Delhi Vidhansabha: ଦିଲ୍ଲୀର ଆମ୍ ଆଦମୀ ପାର୍ଟି (AAP) ସରକାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳର ସମସ୍ତ ବିଧାୟକ ଆଜି ରାତିରେ ବିଧାନସଭାରେ ରହିବେ ଏବଂ ଉପରାଜ୍ୟପାଳଙ୍କୁ ବିରୋଧ କରିବେ। AAP ବିଧାୟକ ସୌରଭ ଭରଦ୍ୱାଜ (Saurabh Bhardwaj) କହିଛନ୍ତି ଯେ, ଆଜି ରାତିରେ ସମସ୍ତ AAP ବିଧାୟକ ସଦନରେ ରହିବେ। ଆପ୍ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା (VK Saxena) ବିମୁଦ୍ରୀକରଣ ସମୟରେ ୧୪୦୦ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ କରିଛି। ସୌରଭ ଭରଦ୍ୱାଜ କହିଛନ୍ତି ଯେ, ସନ୍ଧ୍ୟାରେ ସମସ୍ତ ବିଧାୟକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିବେ ଓ ରାତିସାରା ବିଧାନସଭାରେ ରହି ଉପ-ରାଜ୍ୟପାଳଙ୍କ ବିରୋଧରେ ପ୍ରଦର୍ଶନ କରିବେ।


COMMERCIAL BREAK
SCROLL TO CONTINUE READING

ସୋମବାର ଦିଲ୍ଲୀ ବିଧାନସଭାରେ (Delhi Vidhansabha) ଆମ୍ ଆଦମୀ ପାର୍ଟିର (Aam Admi Party) ବିଧାୟକ ଦୁର୍ଗେଶ ପଠକ (Durgesh Pathak) ଅଭିଯୋଗ କରିଛନ୍ତି ଯେ, ଉପରାଜ୍ୟପାଳ (Lt. Governor) ବିନୟ କୁମାର ସକ୍ସେନା, ଖଦି ଓ ଗ୍ରାମୋଦ୍ୟୋଗର ଅଧ୍ୟକ୍ଷ ଥିବାବେଳେ ୧୪୦୦ କୋଟି ଟଙ୍କା ଦୁର୍ନୀତି କରିଛନ୍ତି। ଆପ୍ ଅଭିଯୋଗରେ କହିଛି ଯେ, ବିନୟ କୁମାର ସକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ ଚେୟାରମ୍ୟାନ୍ ଥିବା ବେଳେ ବିମୁଦ୍ରୀକରଣ ସମୟରେ ନଭେମ୍ବର ୨୦୧୬ରେ ପୁରୁଣା ନୋଟକୁ  ନୂଆ ନୋଟରେ ରୂପାନ୍ତରିତ କରି ଦୁର୍ନୀତି କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମରେ ୧୪୦୦ କୋଟି ଟଙ୍କା ଠକେଇ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।


ଦୁର୍ଗେଶ ପଠକ କହିଛନ୍ତି ଯେ, ବିମୁଦ୍ରୀକରଣ ସମୟରେ ଯେତେବେଳେ ଲକ୍ଷ ଲକ୍ଷ ଲୋକଙ୍କ ବ୍ୟବସାୟ ନଷ୍ଟ ହୋଇଯାଇଥିଲା ଏବଂ ଲୋକମାନେ ଚାକିରି ହରାଉଥିଲେ, ସେତେବେଳେ ଉପରାଜ୍ୟପାଳ ୧୪୦୦ କୋଟି ଟଙ୍କାର ଦୁର୍ନୀତି (Corruption) କରିବାରେ ବ୍ୟସ୍ତ ଥିଲେ। ଯେଉଁମାନେ ଏଲଜି ବିନୟ ସକ୍ସେନାଙ୍କ ଦୁର୍ନୀତିର ଖୁଲାସା କରିଥିଲେ ସେମାନେ ବହୁତ ଗରିବ ଥିଲେ ମଧ୍ୟ ଆତ୍ମବିଶ୍ବାସ ହରିନଥିଲେ। ପ୍ରତ୍ୟେକ ଫୋରମରେ (Every Forum) ଅଭିଯୋଗ କରି ସେମାନେ କହିଥିଲେ ଯେ, ଆମ ଦ୍ବାରା ଭୁଲ କାର୍ଯ କରାଯାଉଛି। ଏହା ସତ୍ତ୍ବେ ଅଭିଯୁକ୍ତ ନିଜେ ତଦନ୍ତର ଅଧ୍ୟକ୍ଷତା କରିଥିଲେ। ଉଭୟ ଅଭିଯୋଗକାରୀଙ୍କୁ ନିଲମ୍ବିତ କରାଯାଇଥିଲା ଓ ତାଙ୍କ(ଉପରାଜ୍ୟପାଳ) ଦୁର୍ନୀତିଗ୍ରସ୍ତ ସହଯୋଗୀଙ୍କୁ ପଦୋନ୍ନତି ଦିଆଯାଇଥିଲା।



ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ବିରୋଧରେ ଇଡିର ଚଢାଉ କରାଯାଉ ବୋଲି ଦୁର୍ଗେଶ ପଠକ ଦାବି କରିଛନ୍ତି। ଏହା ଅର୍ଥ ହେରଫେର ଓ ଦୁର୍ନୀତିର ଏକ ମାମଲା। ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ବିରୋଧରେ ତଦନ୍ତ ନହେବା ପର୍ଯ୍ୟନ୍ତ ତାଙ୍କର ଏଲଜି ପଦବୀରେ ରହିବାର କୌଣସି ଅଧିକାର ନାହିଁ। ତାଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ହଟାଯିବା ଉଚିତ୍। ଏହି ପ୍ରସଙ୍ଗରେ ଏଲଜି ବିନୟ କୁମାର ସକ୍ସେନାଙ୍କ ବିରୋଧରେ ଦିଲ୍ଲୀ ବିଧାନସଭାରେ ମଧ୍ୟ AAP (Aam Admi Party) ବିଧାୟକ ମାନେ ତୀବ୍ର ବିରୋଧ କରିଥିଲେ। ଏହି ଅଭିଯୋଗ ଉପରେ AAP ବିଧାୟକ ମାନେ ମଧ୍ୟ ଦୁଇ କୋଷାଧ୍ୟକ୍ଷଙ୍କ ବିବୃତ୍ତି ଜାରି କରିଛନ୍ତି, ଯେଉଁମାନେ ଖଦି ଓ ଗ୍ରାମୋଦ୍ୟୋଗ ସହ ସମ୍ପୃକ୍ତ ଏହି ବିଷୟକୁ ସାମ୍ନାକୁ ଆଣିଥିଲେ।