ସାବଧାନ! ଭୁଲରେ ବି ଏପରି ଭାବେ ପିଅନ୍ତୁ ନାହିଁ ପାଣି, ନଚେତ ହୋଇପାରେ ଭୟଙ୍କର କ୍ଷତି

ଯଦି ସଠିକ ଢଙ୍ଗରେ ପାଣି ପିଆ ନଯାଏ ତ, ଶରୀରକୁ କ୍ଷତି ସହିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ପାଣି ପିଇବାର ଭୁଲ୍ ଶୈଳୀ ବିଷୟରେ ଅଧିକ କଥା । ଅଧିକାଂଶ ଲୋକ ପାଣି ପିଇବା ବେଳେ ଏହି ବଡ଼ ଭୁଲ୍ କରିବସନ୍ତି । ଯଦି ଆପଣ ମଧ୍ୟ ଏହା ମଧ୍ୟରୁ କୌଣସି ଭୁଲ୍ ତରିକାରେ ପାଣି ପିଉଛନ୍ତି, ତ ତୁରନ୍ତ ଏପରି ଢଙ୍ଗରେ ପାଣି ପିଇବା ବନ୍ଦ କରି ଦିଅନ୍ତୁ । ନ ଚେତ୍ ଶରୀରକୁ ଭୟଙ୍କର କ୍ଷତି ପହଞ୍ଚିପାରେ ।

1/7

କଣ କୁହନ୍ତି ବିଶେଷଜ୍ଞ?

ଆପଣ ଅନେକ ଲୋକଙ୍କୁ ଦେଖିଥିବେ ଯେ ସେମାନେ ପାଣି ପିଇ ନିଜ ଦିନ ଆରମ୍ଭ କରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା କଥା । କାରଣ ପାଣି ପିଇଲେ ଶରୀର ଭଲ ଭାବେ କାମ କରିଥାଏ ।  ଶରୀର ଜଳୀୟ ଅଂଶର ଅଭାବ ରହିନଥାଏ । ରକ୍ତ ବିଷୋଧନ ହୋଇଥାଏ । ନୂତନ କୋଷଗୁଡ଼ିକ ସୃଷ୍ଟି ହୁଏ, ମେଟାବୋଲିଜିମ୍ ସକ୍ରିୟ ହୁଏ ।  କୋଷ୍ଠକାଠିନ୍ୟ ସମସ୍ୟା ରହିନଥାଏ ।  କିନ୍ତୁ ଏହି ସମସ୍ତ ଉପକାରର ଲାଭ ଉଠାଇବା ପାଇଁ, ସଠିକ୍ ଉପାୟରେ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ ଅଟେ ।

2/7

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ କଣ କ୍ଷତି ହୁଏ ?

ପ୍ଲାଷ୍ଟିକ୍ ପାଣି ବୋତଲ ତିଆରିରେ ବିପିଏ ରାସାୟନିକ ବିସଫେନଲ୍ ଏ ବ୍ୟବହୃତ ହୁଏ । ଗବେଷଣାରୁ ଜଣାପଡ଼ିଛି ଯେ, ଏହି ରାସାୟନିକ ପଦାର୍ଥ ସୃଷ୍ଟି ହୋଇପାରେ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ରାସାୟନିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଉଚ୍ଚ ରକ୍ତଚାପ, ହର୍ମୋନ୍ ଅସନ୍ତୁଳନ, ଟାଇପ୍ -2 ଡାଇବେଟିସ୍ ଓ ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ିଯାଏ ।  BPA ବୋତଲ ବଦଳରେ କାଚ କିମ୍ବା ଷ୍ଟିଲ ବୋତଲରେ ପାଣି ପିଅନ୍ତୁ ।

3/7

ଏକସଙ୍ଗେ ଅଧିକ ପାଣି ପିଇବା ଦ୍ୱାରା କଣ ହୁଏ ?

ଏକସଙ୍ଗେ ୧ କିମ୍ବା ଦୁଇ ଗ୍ଲାସ୍ ପାଣି ପିଇବା ଭଲ ।  କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଥରକରେ ଏକାଧିକ ଗ୍ଲାସ ପାଣି ପିଇବା ପରି ଭୁଲ୍ କରିବସନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏକ ସମୟରେ ଅଧିକ ପାଣି ପିଇବା ମେଟାବୋଲିଜିମ୍ ଉପରେକୁ ପ୍ରଭାବ ପକାଇପାରେ । ତେଣୁ, ଥରେ ଅଧିକ ପାଣି ପିଇବା ପରିବର୍ତ୍ତେ ଦିନସାରା ଟିକେ ଟିକେ କରି ପାଣି ପିଅନ୍ତୁ । ଘଣ୍ଟା ପ୍ରତି ୧ ଲିଟରରୁ ଅଧିକ ପାଣି ନ ପିଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

4/7

ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ କି ?

