ମହାରାଷ୍ଟ୍ର ବିଜେପି ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ; ଶିବସେନା ସହ ସରକାର ଗଠନ କରିବା ଲାଗି ଦଳ ରାଜି କିନ୍ତୁ...
Advertisement
Article Detail0/zeeodisha/odisha720129

ମହାରାଷ୍ଟ୍ର ବିଜେପି ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ; ଶିବସେନା ସହ ସରକାର ଗଠନ କରିବା ଲାଗି ଦଳ ରାଜି କିନ୍ତୁ...

ଶିବସେନୋ ସହ ସରକାର ଗଠନ କରିବାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ।

 ମହାରାଷ୍ଟ୍ର ବିଜେପି ସଭାପତିଙ୍କ ଚାଞ୍ଚଲ୍ୟକର ବୟାନ; ଶିବସେନା ସହ ସରକାର ଗଠନ କରିବା ଲାଗି ଦଳ ରାଜି କିନ୍ତୁ...

ମୁମ୍ବାଇ: ଏବେ ମହାରାଷ୍ଟ୍ରରେ କ୍ଷମତାସୀନ ରହିଛି ଶିବସେନା,ଏନସିପି ଏବଂ କଂଗ୍ରେସକୁ ନେଇ ଗଠିତ ମହାବିକାଶ ଅଘାଡି ମେଣ୍ଟ ସରକାର। ଯେଉଁଥିରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ, ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। 

ହେଲେ ରାଜ୍ୟରେ କ୍ଷମତାସୀନ ମହାବିକାଶ ଅଘାଡି ସରକାର ଉପରେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଦେଇଥିବା ବୟାନ ଏବେ ଏନସିପି ଏବଂ କଂଗ୍ରେସର ଚିନ୍ତାକୁ ବଢାଇ ଦେଇଛି । ଯଦି ଆବଶ୍ୟକ ହୁଏ, ଶିବସେନା ସହିତ ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତ ବୋଲି ସେ କହିଛନ୍ତି।ଯାହାକୁ ନେଇ ସରଗରମ ରହିଛି ମହାରାଷ୍ଟ୍ର ରାଜନୀତି।

ଶିବସେନା ସହିତ ସରକାର ଗଠନ ଲାଗି ଦଳ ପ୍ରସ୍ତୁତ

ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଶିବସେନା ସହ ହାତ ମିଳାଇବାକୁ ପ୍ରସ୍ତୁତ ଅଛି। ଆମେ କେବଳ ସରକାର ଗଠନ ପାଇଁ ଶିବସେନା ସହିତ ହାତ ମିଳାଇବୁ। ଯଦି ଆମେ କ୍ଷମତାକୁ ଫେରୁ କିମ୍ବା ଶିବସେନା ସହ ଗଠବନ୍ଧନ କରୁ, ଏହାର ଅର୍ଥ ଏହା ନୁହେଁ ଯେ ଆମେ ସେମାନଙ୍କ ସହ ମିଶି ନିର୍ବାଚନ ଲଢିବୁ। ଆମେ ମହାରାଷ୍ଟ୍ରରେ ଏକୁଟିଆ ନିର୍ବାଚନ ଲଢିବୁ ।

ଗାଦି ପାଇଁ ବିଜେପିକୁ କଂଗ୍ରେସ ସହ ଚାଲିଗଲା ଶିବସେନା

ଶିବସେନା-ବିଜେପି ମଧ୍ୟରେ ଥିବା ପ୍ରାୟ ୨୫ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗିବା ପରେ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ଏବଂ ଏନସିପି ସହ ମିଶି ମହାରାଷ୍ଟ୍ରରେ ମହା ବିକାଶ ଆଗାଡି ସରକାର ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଏବଂ ବିଜେପି ମଧ୍ୟରେ ବିବାଦ ହୋଇଥିଲା। ଶିବସେନା ଆଗରେ ଦଳ ମୁଣ୍ଡ ନୁଆଁଇ ନଥିଲା, କାରଣ ଆମର ଭାବି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ବିଜେପିର ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ରହିଥିଲା ।