ୍ଟି ହୋଇପାରେ। ପ୍ରେମୀଙ୍କ ଲାଗି ସମୟ ଭଲ ରହିବ। ଲବ୍-ବାର୍ଡମାନେ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟ ଭଲ ରହିବ ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link