Actress Archana Gautam: ସଦ୍ୟ ବଲିଉଡ ଏବଂ ଟଲିଉଡ ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଥିବା ଅର୍ଚ୍ଚନା ଗୌତମଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଭିନୟ ସହ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି ସେ। ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ ରାଜ୍ୟର ମେରଠ ଜିଲ୍ଲାର ହସ୍ତିନାପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆ ଯୋଗେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ତାଙ୍କର ମନ୍ଦିର ଦର୍ଶନ ସମୟର ବୋଲି ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ନିକଟରେ ଆନ୍ଧ୍ର ପ୍ରଦେଶର (Andhra Pradesh) ତିରୁପତି ଜିଲ୍ଲାରେ ଅବସ୍ଥିତ (Tirupati District) ବାଲାଜୀ ମନ୍ଦିର (Tirupati Balaji Temple) ଦର୍ଶନ କରିବାକୁ ଆସିଥିଲେ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଅର୍ଚ୍ଚନା ଗୌତମ (Actress turned Politician Archana Gautam)। ହେଲେ ଦର୍ଶନ କରିବା ବେଳେ ମନ୍ଦିର ପରିଚାଳନା ଦାୟିତ୍ୱରେ ରହିଥିବା ତିରୁମାଲା ତିରୁପତି ଦେବସ୍ଥାନମ (Tirumala Tirupati Devasthanams) ଟିଟିଡି (TTD) ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।  


ଏନେଇ ଟ୍ୱିଟ କରି ଅଭିନେତ୍ରୀ ଅର୍ଚ୍ଚନା ଗୌତମ ତିରୁପତି ବାଲାଜୀଙ୍କ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ, ଭାରତର ହିନ୍ଦୁ ଧର୍ମସ୍ଥଳ ଲୁଟ ସ୍ଥାନରେ ପରିଣତ ହୋଇଛି। ଧର୍ମ ନାମରେ ତିରୁପତି ବାଲାଜୀ ମନ୍ଦିରରେ ମହିଳାଙ୍କ ସହ ଅଭଦ୍ରତା କରାଯାଉଛି। ଟିଟିଡି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ମୁଁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଅନୁରୋଧ କରୁଛି। ଭିଆଇପି ଦର୍ଶନ ନାମରେ ଏଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ୫୦୦ ଟଙ୍କା ନିଆଯାଉଛି। ଏଠାରେ  ଲୁଟ କରିବା ବନ୍ଦ କର। ଟିଟିଡି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ନିଜେ କରିଥିବା ଟ୍ୱିଟ ଭିଡ଼ିଓ ରେ ସେ କଂଗ୍ରେସ କୁ ଟ୍ୟାଗ୍ କରିଛନ୍ତି।



ଅର୍ଚ୍ଚନା ଗୌତମ ସେୟାର କରିଥିବା ଭିଡିଓ ରେ ଯେତେବେଳେ ସେ ମନ୍ଦିର ଟିକେଟ୍ ବାବଦରେ କହୁଛନ୍ତି, ସେତେବେଳେ ଟିଟିଡି଼ କର୍ମଚାରୀ ତାଙ୍କଠାରୁ ଫୋନ୍ ନେବାକୁ ଚେଷ୍ଟା କରିବା ସହ ରେକର୍ଡିଂ ବନ୍ଦ କରିବାକୁ କହୁଛନ୍ତି। ହେଲେ ଏହି ସମୟରେ ଅଭିନେତ୍ରୀ କାନ୍ଦୁଥିବାର ନଜର ଆସୁଛନ୍ତି। ଏପରିକି ସେ ମନ୍ଦିର କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ୱିଟ ଭିଡିଓ ଜରିଆରେ ସେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିବେଦନ କରି କହିଛନ୍ତି ଯେ ଏଠାକୁ ଆସି ଏଠାକାର ସ୍ଥିତି ଦେଖନ୍ତୁ। ଭିଆଇପି ଦର୍ଶନ ନାମରେ ଏଠାରେ ଭକ୍ତଙ୍କ ଠାରୁ ଟଙ୍କା ଲୁଟିବା ବ୍ୟବସାୟ ବନ୍ଦ କରନ୍ତୁ।


ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଅର୍ଚ୍ଚନା ଗୌତମ ପ୍ରଥମେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ  ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ସେ ରାଜ୍ୟର ମେରଠ ଜିଲ୍ଲାର (Meerut District) ହସ୍ତିନାପୁର ଆସନରୁ (Hastinapur Assembly Consttuency) ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ (Congress MLA Candidate)। ମାତ୍ର ତାଙ୍କ ନିର୍ବାଚନରେ କେବଳ ୧୫୧୯ ଖଣ୍ଡ ମିଳିଥିଲା। ସେ ମିସ୍ କସ୍ମୋ ୱାର୍ଲଡ୍ ୨୦୧୮ ସହ ମିସ୍ ୟୁପି ୨୦୧୪ ଟାଇଟେଲ ହାତେଇ ସାରିଛନ୍ତି।


Also Read:  UP Election 2022: ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚାରେ କଂଗ୍ରେସ


ନିର୍ବାଚନ ଲଢିବା ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ତାଙ୍କୁ ତାଙ୍କ କାମ ପାଇଁ ଟାର୍ଗେଟ କରାଯାଉଛି। ମୁଁ ମିସ୍ ବିକିନି 2018 ପ୍ରତିଯୋଗୀତାରେ ମିଁ ଅଂଶଗ୍ରହଣ କରିଛି। ମୁଁ ମିସ୍ ଉତ୍ତରପ୍ରଦେଶ ୨୦୧୪ ଏବଂ ମିସ୍ କସ୍ମୋ ୱାର୍ଲ୍ଡ ୨୦୧୮ ହୋଇସାରିଛି। ମୁଁ ମୋର ବୃତ୍ତି ଏବଂ ରାଜନୈତିକ ଜୀବନକୁ ଏକାଠି ନକରିବାକୁ ନିବେଦନ କରୁଛି।