ଚଣ୍ଡିଗଡ଼: ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଝଡ଼ରେ ଚିତ ପଟାଙ୍ଗ ମାରିଛନ୍ତି ବିରୋଧି। ଖବର ଲେଖା ସରିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ ରାଜ୍ୟର ମୋଟ ୧୧୭ ସିଟ୍ ମଧ୍ୟରୁ ୭୯ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି ଆପ୍। ଏଠାରେ ସରକାର ଗଠନ କରିବା ଲାଗି ୫୯ ବିଧାୟକ ସମର୍ଥନ ଆବଶ୍ୟକ। 


COMMERCIAL BREAK
SCROLL TO CONTINUE READING

ପଞ୍ଜାବ ବିଧାନସଭା ନିର୍ବାଚନରେ କେଉଁ ଦଳ ପାଇଲା କେତେ ଆସନ


  • ଆମ ଆଦମୀ ପାର୍ଟି:୭୯

  • ବହୁଜନ ସମାଜ ପାର୍ଟି:୧

  • ବିଜେପି:୨

  • ସ୍ୱାଧିନ:୧

  • କଂଗ୍ରେସ:୧୩

  • ଶିରୋମଣି ଅକାଳୀ ଦଳ:୩ 


କେତେ ଆସନରେ କେଉଁ ଦଳ ରହିଛି ଆଗୁଆ


  • ଆମ ଆଦମୀ ପାର୍ଟି:୧୩

  • କଂଗ୍ରେସ:୫


 ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ହାସଲ କରିଥିବା ବେଳେ ରାଜ୍ୟର ବହୁ ପୁରୁଖା ନେତା ଆପ୍ ଝଡ଼ର ଚିତପଟାଙ୍ଗ ମାରିଛନ୍ତି। ଏହି ନିର୍ବାଚନରେ ଅନେକ ପୁରୁଖା ନେତାଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡି଼ଛି। ସେମାନେ ହେଉଛନ୍ତି... 


  • କ୍ୟାପ୍ଟେନ ଅମରିନ୍ଦର ସିଂହ: ରାଜନୈତିକ ଜୀବନରେ ନିଜର ପାରମ୍ପରିକ ଆସନ ପଟିଆଲାରୁ ପ୍ରଥମ ଥର ଲାଗି ପରାସ୍ତ ହୋଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। 

  • ପ୍ରକାଶ ସିଂହ ବାଦଲ: ରାଜ୍ୟର ୫ ଥରର ମୁଖ୍ୟମନ୍ତ୍ରୀ ତଥା ୧୩ ଥରର ବିଧାୟକ ୯୪ ବର୍ଷୀୟ ପ୍ରକାଶ ସିଂହ ବାଦଲଙ୍କୁ ରାଜ୍ୟର ଲମ୍ବୀ ଆସନରୁ ପରାସ୍ତ କରିଛନ୍ତି ଆମ ଆଦମୀ ପାର୍ଟି ପ୍ରାର୍ଥୀ ଗୁରୁମିତ ସିଂହ ଖୁଡ଼ିୟାନ। ସେ ଏଠାରୁ ଶିରୋମଣି ଅକାଳୀ ଦଳ ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ଲଗାତାର ଭାବେ ନିର୍ବାଚିତ ହୋଇଛନ୍ତି।

  • ସୁଖବୀର ସିଂହ ବାଦଲ: ପଞ୍ଜାବର ଜଲାଲାବାଦ ଆସନରୁ ପରାସ୍ତ ହୋଇଛନ୍ତି ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ତଥା ରାଜ୍ୟର ଫିରୋଜପୁର ଲୋକସଭା ସାଂସଦ ସୁଖବୀର ସିଂହ ବାଦଲ। 

  • ମନପ୍ରୀତ ସିଂହ ବାଦଲ: ଭଟିଣ୍ଡା ନଗର ଆସନରୁ ପରାସ୍ତ ହୋଇଛନ୍ତି ପଞ୍ଜାବ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନପ୍ରୀତ ସିଂହ ବାଦଲ।

  • ବିକ୍ରମ ମଜିଠିଆ:  ଅମ୍ରିତସର ପୂର୍ବ ଆସନରୁ ପରାସ୍ତ ହୋଇଛନ୍ତି ସୁଖବୀର ସିଂହ ବାଦଲଙ୍କ ସମ୍ପର୍କୀୟ ବିକ୍ରମ ମଜିଠିଆ। 

  • ନବଜୋତ ସିଂହ ସିଦ୍ଧୁ: ଅମ୍ରିତସର ପୂର୍ବ ଆସନରୁ ପରାସ୍ତ ହୋଇଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। 

  • ଚରଣଜିତ ସିଂହ ଚନ୍ନୀ: ଉଭୟ ଚମକୌର ସାହିବ ଏବଂ ଭଦୋହୀ ଆସନରୁ ପରାସ୍ତ ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ। 


ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳୀୟ ବିଜୟ ପରେ ଆମ ଆଦମୀ ପାର୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ରାଜ୍ୟର ସଙ୍ଗରୁର ଲୋକସଭା ଆସନର ସାଂସଦ ଭଗୱନ୍ତ ମାନ। ରାଜ୍ୟର ଧୁରୀ  ଆସନରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଆପ୍ ନେତା ମାନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି। 


ଏହି ନିର୍ବାଚନରେ ଦଳୀୟ ପରାଜୟ ପରେ ପ୍ରତିକ୍ରିୟା ରଖି ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ କହିଛନ୍ତି "ଆମେ ହୃଦୟରୁ ଏବଂ ସମ୍ପୂର୍ଣ୍ଣ ବିନମ୍ରତା ସହିତ ପଞ୍ଜାବୀଙ୍କ ଦ୍ୱାରା ଦିଆଯାଇଥିବା ଜନାଦେଶକୁ ଗ୍ରହଣ କରୁଛୁ।" 


ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିଜୟ ପଛରେ ରହିଥବା ବଡ଼ କାରଣ ହେଉଛି କୃଷକ ଆନ୍ଦୋଳନ ଏବଂ କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳ। କାରଣ କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନ ସମର୍ଥନ ଜଣାଇଥିଲା ଆପ୍। ଏପରିକି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ପଞ୍ଜାବ କୃଷକଙ୍କ ଲାଗି ଆବଶ୍ୟକୀୟ ଆନୁଷଙ୍ଗୀକ ଭିତ୍ତିଭୂମି ଯୋଗାଇ ଦେଇଥିଲା ଦଳ। 


ଏହି କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ପଞ୍ଜାବୀ କୃଷକ। ଆଉ ସେମାନଙ୍କୁ ଆନ୍ଦୋଳନ ବେଳେ ଭରପୂର ମାତ୍ରାରେ ସହଯୋଗ କରିଥିଲା ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି। ଯାହାର ଫାଇଦା ଦଳକୁ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ମିଳିଛି।