ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟରେ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ୍

V.K. Pandian: ମଙ୍ଗଳବାର ଦିନ ୫ଟି ଏବଂ ନବିନ ଓଡିଶାର ଚେୟାରମ୍ୟାନ୍ ଭିକେ ପାଣ୍ଡିଆନ୍ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ପରିଦର୍ଶନ କରି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ସହ କଥାବାର୍ତ୍ତା କରିଥିଲେ।

ଜୀ ଓଡ଼ିଶା ଡେସ୍କ Fri, 19 Jan 2024-6:48 pm,
1/7

ଭୁବନେଶ୍ୱର: ମାଲକାନଗିରିଠାରେ ବିମାନସେବାର ଶୁଭଉଦଘାଟନ ଅବସରରେ କାର୍ତ୍ତିକପାଣ୍ଡିଆନ କହିଥିଲେଯେ, ମାଲକାନଗିରି ଜିଲ୍ଲାକୁ ବହୁତ ଭଲପାଆନ୍ତି ମୁଖ୍ୟମନ୍ତ୍ରୀ।ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଗତ ମାର୍ଚ୍ଚ ମାସରେ ସେ ମାଲକାନଗିରି ଗସ୍ତ କରିଥିବା ବେଳେ ଲୋକଙ୍କ ଠାରୁ ୮୫୦ଟି ଦରଖାସ୍ତ ଗ୍ରହଣ କରିଥିଲେ। ଏହା ମଧ୍ୟରୁ ଇତି ମଧ୍ୟରେ ୮୨୦ ଦରଖାସ୍ତ ଉପରେ ପଦକ୍ଷେପ ନିଆଯାଇଛି ଓ ମୁଖ୍ୟମନ୍ତ୍ରୀ ଅର୍ଥ ମଂଜୁରକରିଛନ୍ତି। ସେସବୁ କାମ ଚାଲିଛି। 

 

2/7

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ୧୬ କୋଟି ଟଙ୍କା ଅନୁମୋଦନକରାଯାଇଛି ।ସପ୍ତଧାରା ଜଳସେଚନ ପ୍ରକଳ୍ପ ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲା ପ୍ରକଳ୍ପ ପାଇଁ ୪ ହଜାର ୫କୋଟି ଟଙ୍କା ମଂଜୁର ହୋଇଛି। ଡିପିଆର ପ୍ରସ୍ତୁତହୋଇଥିବା ବେଳେ ଖୁବ୍ ଶୀଘ୍ର ଆରମ୍ଭ ହେବ କାମ ।

 

3/7

5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ମାଛକୁଣ୍ଡ ନଦୀ ଉପରେ ଦେଶୀଗୁଡ଼ାଯନ୍ତ୍ରୀ ରାସ୍ତାରେ ସେତୁ ପାଇଁ ୪୦ କୋଟି, କୁମୁଟୁପୁଡା ନଦୀ ଉପରେ ଦାନାବେଡା ରାସ୍ତାରେ ସେତୁ ପାଇଁ ୨୭କୋଟି, କାଳିଆ ଘର ନାଳ ଉପରେ ଯନ୍ତ୍ରୀ ରାସ୍ତାରେ ସେତୁ ପାଇଁ ୨୦କୋଟି ଟଙ୍କା ମଂଜୁରହୋଇଛି। ମାଲକାନଗିରି ଜିଲ୍ଲା ପାଇଁ ମୋଟ୍ ୪ହଜାର ୧୮୦କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।ଜିଲ୍ଲାରେ ଆହୁରି ଅଧିକ ଲକ୍ଷ୍ମୀ ବସ୍ ଚଲାଇବା ପାଇଁ ହେଉଥିବା ଦାବି ଖୁବ୍ ଶୀଘ୍ର ପୂରଣ ହେବ।

 

