ମୁମ୍ବାଇ: ଗୃହରେ ହଟ୍ଟଗୋଳ କରିବା ଅଭିଯୋଗରେ ମହାରାଷ୍ଟ୍ରର ୧୨ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ବିଧାନସଭାରୁ ନିଲମ୍ବିତ କରି ଦିଆଯାଇଛି। ମହାରାଷ୍ଟ୍ର ବିଧାନସଭା ଅଧ୍ୟକ୍ଷ ଆସନରେ ବସିଥିବା ଭାଷ୍କର ଜାଧବଙ୍କ ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦଳୀୟ ବିଧାୟକଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି ବିଜେପି।    


COMMERCIAL BREAK
SCROLL TO CONTINUE READING

ଏନେଇ ମତ ରଖି ମହାରାଷ୍ଟ୍ର ବିଧାନସଭା (Maharashtra Legislative Assembly) କାର୍ଯ୍ୟକାରୀ ବାଚସ୍ପତି (Acting Speaker) ଭାଷ୍କର ଜାଧବ (Bhaskar Jadhav) କହିଛନ୍ତି ଗୃହ କାର୍ଯ୍ୟ ସ୍ଥଗିତ ହେବା ପରେ ବିରୋଧି ଦଳ ନେତା (Maharastra Opposition Leader) ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ (Maharastra Former Chief Minsiter) ଦେବନ୍ଦ୍ର ଫଡନାଭୀସ (Devendra Fadnavis) ଏବଂ ବରିଷ୍ଠ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲଙ୍କ (Chandrakant Patil) ସାମ୍ନାରେ ବିରୋଧି ଦଳର ବିଧାୟକ ମୋତେ ଗାଳିଗୁଲଜ କରିଥିଲେ। ଏ ଘଟଣାାର ଯାଞ୍ଚ କରିବା ପାଇଁ ମହାରାଷ୍ଟ୍ର ସଂସଦୀୟ ବ୍ୟପାର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।


Also Read: ମହାରାଷ୍ଟ୍ର ବିଜେପି ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ; ଶିବସେନା ସହ ସରକାର ଗଠନ କରିବା ଲାଗି ଦଳ ରାଜି କିନ୍ତୁ...


ଏ ଘଟଣାରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ ଅନିଲ ପରବ ଗୃହରେ ହଟ୍ଟଗୋଳ କରିଥିବା ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ଯାହାକୁ ଧ୍ୱନୀମତରେ ପାରିତ କରାଯାଇଥିଲା। ଗୃହରୁ ନିଲମ୍ବିତ ହୋଇଥିବା ବିଜେପି ବିଧାୟକ ହେଉଛି ସଞ୍ଜୟ କୁଟ୍ଟେ, ଆଶୀଷ ସେଲାର, ଅଭିମନ୍ୟୁ ପାୱର, ଗିରିଶ ମହାଜନ, ଅତୁଲ ଭାତଖଲକର, ପରାଗ ଅଲୱାନି, ହରିଶ ପିମ୍ପଲେ, ରାମ ସାତପୁତ୍ତେ, ବିଜୟ କୁମାର ରାୱଲ, ଯୋଗେଶ ସାଗର, ନାରାୟଣ କୁଚ୍ଚେ, କୀର୍ତ୍ତୀ କୁମାର ବଙ୍ଗଡିଆ।


ନିଲମ୍ବିତ ହୋଇଥିବା ବିଜେପି ବିଧାୟକଙ୍କୁ ନିଲମ୍ବନ ଅବଧି ମଧ୍ୟରେ ମୁମ୍ବାଇ କିମ୍ବା ନାଗପୁର ସ୍ଥିତ ବିଧାନ ମଣ୍ଡଳ ପରିସରରେ ପ୍ରବେଶ କରିବା ଲାଗି ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି  ମହାରାଷ୍ଟ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ ଅନିଲ ପରବ। 


Also Read: ଭୂମି ପୂଜନରେ ଶିବସେନା ସୁପ୍ରିମୋଙ୍କ ଯୋଗଦାନକୁ ନେଇ ମହବିକାଶ ଅଘାଡିରେ ନାହିଁ ମତପାର୍ଥକ୍ୟ: ଦଳୀୟ ମୁଖପାତ୍ର


