General Election: ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ୫ ଲୋକସଭା ଆସନରେ ମୋଟ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ଏହି ୫ ଲୋକସଭା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନରେ ୨୬୫ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୨୬ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ଗତ ୩ ତାରିଖରେ ଶେଷ ହୋଇଥିଲା। ୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଲୋକସଭା ପାଇଁ ୪୧ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବୈଧ ରହିଥିଲା। ତେବେ ୬ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ୧ ଜଣ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଜଣାପଡ଼ିଛି । ଅତଏବ ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ପ୍ରାର୍ଥୀପତ୍ର ଯାଞ୍ଚ ପରେ ୩୫ ବିଧାନସଭା ଆସନ ପାଇଁ ୨୭୫ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବୈଧ ରହିଥିଲା । ତେବେ ୧୦ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ମଇଦାନରେ ମୋଟ ୨୬୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ଏହି ପର୍ଯ୍ୟାୟ ପାଇଁ ଆସନ୍ତା ୨୦ ତାରିଖରେ ମତଦାନ ହେବାକୁ ଯାଉଛି ।