ଶରୀର ଅଧାରୁ ଅଧିକ ଜଳକୁ ନେଇ ଗଠିତ । ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବାକୁ ଜଳ ବ୍ୟବହାର କରେ ।  ଜଳ ହଜମ ପ୍ରକ୍ରିୟାକୁ ସଠିକ ରଖେ । କୋଷ୍ଠକାଠିନ୍ୟକୁ ଠିକ୍ ରଖିବା, ବିଷାକ୍ତ ପଦାର୍ଥ ବାହାର କରିବା, ପଥର ଷ୍ଟେନ୍ ବାହାର କରିବା ଓ ଚର୍ମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ ।  ବର୍ତ୍ତମାନ ଯଦି ଆପଣ ଏପରି ପରିସ୍ଥିତିରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଉନାହାଁନ୍ତି, ତେବେ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ପର୍ଯ୍ୟାପ୍ତ ପରିମାଣର ପିଣି ପିଇବା ଜରୁରୀ ।

5/7

ପାଣିରେ କଟା ଫଳ ଓ ପନିପରିବା ପକାଇ ପାଣି ପିଇଲେ କଣ ହୁଏ ?

ଆପଣ ଦେଖିଥିବେ, ଅନେକ ଲୋକ କଟା ଫଳ ଓ ପନିପରିବା ପାଣିରେ ମିଶାଇ ପାଣି ପିଅନ୍ତି । ଯଦିଓ ଏହା କରିବା ଦ୍ୱାରା ପାଣିର ସ୍ୱାଦ ବଢ଼ିଯାଇଥାଏ । ହେଲେ ଯଦି ଫଳ କିମ୍ୱା କଟା ପନିପରିବା ପକାଇ ପାଣି ପାଇଛନ୍ତି, ତାହେଲେ ଭଲ ଭାବେ ଚୋପା ଛଡ଼ାଇ ଓ ଭଳ ଭାବେ ଧୋଇ ପାଣିରେ ପକାଇ ପାଣି ପିଅନ୍ତୁ ।  ଏହାଦ୍ୱାରା ପାଣିର ସ୍ୱାଦ ବଢ଼ିବା ସହ କୌଣସି କ୍ଷତିକାରଣ ଜିନିଷ ଶରୀର ମଧ୍ୟକୁ ଯିବନାହିଁ ।

6/7

କଫି କିମ୍ୱା ଚା ପିଇବାର ତୁରନ୍ତ ପରେ ପାଣି ପିଇଲେ କଣ କ୍ଷତି ହୁଏ ?

ଅନେକ ଲୋକ ଅଛନ୍ତି କଫି କିମ୍ୱା ଚା' ପିଇବାର ତୁରନ୍ତ ପରେ ପାଣି ପିଇବା ଭଳି ଭୁଲ୍ କରିବସନ୍ତି ।  ଏହାଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।  ଏହି ତରଳ ଗରମ ପଦାର୍ଥ ପିଇବା ଦ୍ୱାରା ଶରୀରର ଜଳୀୟ ଅଂଶ ହ୍ରାସ ପାଇଥା । ଏହା ମଧ୍ୟ ଗରମ୍ ହୋଇଥାଏ । କଫି କିମ୍ୱା ଚା' ପିଇବାର ତୁରନ୍ତ ପରେ ପାଣି ପିଇଲେ ଭୟଙ୍କର ପେଟ ରୋଗରେ ପଡ଼ିବାର ସମ୍ଭାବନା ରହିଛି । କଫି କିମ୍ୱା ଚା' ପିଇବା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ ।

7/7

ଶୋଷ ଲାଗୁଥିଲେ ମଧ୍ୟ ପାଣି ନ ପିଇଲେ ହୋଇଥାଏ ଏପରି କ୍ଷତି

ଅନେକ ଲୋକଙ୍କୁ ଶୋଷ ଲାଗୁଥିଲେ ମଧ୍ୟ ସେମାନେ ସେହି ସମୟରେ ପାଣି ପିଇ ନଥାନ୍ତି ।  ଯଦି କେହି କାମ କରୁଥିବେ, ଆଉ ସେହି ସମୟରେ ଶୋଷ ଲାଗିଲା, ସେମାନେ ପାଣି ପିଇ ନଥାନ୍ତି ।  ଯାହା ଦ୍ୱାରା ଶରୀରରେ ଜଳୀୟ ଅଂଶ ହ୍ରାସ ଘଟିଥାଏ । ଏହାଦ୍ୱାରା ଆପଣ ଅଂଶୁଘାତ ପରି ସମସ୍ୟାରେ ପଡ଼ିପାରନ୍ତି । ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।  ଏବେ ଖରାଦିନ ଆଶିଥିବାରୁ ଗରମ କାରଣରୁ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେବ ।  ଆପଣ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ରହିଛି । ଯାହା ଦ୍ୱାରା ଶରୀର ସୁସ୍ଥ ରହିବ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link