ନୂଆଦିଲ୍ଲୀ: Nagaland Political Crisis: ଦେଶର ଉତ୍ତର ପୂର୍ବରେ ଅବସ୍ଥିତ ରାଜ୍ୟ ନାଗାଲାଣ୍ଡରେ ରାଜନୈତିକ ପାରା ବଢ଼ିଯାଇଛି । ଆଗାମୀ ବର୍ଷ ଏଠାରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ଶୁକ୍ରବାର ନାଗା ପିପୁଲ୍ସ ଫ୍ରଣ୍ଟ (NPF) ର ୨୧ ଜଣ ବିଧାୟକ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିବ ପାର୍ଟି (NDPP) ରେ ଯୋଗ ଦେଇଛନ୍ତି । ଏନଡିପିପି ମୁଖପାତ୍ର ମେରେଣ୍ଟୋସି ଜାମିର ଶୁକ୍ରବାର କୋହିମାରେ କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ନିଫି ରିଓ (Neiphiu Rio) ଓ ତାଙ୍କ ସରକାରଙ୍କ ନେତୃତ୍ୱକୁ ମଜବୁତ କରିବା ପାଇଁ ଆଜି ଅପରାହ୍ନରେ ୨୧ ଏନପିଏଫ୍ ବିଧାୟକ ଏନଡିପିପି ଦଳ ସହ ଔପଚାରିକ ଭାବେ ମିଶିଛନ୍ତି । ତାଙ୍କ ସହ ପୂର୍ବତନ ରାଜ୍ୟସଭା ସାଂସଦ କେଜି କିନ୍ ମଧ୍ୟ ଦଳରେ ଯୋଗ ଦେଇଛନ୍ତି ।"


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି ଯେ, "ବିଧାୟକଙ୍କ ବିଲୟ ସରକାର ଓ ନେତୃତ୍ୱକୁ ମଜବୁତ କରିବ ।  ଆମେ ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ସ୍ୱାଗତ କରୁଛୁ ଓ ନିକଟ ଭବିଷ୍ୟତରେ ଅନ୍ୟମାନଙ୍କୁ ଯୋଗଦେବାକୁ ସ୍ୱାଗତ କରିବୁ । ନାଗା ରାଜନୈତିକ ପ୍ରସଙ୍ଗ ପାଇଁ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆଲାଏନ୍ସ (UDA) ଗଠନ କରାଯାଇଥିଲା । ତେଣୁ ନେତାମାନେ ଅନୁଭବ କଲେ ଯେ ଗୋଟିଏ ରାଜନୈତିକ ଦଳର ଅଧୀନରେ ରହିବା ଯୋଗୁଁ ନାଗା ପ୍ରସଙ୍ଗକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ। ଗୋଟିଏ ଦଳ ଅଧୀନରେ ରହିବା ଦ୍ୱାରା ଶକ୍ତି ପ୍ରଦାନ କରିବ । ଏଠାରେ ବିରୋଧୀ ବିହୀନ ସରକାର ଅଛି ।"


ଯେଉଁ ୨୧ ବିଧାୟକଙ୍କ NDPP ରେ ବିଲୟ ହୋଇଛି, ସେଥିରେ UDA ଅଧ୍ୟକ୍ଷ ତଥା NPF ବିଧାନସଭା ଦଳର ନେତା ଟିଆର ଜେଲିଆଙ୍ଗ, ମୋଟୋସି ଲଙ୍ଗକୁମର, ଆଜେଟୋ ଜିମୋମି, କେନିଜାଖୋ ନାଖ୍ରୋ, ୟ ୱିକିହୋ ସ୍ବୁ, ଡକ୍ଟର ଛୋତିସୁହ ସାଜୋ, ୟିତାଚୁ, ଆମେନବା ୟାଦେନ, ଇମତିଭାଙ୍ଗ ଏର, ଇମଚୋଙ୍ଗ ଏଲ ହୁ ଅଛନ୍ତି । ଉକ୍ତ ଦିନ ଜାରି କରାଯାଇଥିବା ଏନଏଲ୍ଏ ସ୍ପିକରଙ୍କ ନିର୍ଦ୍ଦେଶ ଅନୁଯାୟୀ ପିକ୍ଟୋ ଶୋ, ଡକ୍ଟର ଚୁମ୍ବେନ୍ ମାରି, ୟେ ୟୋଲୋ, ସିଏଲ୍ ଜନ୍, ଏନ ଥୋଙ୍ଗୱାଙ୍ଗ କନିଆକ, ଇଶାକ କୋନିଆକ, ଇଏ ପାଣ୍ଟେଙ୍ଗ, ବିଏସ ନଗଲାଙ୍ଗ ଫୋମ, ମୁଥିଙ୍ଗିୟୁବା ସାଙ୍ଗଟାମ, ତୋୟାଙ୍ଗ ଚାଙ୍ଗ ଏବଂ କେଜୋଙ୍ଗଙ୍କ ନାମ ଚାଙ୍ଗଙ୍କ ନାମ ମଧ୍ୟ ସାମିଲ ଅଛି । NPF ପାଖରେ ବର୍ତ୍ତମାନ କେବଳ ଚାରିଜଣ ବିଧାୟକ ରହିଯାଇଛି ।


