ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ
Advertisement
Article Detail0/zeeodisha/odisha821342

ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ

ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ ଏହାକୁ ସମ୍ଭାଜୀ ନଗର ନାମରେ ନାମିତ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶିବସେନା-କଂଗ୍ରେସ। ଉଭୟ ଦଳ ମଧ୍ୟରେ ଚାଲିଥିବା ଲଢେଇକୁ ଲୋକ ଦେଖାଣିଆ ବୋଲି ବିଜେପି।   

ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ

ମୁମ୍ବାଇ: ରାଜ୍ୟରେ ଏକ ସହରର ନାମ ପରିବର୍ତ୍ତନ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି ସରକାରରେ ଅଂଶୀଦାର ଥିବା ଶିବସେନା ଏବଂ ଏହାର ସହଯୋଗୀ କଂଗ୍ରେସ। ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବରୁ ଉଭୟ ଦଳ ମଧ୍ୟରେ ମତଭେଦ ରହିଥିବା ସ୍ପଷ୍ଟ ହୋଇସାରିଛି।    

ମହାରାଷ୍ଟ୍ରର ଔରଙ୍ଗାବାଦ (Aurangabad) ସହରର ନାମ ପରିବର୍ତ୍ତନ କରି ଏହାକୁ ସମ୍ଭାଜୀ ନଗର (Sambhaji Nagar) ନାମରେ ନାମିତ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଏକଦା ରାଜ୍ୟ ରାଜନୀତିରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ଥିବା ଶିବସେନା-କଂଗ୍ରେସ। ମହାବିକାଶ ଅଘାଡି ସରକାରର ନେତୃତ୍ୱ ନେଉଥିବା ଶିବସେନା ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରିବାକୁ ଯୋଜନା କରିସାରିଛି। 

ହେଲେ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ କଂଗ୍ରେସ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦଳର ନେତା ସଞ୍ଜୟ ନିରୂପମ ମହାବିକାଶ ଅଘାଡି ସରକାର ପରିଚାଳନା କରିବା ଲାଗି ଧାର୍ଯ୍ୟ ହୋଇଥିବା ଗଠବନ୍ଧନ ଧର୍ମ ଏବଂ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ (Common Minimum Program) ବାବଦରେ ଶିବସେନାକୁ ମନେ ପକାଇ ଦେଇଛନ୍ତି।   

Also Read: ସହଯୋଗୀ ଏନସିପି-ଶିବସେନା ଉପରେ ବର୍ଷିଲା କଂଗ୍ରେସ

ଏ ପ୍ରସଙ୍ଗରେ ମତ ରଖି କଂଗ୍ରେସ ନେତା ସଞ୍ଜୟ ନିରୂପମ କହିଛନ୍ତି ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରିବା ସହଯୋଗୀ ଶିବସେନାର ପୁରୁଣା ଏଜେଣ୍ଡା ହୋଇପାରେ। ହେଲେ କ୍ଷମତାସୀନ ମହାବିକାଶ ଅଘାଡି ସରକାର ୩ଟି ଦଳକୁ ନେଇ ଗଠିତ ହୋଇଛି। କୌଣସି ଗଠବନ୍ଧନ ସରକାର ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିଚାଳିତ ହୋଇଥାଏ। ଯାହାର ଲକ୍ଷ୍ୟ ହେଉଛି କାମ କରିବା ନାମ ପରିବର୍ତ୍ତନ କରିବା ନୁହେଁ। କୌଣସି ଦଳର ବ୍ୟକ୍ତିଗତ ଏଜେଣ୍ଡାରେ ମେଣ୍ଟ ସରକାର ପରିଚାଳିତ ହୋଇନଥାଏ।      

ଅନ୍ୟପଟେ ମେଣ୍ଟ ସହଯୋଗୀ କଂଗ୍ରେସକୁ ଜବାବ ଦେଇ  ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନ କରିବା ଦଳର ପୁରୁଣା ଏଜେଣ୍ଡା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମହାବିକାଶ ଅଘାଡି ସରକାରରେ ସାମିଲ ଥିବା ଅଂଶୀଦାର ଦଳକୁ ନେଇ ସର୍ବସହମତିକ୍ରମେ ଏକମତ ପ୍ରକାଶ କରାଯିବ। 

Also Read: 'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'

 ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନକୁ ନେଇ ଶିବସେନା-କଂଗ୍ରେସ ମଧ୍ୟରେ ଚାଲିଥିବା ଛକାପଞ୍ଝା ଉପରେ ପ୍ରତିକ୍ରିୟା ରଖିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି। ପୂର୍ବରୁ ଶିବସେନା ଏହି କାମ କରି ପାରିଥାନ୍ତା। ବିଜେପି ନେତା ରାମ କାଦାମ କହିଛନ୍ତି ମହାନଗର ନିର୍ବାଚନ ପୂର୍ବରୁ ଶିବସେନା ସମ୍ଭାଜୀ ନଗର ନାଁକୁ ମନେ ପକାଇଛି। ହେଲେ ପୂର୍ବରୁ କାହିଁକି ଏ କାମ କରିନଥିଲା। ଏହି ଲଢେଇ ଲୋକ ଦେଖଣିଆ ବୋଲି ବିଜେପି କହିଛି।  

fallback

Also Raed: କଙ୍ଗନାଙ୍କୁ ସଞ୍ଜୟଙ୍କ ଧମକ, 'ଯଦି ମୁମ୍ବାଇ ପୋଲିସ ପାଖରୁ ବିପଦ ରହିଛି ତାହେଲେ ଏଠାକୁ ଆସ ନାହିଁ'

 

ମଧ୍ୟ ମହା ବିକାଶ ଅଘାଡି ସରକାରରେ ସାମିଲ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟ, ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ୟୁପିଏ ମେଣ୍ଟର ସଭାପତି କରିବା ନେଇ ସମର୍ଥନ ଦେବା ପ୍ରସଙ୍ଗରେ ଶିବସେନାର ବିବୃତ୍ତି ଆସିବା ପରେ ଅସନ୍ତୁଷ୍ଟ ହୋଇଉଠିଛି କଂଗ୍ରେସ। ବର୍ତ୍ତମାନ ଔରଙ୍ଗାବାଦ ସହରର ନାମ ବଦଳାଇବା ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଠୋର ହୋଇଉଠିଛି।