ବିଜେପି ବିଧାୟକଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାଭୀସ ବିରୋଧ କରିଛନ୍ତି। ଏନେଇ ସେ କହିଛନ୍ତି  ଦଳୀୟ ବିଧାୟକଙ୍କ ବିରୁଦ୍ଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଦଳ ଗୃହ କାର୍ଯ୍ୟ ବହିଷ୍କାର କରିବ।  


ବିରୋଧି ଦଳର ବିଧାୟକ ଗାଳିଗୁଲଜ କରିଥିବା ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଉପରେ ଜବାବ ରଖି ବିରୋଧି ଦଳ ନେତା କହିଛନ୍ତି ଏହି ଅଭିଯୋଗ ମିଛ। ବିରୋଧି ଦଳ ବିଧାୟକଙ୍କ ସଂଖ୍ୟା ହ୍ରାସ କରିବାକୁ ପ୍ରୟାସ କରାଯାଇଛି। କାରଣ ସେମାନେ ସ୍ଥାନୀୟ ସ୍ୱାୟତ୍ତ ଶାସିତ ଅଞ୍ଚଳ ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗ ଓବିସି କୋଟା ଲାଗୁ କରିବାକୁ ନେଇ ରାଜ୍ୟ ସରକାର ଯେଉଁ ମିଛ କଥା କହିଥିଲେ ତାହାର ପର୍ଦ୍ଦାଫାଶ ଆମ ଦଳର ବିଧାୟକ କରିଥିଲେ। ବିରୋଧି ନୁହେଁ ଶାସକ ଶିବସେନା ବିଧାୟକ କାର୍ଯ୍ୟକାରୀ ବାଚସ୍ପତିଙ୍କ ବିରୁଦ୍ଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। 


Also Read: ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ


ଚଳିତ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟ ବିରୋଧି ଦଳର ସଦସ୍ୟ ତଥା ବିଜେପି ବିଧାୟକ ଓବିସି କୋଟା ଲାଗୁ କରିବା ପ୍ରସଙ୍ଗରେ ଗୃହରେ ନାରାବାଜି କରିବା ପରେ ବାଚସ୍ପତିଙ୍କ କକ୍ଷକୁ ଯାଇ ନିଜର ଅସନ୍ତୋଷ ଜଣାଇଥିଲେ। ହେଲେ ସେଠାରେ  ବିଧାନସଭା ଅଧ୍ୟକ୍ଷ ଦଳୀୟ ବିଧାୟକଙ୍କୁ ଗାଳି କରିବା ସହ ସେମାନଙ୍କୁ କହିବା ଲାଗି ପର୍ଯ୍ୟାନ୍ତ ସମୟ ଦେଇନଥିବା ବିଜେପି ପକ୍ଷରୁ କୁହାଯାଇଛି।   


Also Read: ଦଳୀୟ ନେତାଙ୍କ ସୁରକ୍ଷା କମାଇଲେ ଉଦ୍ଧବ ସରକାର, ଶିବସେନାକୁ ଏପରି ଜବାବ ଦେଲା ବିଜେପି


ଗତ ସୋମବାର ମହାରାଷ୍ଟ୍ର ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା। ଯେଉଁଥିରେ ଗତ ୨୦୧୧ ଜନଗଣନା ତଥ୍ୟ ଉପଲବ୍ଧ କରିବାକୁ କୁହାଯାଇଥିଲା। ଯାହା ଦ୍ୱାରା ମହାରାଷ୍ଟ୍ର ରାଜ୍ୟ ପଛୁଆ ବର୍ଗ ଆୟୋଗ ଓବିସି ଜନସଂଖ୍ୟାର ତଥ୍ୟ ପ୍ରସ୍ତୁତ କରାଯିବ ଏହି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ପ୍ରଦାନ କରାଯାଇପାରିବ। ଏ ପ୍ରସଙ୍ଗରେ ବିତର୍କ କରିବାକୁ ନେଇ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ଏବଂ ବିରୋଧି ଦଳର ସଦସ୍ୟଙ୍କ ମଧ୍ୟରେ ମୁହିାଁମୁହିଁ ପରିସ୍ଥିତି ଉପୁଜିଥିଲା।  ପରେ ଏହାକୁ ନେଇ ଗୃହରେ ହଙ୍ଗମା ଭଳି ପରିସ୍ଥିତି ଉପୁଜିଥିଲା।