Delhi: ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣି ଟ୍ରାନ୍ସମିସନ ଟାୱାର ଉପରେ ଚଢିଗଲେ ଆପ୍ ନେତା, ଆଉ ତାପରେ...
Aam Aadmi Party: ପୂର୍ବତନ କର୍ପୋରେଟର ତଥା ଆପ୍ ନେତା ହାସିବ-ଉଲ-ହାସନ ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ ନିକଟସ୍ଥ ଏକ ଟ୍ରାନ୍ସମିସନ ଟାୱାର ଉପରେ ଚଢି ଯାଇଥିଲେ। ଦଳୀୟ ନେତୃତ୍ୱରେ ବିରୋଧରେ ଅଭିଯୋଗ ଆଣି ପୂର୍ବତନ କର୍ପୋରେଟର ହାସିବ-ଉଲ-ହାସନ ଟ୍ରାନ୍ସମିସନ ଟାୱାର ଉପରେ ଚଢିଯାଇଥିଲେ।
MCD Elections 2022: ରବିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦଳ ବିରୋଧର ଗୁରୁତର ଅଭିଯୋଗ ଆଣି ଟ୍ରାନ୍ସମିସନ ଟାୱାର ଉପରେ ଚଢିଯାଇଛନ୍ତି ଜଣେ ଆମ ଆଦମୀ ପାର୍ଟି ନେତା। ଦଳୀୟ ନେତୃତ୍ୱରେ ବିରୋଧରେ ଅଭିଯୋଗ ଆଣି ପୂର୍ବତନ କର୍ପୋରେଟର ହାସିବ-ଉଲ-ହାସନ ଟ୍ରାନ୍ସମିସନ ଟାୱାର ଉପରେ ଚଢିଯାଇଥିଲେ। ଦିଲ୍ଲୀ ନଗର ନିଗମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କୁ ଆପ୍ ଟିକେଟ୍ ମନା କରିଦେଇଥିଲେ। ହେଲେ ଆପ୍ ନେତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଯଦି ସେ ମରିଯାଆନ୍ତି, ତାହେଲେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଦଳର ନେତା ଅତିଶି ମାରଲେନା ଏବଂ ଦୁର୍ଗେଶ ଦାୟୀ ରହିବେ। ବର୍ତ୍ତମାନ ପୂର୍ବତନ କର୍ପୋରେଟର ଜଣଙ୍କ ଟାୱାର ଉପର ତଳକୁ ଓହ୍ଲାଇ ଆସିଛନ୍ତି।
ପୂର୍ବତନ କର୍ପୋରେଟର (Forme Corporator) ତଥା ଆପ୍ ନେତା ହାସିବ-ଉଲ-ହାସନ (AAP Leader Haseeb ul Hasan) ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ (Shastri Park Metro Station) ନିକଟସ୍ଥ ଏକ ଟ୍ରାନ୍ସମିସନ ଟାୱାର (Transmission Tower) ଉପରେ ଚଢି ଯାଇଥିଲେ। ଦିଲ୍ଲୀ ନଗର ନିଗମ ନିର୍ବାଚନରେ (Delhi Municpal Corporation Elections 2022) ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କୁ ଦଳୀୟ ଟିକେଟ୍ ନ ମିଳିବା ପରେ ଅସନ୍ତୁଷ୍ଟ ହୋଇ ଆପ୍ ନେତା ଜଣଙ୍କ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ହେଲେ ଆପ୍ ନେତାଙ୍କ ଏପରି କାରନାମା ସମ୍ପର୍କରେ ଖବର ମିଳିବା ମାତ୍ରେ ସ୍ଥାନୀୟ ଲୋକ, ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।
