ବରିଷ୍ଠ ଟିଏମସି ନେତା ଦିନେଶ ତ୍ରୀବେଦୀ ମାର୍ଚ୍ଚ ୬ ଶନିବାର ବିଜେପିରେ ସାମିଲ ହୋଇଛନ୍ତି।
Trending Photos
ମୁମ୍ବାଇ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ରାଜ୍ୟର ବଢିଯାଇଛି ରାଜନୈତିକ ଉଷ୍ମତା। ଆଉ ଦିନକୁ ଦିନ ସରଗରମ ହୋଇଉଠିଲାଣି ପଶ୍ଚିମବଙ୍ଗ ରାଜନୀତି। ନିର୍ବାତନ ଲାଗି ସବୁ ଦଳ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଅନ୍ୟପଟେ ନେତାଙ୍କ ପଟ୍ଟ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।
ଏହିକ୍ରମରେ ବରିଷ୍ଠ ଟିଏମସି ନେତା ଦିନେଶ ତ୍ରୀବେଦୀ ମାର୍ଚ୍ଚ ୬ ଶନିବାର ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ-୨ ସରକାର କ୍ଷମତାସୀନ ରହିଥିବା ସମୟରେ ସେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବେଶ ଘନିଷ୍ଠ ଭାବେ ଜଣାଶୁଣା ଦଳର ଏହି ପୂର୍ବତନ ନେତା। ଦଳୀୟ ପୁରୁଖା ନେତା ବିଜେପିରେ ସାମିଲ ହେବା ଟିଏମସି ସୁପ୍ରିମୋଙ୍କ ଲାଗି ଏବେ ସତର୍କ ଘଣ୍ଟି ସଦୃଶ୍ୟ ଉଭା ହୋଇଛି।
Also Read: Election: ରବିବାର ପ୍ରଚାର ଆରମ୍ଭ କରିବେ ପିଏମ ମୋଦି
ସଂସଦର ଚଳିତ ବଜେଟ ଅଧିବେଶନର ଶେଷ ଦିନରେ ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରଶଂସା କରି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଯାହା ଏବେ ବାସ୍ତବତାରେ ପରିଣତ ହୋଇଛି। ତାଙ୍କୁ ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳରେ ସ୍ୱାଗତ କରିଥିଲେ। ଦିନେଶ ତ୍ରୀବେଦୀଙ୍କ ବ୍ୟତୀତ ମୁକୁଲ ରାୟ, ଶୁଭେନ୍ଦୁ ଅଧିକାରଙ୍କ ଭଳି ବହୁ ବରିଷ୍ଠ ନେତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପର୍ବରୁ ବିଜେପିରେ ସାମିଲ ହୋଇସାରିଛନ୍ତି।
প্রাক্তন কেন্দ্রীয় মন্ত্রী তথা বর্ষীয়ান তৃণমূল নেতা শ্রী @DinTri আজ বিজেপির সর্বভারতীয় সভাপতি শ্রী @JPNadda জীর উপস্থিতিতে ভারতীয় জনতা পার্টির পরিবারের যুক্ত হলেন । আপনাকে বিজেপি পরিবারের সুস্বাগতম। #AamarPoribarBJPPoribar pic.twitter.com/iv7QnQUcUq
— BJP Bengal (@BJP4Bengal) March 6, 2021
Also Read: 'ପ୍ରଶାନ୍ତ କିଶୋରଙ୍କ କାରଣରୁ ମୋର ହେଉଥିଲା ବଦନାମ'
