`ହମ ଫିଲ୍ମ କଳାକାର, ପିକଚର ଅଭି ବାକି`
ଆଜକୁ ୧୮ ବର୍ଷ ପୂର୍ବେ ମୁଁ ସ୍ୱପ୍ନ ଦେଖିଥିଲି ଗରିବ ଲୋକଙ୍କ ଲାଗି କିଛି କରିବି।
କୋଲକାତା: ସ୍ଥାନୀୟ ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ପିଏମ ମୋଦିଙ୍କ କୋଲକାତା ରାଲି ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ରାଜନୀତିକୁ ଆସିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖି ଅଭିନେତା ମିଥୁନ ଚକ୍ରବର୍ତ୍ତୀ (Actor Mithun Chakraborty) କହିଛନ୍ତି ମୁଁ ରାଜନୀତି ନୁହେଁ ମନୁଷ୍ୟ ନୀତି ଜାଣେ। କିଛି ଭଲ କାମ କରିବା ପାଇଁ ବିଜେପି ସହ ଯୋଡି ହୋଇଛି। ଗୋଟିଏ ଦିନରେ ଚଳଚ୍ଚିତ୍ର ଶେଷ ହୋଇନଥାଏ। ପଶ୍ଚିମବଙ୍ଗକୁ ଆଗେଇ ନେବା ପାଇଁ ମୋ ଲକ୍ଷ୍ୟ ପୂରଣ ହେବ।
Also Read: West Bengal Election 2021: ରାଲି ପୂର୍ବରୁ BJP ହାତ ଧରିଲେ Mithun Chakraborty
ମୋର ସ୍ୱପ୍ନ ରାଜନୀତି ଠାରୁ ବଡ। ଆଜକୁ ୧୮ ବର୍ଷ ପୂର୍ବେ ମୁଁ ସ୍ୱପ୍ନ ଦେଖିଥିଲି ଗରିବ ଲୋକଙ୍କ ଲାଗି କିଛି କରିବି। ସେମାନଙ୍କୁ ସେମାନଙ୍କ ଅଧିକାର ସମ୍ମାନ ପ୍ରଦାନ କରିବି। ସେହି ଲଢେଇ ଏବେ ଜାରି ରହିଛି। ଯେଉଁ ଠାରେ ମୋ ସ୍ୱପ୍ନ ପୂରଣ କରିବା ଲାଗି ସୁଯୋଗ ମିଳିଥାଏ ମଁ ତାକୁ ଛାଡି ନଥାଏ। ବାମପନ୍ଥୀ ଦଳ ସହ ଯୋଡି ହେବା ଭୁଲ ନିଷ୍ପତ୍ତି ଥିଲା। ହେଲେ ବିଜେପିରେ ସାମିଲ ହେବା ପରେ ମୋତେ ଲାଗୁଛି ମୋର ସ୍ୱପ୍ନ ପୂରଣ ହେବ।
Also Read: Campaigning Sunday: ମୈଦାନରେ ମୁହାଁମୁହଁ ମୋଦି-ମମତା
ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ରାଲିକୁ ସମ୍ବୋଧିତ କରି ଅଭିନେତା ମିଥୁନ କହିଥିଲେ ଯିଏ ଆପଣଙ୍କ ଅଧିକାର ଛଡାଇ ନେବ ଆମେ ସେମାନଙ୍କ ବିରୁଦ୍ଧରେ ଛିଡା ହେବୁ। ଆଜିର ଦିନ ମୋ ଲାଗି କୌମସି ସ୍ୱପ୍ନ ଠାରୁ କମ ନୁହେଁ। ମୁଁ କେବେ ଚିନ୍ତା କରିନଥିଲି ଏତେ ବଡ ଜଣେ ନେତାଙ୍କ ସହ ମଞ୍ଚରେ ଉପସ୍ଥିତି ରହିବି।
Also Read: West Bengal Election 2021: ରାଜନେତାଙ୍କ ପରେ BJP ହାତ ଧରିବେ ସେଲିବ୍ରିଟି
ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନାଁ ନ ନେଇ ସେ ରଖିଥିବା ବୟାନ ଉପରେ ଜବାବ ରଖି ଅଭିନେତା ମିଥୁନ କହିଛନ୍ତି ପଶ୍ଚିମବଙ୍ଗରେ ରହୁଥିବା ସମସ୍ତ ଲୋକ ବଙ୍ଗାଳୀ। ଆମେ ଗରିବ ଲୋକଙ୍କ ଲାଗି କାମ କରିବାକୁ ଚାହୁଁଛୁ। ଏହା ମୋର ସ୍ୱପ୍ନ। ମୁଁ ଯାହା କହେ ତାହା କରେ। ମୁଁ ପାଣିର ଛୋଟ ନୁହେଁ ବଡ ନାଗସାପ।