Also Read: Delhi Politics: ପ୍ରଶ୍ନ ଶୁଣି ପଳାୟନ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କାରଣ
ପୂର୍ବତନ କର୍ପୋରେଟର ହାସିବ-ଉଲ-ହାସନ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦଳ ଆମ ଆଦମୀ ପାର୍ଟି (Aam Aadmi Party) ଟଙ୍କା ନେଇ ଦଳୀୟ ଟିକେଟ୍ ବିକ୍ରି କରୁଛି। ଦଳ ଗୁଣ୍ଡା ଏବଂ ମାଫିଆଙ୍କୁ ଟିକେଟ୍ ଦେଉଛି। ପ୍ରାୟ ୩ କୋଟି ଟଙ୍କାରେ ଟିକେଟ୍ ଦିଆଯାଉଛି। ମୁଁ ନମାଙ୍କନପତ୍ର କରି ପାରିନଥିଲି। କାରଣ ଏହା ପଛର ଏକ ଷଡଯନ୍ତ୍ର ମଧ୍ୟ ହୋଇଥିଲା। ଦଳୀୟ ନେତାଙ୍କ ବିରୋଧରେ ଅଭିଯୋଗ କରି ଆପ୍ (AAP) ନେତା କହିଛନ୍ତି ଯେ ଏମସିଡି ନିର୍ବାଚନ (MCD Election 2022) ଲାଗି ନାମାଙ୍କନ ରୋକିବା ପାଇଁ ମୋର ମୂଳ ଦସ୍ତାବିଜ, ପ୍ରମାଣପତ୍ର ଦଲିଲ ମଧ୍ୟ ନିଆଯାଇଥିଲା।
Also Read: Shocking News: ବୈଠକରୁ ବାହାର କରିବା ପରେ ତାତିଉଠିଲେ ଆପ କର୍ପୋରେଟର, କଲେ ଏପରି କାମ
ବର୍ତ୍ତମାନ ଆପ ନେତାଙ୍କୁ ତାଙ୍କ ଦସ୍ତାବିଜ, ପ୍ରମାଣପତ୍ର, ଦଲିଲ ଫେରାଇ ଦିଆଯାଇଛି। ଏହା ପରେ ସେ ଟାୱାର ଉପରୁ ତଳକୁ ଓହ୍ଲାଇଛନ୍ତି। ପୋଲିସ ଟାୱାର ଉପରକୁ ଚଢି ତାଙ୍କୁ ତାଙ୍କ ଦଲିଲ ତାଙ୍କ ପାଖରେ ପହଞ୍ଚାଇଥିଲା। ଆସନ୍ତାକାଲି ଏମସିଡି ନିର୍ବାଚନ ପାଇଁ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ହସିବ-ଉଲ-ହାସନ କହିଛନ୍ତି।
Also Read: PM Modi: ବୟାନ ପାଇଁ ବିବାଦରେ ଆପ ନେତା ଗୋପାଳ ଇଟାଲିଆ, ଜାଣନ୍ତୁ କାରଣ
ପୂର୍ବରୁ ଅନ୍ୟ ଏକ କାରନାମା ପାଇଁ ଚର୍ଚ୍ଚାକୁ ଆସିଥିଲେ ଜଣେ ମହିଳା ଆପ କର୍ପୋରେଟର। ବୈଠକରୁ ବାହାର କରିଦେବା ପରେ ସେ ଯେଉଁ କାରାନାମା କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆମ ଆଦମୀ ପାର୍ଟିର ଜଣେ ମହିଳା କର୍ପୋରେଟର ଜଣେ ସୁରକ୍ଷା କର୍ମୀଙ୍କୁ କାମୁଡ଼ି ଦେଇଛନ୍ତି। ସୁରକ୍ଷାକର୍ମୀଙ୍କ ଏକମାତ୍ର ଭୁଲ ହେଉଛି ସେ ସୁରଟ ମେୟର ହେମାଲି ବୋଘାୱାଲାଙ୍କ ନିର୍ଦ୍ଦେଶ ପାଳନ କରିବା। ସୁରକ୍ଷାକର୍ମୀଙ୍କୁ କାମୁଡ଼ି ପକାଇଥିବା ଆପ୍ କାଉନସିଲରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୁଜୁରାଟ ସୁରଟ ଅଞ୍ଚଳରେ ଘଟିଯାଇଥିଲା ଏଭଳି ଘଟଣା।