ପୁରୀ: ଶାନ୍ତି ଦୂତଙ୍କ ସମାରୋହରେ ଅଶାନ୍ତି। ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ଆଗମନ ପୂର୍ତ୍ତି ଅବସରରେ ରାଲି ବେଳେ ଗଣ୍ଡଗୋଳ। ମନ୍ତ୍ରୀ ସମୀର ଦାଶ ଓ ସାଂସଦ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ BJDର ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି। ସ୍ଲୋଗାନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି (Swadhinata Sangrami Samiti) ପକ୍ଷରୂ ମହାତ୍ମା ଗାନ୍ଧୀ (Mahatma Gandhi) ଙ୍କ ପୁରୀ (Puri) ଆଗମନର ଶତବାର୍ଷିକୀ ସମାରୋହ ପାଳନ ଅବସରରେ ଆଜି ପୁରୀ ରେଳ ଷ୍ଟେସନ ଠାରେ ଅଭାବନୀୟ ଘଟଣା ଘଟିଛି। BJDର ଦୁଇ ଗୋଷ୍ଠୀ ମୁଥ ମରାମରି, ପେଲାଠେଲା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) ଏବଂ ପୁରୀ ସାଂସଦ ପିନାକି ମିଶ୍ର (Pinaki Mishra) , ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ଥିଲେ।


Also Read: ପିପିଲି ଉପନିର୍ବାଚନ: ମୈଦାନରେ ଶଙ୍ଖ-ପଦ୍ମ, କେନ୍ଦ୍ରରେ ଫସିଛି ହାତ
 
ରେଳଷ୍ଟେସନ (Puri ralway station)ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଏକ ସମାରୋହ ଅନୁଷ୍ଠିତ ହୋଇଛି। ସେଥିରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡା, ମହେଶ୍ବର ମହାନ୍ତି, ପିନାକୀ ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉପସ୍ଥିତ ଥିଲେ। ଗାନ୍ଧିଜୀ (Ganhiji) ଙ୍କୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି ବୋଲି ମନ୍ତ୍ରୀ ସମୀର ଦାସ ମାନିଛନ୍ତି। କିନ୍ତୁ ସେମିତି ହୋଇଥିବା ସେ ଜାଣିନାହାନ୍ତି ବୋଲି ମହେଶ୍ବର ମହାନ୍ତି କହିଛନ୍ତି।