4/7

ମାଲକାନଗିରି ପରେ ନବରଙ୍ଗପୁର ରାଇଘରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣସଭାରେ ଉଦବୋଧନ ଦେଇଥିଲେ। ଏଠାରେ ଫାଇଭ-ଟି ଅଧ୍ୟକ୍ଷ ଗତ ମାର୍ଚ୍ଚ ମାସରେ ନବରଙ୍ଗପୁର ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ପାଳନ ସମ୍ପର୍କରେ ଅବଗତ କରିଛନ୍ତି। ୯ ମାସ ଭିତରେ ନବରଙ୍ଗ ପୁର ଜିଲ୍ଲା ପାଇଁ ୪୫୦କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଉମରକୋଟ ନିର୍ବାଚନମଣ୍ଡଳୀ ପାଇଁ ୨ଶହ କୋଟି ମଂଜୁର ହୋଇଛି କହିଥିଲେ।

 

5/7

ଫାଇଭ-ଟି ଅଧ୍ୟକ୍ଷ ଆହୁରୁ କହିଥିଲେ ଯେ ଜିଲ୍ଲା ପାଇଁ ମିଳିଥିବା ଏହି ୪୫୦ କୋଟି ଭିତରେ ଜଳ ସେଚନ ପାଇଁ ମିଳିଥିବା ଅନୁଦାନ ରାଶିକୁ ଯୋଡା ଯାଇନାହିଁ। ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓରାଇଘରରେ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। କଲେଜ ଗୁଡ଼ିକରେ ଚଳିତବର୍ଷରୁ ନାମ ଲେଖା ହେବ ।ସେହି ଭଳିଉମର କୋଟରେ ଡାଏଲିସିସ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି ।

 

6/7

ଗୋଣ୍ଡ ସମାଜର ଭବନ ନିର୍ମାଣ ପାଇଁ ୫୦ଲକ୍ଷଟଙ୍କା, ବଙ୍ଗାଳି ସମାଜର କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ପୋଡାଗଡ଼ରେ ଥିବା ଶିବମନ୍ଦିର ଓ ଅଞ୍ଚଳର ଉନ୍ନତି ପାଇଁ ୨ କୋଟି ୯୦ ଲକ୍ଷ ଟଙ୍କା ମଂଜୁର ହୋଇଥିବାବେଳେ ଉମରକୋଟ-ରାୟଘର ରାସ୍ତା ନିର୍ମାଣ ପାଇଁ ୫୦କୋଟି ଟଙ୍କା ମଂଜୁର ହୋଇଥିବା ପ୍ରକାଶ କରିବା ସହଅନ୍ୟାନ୍ୟ ରାସ୍ତାର ଉନ୍ନତିକରଣ ପାଇଁ ଅନୁଦାନ ରାଶି ସମ୍ପର୍କରେ ପାଣ୍ଡିଆନ ସୂଚନା ଦେଇଥିଲେ।

 

7/7

ପେଣ୍ଡ୍ରାଣୀ ହାୟର ସେକେଣ୍ଡାରୀ ସ୍କୁଲ ଏବଂ ଡିଗ୍ରୀ କଲେଜ ପାଇଁ ୨କୋଟି ଟଙ୍କା ମଂଜୁର ହୋଇ କାମ ସରିଲାଣି ବୋଲି ପାଣ୍ଡିଆନ କହିଥିଲେ। ଭାସ୍କଲଡ୍ୟାମ ପାଇଁ ୬ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସେ ସୂଚନାଦେଇଛନ୍ତି। ମା ପେଣ୍ଡ୍ରାଣୀ ମନ୍ଦିରର ଉନ୍ନତି କରଣ ପାଇଁ ୩୦ ଲକ୍ଷ ଟଙ୍କା, ରାଇଘର ପଞ୍ଚାୟତ ସମିତି ହାୟର ସେକାଣ୍ଡାରୀ ସ୍କୁଲର ଉନ୍ନତିକରଣ ପାଇଁ ୫୦ଲକ୍ଷ, ରାଇଘରରୁ ଅଞ୍ଚଳ ରାସ୍ତା ପାଇଁ ୪୫ କୋଟି ଟଙ୍କା ମଂଜୁର କରାଯାଇଛି ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link