୨୧ ବିଧାୟକ ବ୍ୟକ୍ତିଗତ ଚିଠି ଓ ସାଧାରଣ ପ୍ରସ୍ତାବ ମାଧ୍ୟମରେ ନିଜ ବିଲୟର ଘୋଷଣା କରିଛନ୍ତି । ସେମାନେ ଶୁକ୍ରବାର ବାଚସ୍ପତିଙ୍କ ନିକଟରେ ନିଜକୁ ଉପସ୍ଥାପନ କରିଥିଲେ । ସେମାନଙ୍କୁ ଏନଡିପିପି ଅଧ୍ୟକ୍ଷଙ୍କଠାରୁ ସ୍ୱୀକୃତି ପତ୍ର ମିଳିଛି । ବାଚସ୍ପତି NLA କମିଶନର ଓ ସଚିବଙ୍କୁ ନିୟମ ଅନୁଯାୟୀ ସୂଚନାର ସଂଶୋଧିତ ସାରାଂଶ ପ୍ରକାଶ କରିବାକୁ ଓ ରେକର୍ଡରେ ବିଧାୟକଙ୍କ ଦଳର ସମ୍ପୃକ୍ତିକୁ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ସଦସ୍ୟଙ୍କ ବିରୋଧରେ ଦାଖଲ ହୋଇଥିବା କୌଣସି ଆବେଦନ ପ୍ରକ୍ରିୟା ଅନୁଯାୟୀ ପୃଥକ ଭାବରେ ବିଚାର କରାଯିବ ।


ଏହା ବି ପଢ଼ନ୍ତୁ:-ଆପଣ ଜାଣିଛନ୍ତି କି ଜିନ୍ସ ପ୍ୟାଣ୍ଟର ଚେନରେ କାହିଁକି ଲେଖା ହୋଇଥାଏ 'YKK'?


ଏହା ବି ପଢ଼ନ୍ତୁ:-ଥାନାକୁ କଲା ମସାଜ ପାର୍ଲର! ରସିକିଆ ପୋଲିସ ବାବୁଙ୍କ ଭିଡିଓ ଭାଇରାଲ


ଏହା ବି ପଢ଼ନ୍ତୁ:-ଏହି ବ୍ୟକ୍ତିଙ୍କ ପାଇଁ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ ହାର୍ଦ୍ଦିକ! ବର୍ତ୍ତମାନ ନିର୍ବାଚନରେ ମିଳିବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ


 


ବାସ୍ତବରେ ଦଳର ଅଧ୍ୟକ୍ଷ ଶୁରୋଜେଲି ଲିଜିତ୍ସୁ ଗୁରୁବାର ଘୋଷଣା କରିଥିଲେ ଯେ, ଦଳ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ନିଜ ଦମରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ । NPF ନାଗାଲାଣ୍ଡରେ ଓ ପଡୋଶୀ ରାଜ୍ୟ ମଣିପୁରରେ ମଧ୍ୟ ସକ୍ରିୟ ଅଛି । ମଣିପୁରରେ ଏହାର ୫ ଜଣ ବିଧାୟକ ଅଛନ୍ତି ଓ ସେଠାରେ ବିଜେପି ନେତୃତ୍ୱାଧୀନ ସରକାରରେ ସହଯୋଗୀ ଅଟନ୍ତି । ଏନ ବିରେନ ସିଂଙ୍କ ନେତୃତ୍ୱରେ ୧୨ ଜଣିଆ ମନ୍ତ୍ରୀ ପରିଷଦରେ ଦୁଇଜଣ ଏନପିଏଫର ମନ୍ତ୍ରୀ ଅଛନ୍ତି ।