Year 2024 Gold Rate: ୨୦୨୪ ରେ କେଉଁ ମାସରେ ସବୁଠୁ ଶସ୍ତା ଥିଲା ସୁନା, ଦେଖନ୍ତୁ ପୂରା ତାଲିକା
Year 2024 Gold Rate: ସୁନା ପିନ୍ଧିବାକୁ କାହାକୁ ବା ପସନ୍ଦ ନୁହେଁ। ବାହାଘର ହେଉ ବା ବ୍ରତଘର ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ, ସୁନା ଉପହାର ଦିଆଯାଏ। ତେବେ ସୁନା ଦରରେ ବୃଦ୍ଧି ମଧ୍ୟବିତ୍ତ ପରିବାରଙ୍କୁ ଚିନ୍ତାରେ ପକାଇଥାଏ। ଏହାସହ ପର୍ବପର୍ବାଣୀ ଓ ବିବାହ ଋତୁରେ ସୁନା କିଣିବା କଷ୍ଟକର ହୋଇଥାଏ। ଆସନ୍ତାକାଲି ନୂଆବର୍ଷ ୨୦୨୫ । ତେବେ ଆସନ୍ତୁ ଜାଣିବା ୨୦୨୪ ମସିହାରେ କେଉଁ ମାସରେ ସୁନା ସବୁଠାରୁ ଶସ୍ତା ଥିଲା।
ଜାନୁଆରୀ ମାସ-୨୪ କ୍ୟାରେଟ୍ ସୁନା ୬୨ ହଜାର ୬୯୦ ରୁ ୬୪ ହଜାର ୯୦ । ୨୨ କ୍ୟାରେଟ୍ ସୁନା ୧୦ଗ୍ରାମ ୫୮ ହଜାର ୬୫୦ ଟଙ୍କା।
Also Read: January Money Horoscope: ୨୦୨୫ ଜାନୁଆରୀ ଆର୍ଥିକ ଦୃଷ୍ଟିରୁ ରହିବ କେମିତି?ଜାଣନ୍ତୁ ୧୨ଟି ରାଶିର ଭାଗ୍ୟଫଳ
ଫେବୃଆରୀ ମାସ- ୨୨ କ୍ୟାରେଟ୍ ସୁନା ଦର ୫୭ ହଜାର ଟଙ୍କା ଥିଲା।
ମାର୍ଚ୍ଚ ମାସ- ଦେଶରେ ୨୪ କ୍ୟାରେଟ୍ ସୁନା ୬୬ ହଜାର ୪୧୦ ଟଙ୍କା ଥିଲା ବେଳେ ୨୨ କ୍ୟାରେଟ୍ ସୁନା ଦର ୬୦, ୭୪୦ ଟଙ୍କା ଥିଲା।
ଏପ୍ରିଲ ମାସ- ସେହିପରି ୨୦୨୪ ମସିହାରେ ୨୪ କ୍ୟାରେଟ୍ ଗୋଲ୍ଡ ରେଟ୍ ୭୨ ହଜାର ଥିଲା ବେଳେ ସବୁଠାରୁ ଶସ୍ତା ଥିଲା ୬୭ ହଜାର ଟଙ୍କା।
ମେ ମାସ- ସେହିପରି ମେ ମାସରେ ୨୪ କ୍ୟାରେଟ୍ ସୁନା ଦର ୭୩ ହଜାରରୁ ୬୭ ହଜାର ମଧ୍ୟରେ ସୀମିତ ରହିଥିଲା।
ଜୁନ୍ ମାସ- ଜୁନ୍ ମାସରେ ୧ ଜୁନରେ ୨୪ କ୍ୟାରେଟ୍ ସୁନା ଦାମ ୭୦ ହଜାର ଥିଲା ବେଳେ ୩୦ ଜୁନ୍ ରେ ରହିଥିଲା ୭୦ ହଜାର ୦୬୧ ଟଙ୍କା।
ଜୁଲାଇ ମାସ- ସୁନା ଦର ରହିଥିଲା ୭୩ ହଜାର ଓ ସେହି ମାସରେ ଶସ୍ତା ସୁନା ଦର ଥିଲା ୬୭ ହଜାର।
ଅଗଷ୍ଟ ମାସ- ସେହିପରି ଅଗଷ୍ଟ ମାସରେ ୭୧ ହଜାର ରହିଥିବା ବେଳେ ଦର ଖସି ଖସି ୬୭ ହଜାରକୁ ଆସିଥିଲା।
ସେପ୍ଟେମ୍ବର ମାସ- ସେହି ମାସରେ ୧୦ ଗ୍ରାମ ପିଛା ୭୧ ହଜାର ଓ ଦର ହ୍ରାସ ପାଇ ୬୬ ହଜାର ରହିଥିଲା।
ଅକ୍ଟୋବର ମାସ- ୨୨ କ୍ୟାରେଟ୍ ସୁନା ଦର ୭୪ ହଜାର ଓ ଅକ୍ଟୋବର ୧୦ ତାରିଖରେ ହ୍ରାସ ପାଇଁ ୭୦ ହଜାର ହୋଇଥିଲା।
ନଭେମ୍ବର ମାସ- ନଭେମ୍ୱର ମାସ ରେ ୨୨ କ୍ୟାରେଟ୍ ସୁନା ଦର ଟଳମଳ ରହିଥିଲା। ୭୪ ହଜାର ୧୦ ଗ୍ରାମ ପିଛା ରହିଥିବା ବେଳେ ୧୦୦,୨୦୦ ବୃଦ୍ଧି ଓ ହ୍ରାସ ଘଟୁଥିଲା।
ଡିସେମ୍ବର ମାସ- ସୁନାଦର ୭୨ ହଜାର ୫୦୦ ରହିଥିବା ବେଳେ ବୃଦ୍ଧି ହୋଇ ୨୪ କ୍ୟାରେଟ୍ ୭୬ ହଜାର ଟଙ୍କାରେ ପହଞ୍ଚିଥିଲା।