ବିଜେପିରେ ସାମିଲ ହେବା ପରେ ଦିନେଶ ତ୍ରୀବେଦୀ କହିଛନ୍ତି ମୋ ଅପେକ୍ଷାର ଅନ୍ତ ଘଟିଛି। ମୁଁ ବିଜେପି ପରିବାରକୁ ଧନ୍ୟବାଦ ଜଣାଉଛି। କେତେକ ଦଳ ନିଜେ ଏକ ରାଜନୈତିକ ପରିବାର। ଅନ୍ୟ କେତେକ ଦଳ ହେଉଛନ୍ତି ଜନତା ପରିବାର। ବିଭିନ୍ନ ଦଳରେ ଗୋଟିଏ ପରିବାରର ସେବା କରାଯାଇଥାଏ। ହେଲେ ମୋ ପାଇଁ ଦେଶ ହେଉଛି ସର୍ବୋପରି। ମୁଁ ସେହି ଦଳର ନାଁ ନେବି ନାହିଁ ଯେଉଁଠି ଗୋଟିଏ ପରିବାରର ସେବା କରାଯାଉଛି।
Also Read: କୋରୋନା ଏକ୍ସପ୍ରେସରେ ପଶ୍ଚିମବଙ୍ଗରୁ ପଳାୟନ କରିବେ ମମତା ବାନାର୍ଜୀ: ଅମିତ ଶାହ
ମୁକୁଲ ରାୟ, ଶଭେନ୍ଦୁ ଅଧିକାରୀ, ଦିନେଶ ତ୍ରୀବେଦୀଙ୍କ ଭଳି ପଶ୍ଚିମବଙ୍ଗର ଜଣାଶୁଣା ବରିଷ୍ଠ ରାଜନେତା ବିଜେପିରେ ସାମିଲ ହେବା ପରେ ଏବେ ସେଲିବ୍ରିଟିଙ୍କ ପାଳି ପଡିଛି। ପୂର୍ବରୁ ଅଭିନେତ୍ରୀ ରୂପା ଗାଙ୍ଗୁଲି, ଲକେଟ ଚାଟାର୍ଜୀ, କଣ୍ଠ ଶିଳ୍ପୀ ବାବୁଲ ସୁପ୍ରିୟୋ ପ୍ରମୁଖ ବିଜେପି ଲୋକସଭା ସାଂସଦ ଭାବେ ପଶ୍ଚିମବଙ୍ଗରୁ ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି। କିଛି ବଙ୍ଗୀୟ ଅଭିନେତ୍ରୀ ପାୟଲ ସରକାର ରାଜ୍ୟ ବିଜେପି ଅଧ୍ୟକ୍ଷ (West Bengal BJP Chief) ଦିଲ୍ଲୀପ ଘୋଷଙ୍କ (Dillip Ghose) ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ।
नमस्कार |
It’s an absolute privilege to be a part of the world’s largest political party @BJP4India @BJP4Bengal .
My sincerest pranam to @narendramodi ji, @AmitShah ji, @JPNadda ji & @DilipGhoshBJP ji. pic.twitter.com/BJEnc1qT1p
— Paayel Sarkar (@Paayel_12353) February 25, 2021
ଏବେ ଚର୍ଚ୍ଚା ହେଉଛି ଭାରତୀୟ କ୍ରିକେଟ ଦଳର (Indian Cricket Team) ପୂର୍ବତନ ଅଧିନାୟକ (Former Captain) ସୌରଭ ଗାଙ୍ଗୁଲି (Sourav Ganguly) ଏବଂ ଅଭିନେତା ମିଥୁନ ଚକ୍ରବର୍ତ୍ତୀ (Actor Mithun Chakraborty) ବିଜେପିରେ ସାମିଲ ହୋଇପାରନ୍ତି। ଏନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି।
Also Read: ପଦ୍ମ ପୋଖରୀକୁ ଡିଆଁମାରିବେ ଗାଙ୍ଗୁଲି, ସ୍ୱାଗତ ପାଇଁ ପ୍ରସ୍ତୁତ ବିଜେପି
ମିଥୁନ ଚକ୍ରବର୍ତ୍ତୀ ଦଳରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ (West Bengal BJP Incharge) କୈଳାଶ ବିଜୟଭାର୍ଗୀୟ (Kailash Vijayvargiya) କହିଛନ୍ତି ଆସନ୍ତା ୭ ତାରିଖ ରବିବାର କୋଲକାତାସ୍ଥିତ ବ୍ରିଗେଡ ମୈଦାନ ଠାରେ ଆୟୋଜିତ ହେଉଥିବା ଦଳୀୟ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଜନତାଙ୍କୁ ସମ୍ବୋଧନ କରିବେ। ସାଧାରଣ ଲୋକଙ୍କ ସହ ଆସୁଥିବା ସମସ୍ତ ଲୋକଙ୍କୁ ସ୍ୱାଗତ କରିବୁ।