UP Election 2022: ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚାରେ କଂଗ୍ରେସ
Advertisement
Article Detail0/zeeodisha/odisha1071628

UP Election 2022: ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚାରେ କଂଗ୍ରେସ

ଦଳୀୟ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଆମେ ରାଜନୀତିରେ ଏକ ନୂଆ ପାଳି ଖେଳିବାକୁ ଯାଉଛୁ। 

UP Election 2022: ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚାରେ କଂଗ୍ରେସ

ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସବୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରାର୍ଥୀ। ଏହି ତାଲିକାରେ ସାମିଲ ହୋଇସାରିଛି ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ। ହେଲେ ଏଥର ପ୍ରାର୍ଥୀ ଚୟନ କରିବାକୁ ନେଇ ଚର୍ଚ୍ଚାରେ ରହିଛି ଦଳ।

ଏହି ନିର୍ବାଚନରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ କହିଛନ୍ତି ତାଙ୍କ କାମ ପାଇଁ ତାଙ୍କୁ ଟାର୍ଗେଟ କରାଯାଉଛି। ଏଭଳି ମତ ରଖି ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ଅର୍ଚ୍ଚନା ଗୌତମ (Archana Gautam)। ଯିଏକି ଏଥର ରାଜ୍ୟର ହସ୍ତିନାପୁର ବିଧାନସଭା ଆସନରୁ (Hastinapur Assembly Consttuency) କଂଗ୍ରେସ ବିଧାୟକ ପ୍ରାର୍ଥୀ (UP Congress MLA Candidate) ଭାବେ ନିର୍ବାଚନ ଲଢୁଛନ୍ତି। ସଦ୍ୟ ତାଙ୍କର ଏକ ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। 

Also Read: UP Poll 2022: ଟିକେଟ ପାଇବା ପାଇଁ ଏପରି ଷଡ଼ଯନ୍ତ୍ର କରିଥିଲେ କଂଗ୍ରେସ ନେତ୍ରୀ

ଏନେଇ ଜବାବ ରଖି କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ଗୌତମ କହିଛନ୍ତି ମୁଁ ମିସ୍ ବିକିନି 2018 ପ୍ରତିଯୋଗୀତାରେ ମିଁ ଅଂଶଗ୍ରହଣ କରିଛି। ମୁଁ ମିସ୍ ଉତ୍ତରପ୍ରଦେଶ ୨୦୧୪ ଏବଂ ମିସ୍ କସ୍ମୋ ୱାର୍ଲ୍ଡ ୨୦୧୮ ହୋଇସାରିଛି। ମୁଁ ମୋର ବୃତ୍ତି ଏବଂ ରାଜନୈତିକ ଜୀବନକୁ ଏକାଠି ନକରିବାକୁ ନିବେଦନ କରୁଛି।

ଚଳିତ ଥରର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଏଥର ଯୁବକ ଏବଂ ମହିଳାଙ୍କୁ ପ୍ରାର୍ଥୀ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛି। ଏହି ବର୍ଗରୁ ପ୍ରାୟ ୪୦-୪୦ ପ୍ରତିଶତ ଲୋକଙ୍କୁ ପ୍ରାର୍ଥୀ କରିଛି ଦଳ। ବହୁଚର୍ଚ୍ଚିତ ଉନ୍ନାୱ ଦୁଷ୍କର୍ମ ପୀଡାତାଙ୍କ ମାଆ ଆଶା ସିଂହ, ଶାହଜହାଁପୁର ଜିଲ୍ଲାର ଆଶାକର୍ମୀ ପୁନମ ପାଣ୍ଡେ, ସୋନଭଦ୍ରା ନରସଂହାର ପୀଡିତ ରାମରାଜ ଗୋଣ୍ଡ, ସିଏଏ-ଏନଆରସି ଆନ୍ଦୋଳନ ଯୋଗ ଦେଇ ଚର୍ଚ୍ଚାକୁ ଆସିଥିବା ସଦଫ ଜଫ୍ପର, ନୋଏଡ଼ା ଆସନରୁ ପଙ୍ଖୁଡି଼ ପାଠକ, ଏଟା ଆସନରୁ ଗୁଞ୍ଜନ ମିଶ୍ରା ଏବଂ ଫରୁଖାବାଦ ଆସନରୁ ଦଳର ବରିଷ୍ଠ ନେତା ସଲମାନ ଖୁର୍ସିଦଙ୍କ ପତ୍ନୀ ଲୁଇସ ଖୁର୍ସିଦ ପ୍ରମୁଖଙ୍କୁ ବିଧାୟକ ପ୍ରାର୍ଥୀ କରିଛି କଂଗ୍ରେସ।

Also Read: ଆସିଗଲେ Priyanka Gandhi ଙ୍କ ପ୍ରତିଦ୍ୱନ୍ଦ୍ୱୀ; କହିଲେ ତାଙ୍କ ଠାରୁ ମୋତେ ଅଧିକ ମିଳିବ ଭୋଟ

ଦଳୀୟ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଆମେ ରାଜନୀତିରେ ଏକ ନୂଆ ପାଳି ଖେଳିବାକୁ ଯାଉଛୁ। ଦଳ ଏଥର ନକରାତ୍ମକ ପ୍ରଚାର କରିବ ନାହିଁ। ସକରାତ୍ମକ ପ୍ରସଙ୍ଗକୁ ଉପସ୍ଥାପନ କରି ରାଜନୈତିକ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। ମହିଳା, ଦଳିତ, ଯୁବକଙ୍କ ସମସ୍ୟାକୁ ନେଇ ନିର୍ବାଚନ ଲଢିବ। ଆମେ ସେହି ଲୋକଙ୍କୁ ଏକ ସୁଯୋଗ ଦେବାକୁ ଚାହୁଁଥିଲୁ ଯେଉଁମାନେ ସେମାନଙ୍କ ଅଧିକାର ପାଇଁ ସଂଗ୍ରାମ କରୁଛନ୍ତି। ପ୍ରକୃତ ଲୋକେ ସେମାନଙ୍କ ଅଧିକାର ପାଇଁ ସଂଗ୍ରାମ କରିବାର ସୁଯୋଗ ପାଇବେ। ମହିଳାଙ୍କୁ ରାଜନୈତିକ ଅଧିକାର ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ସେ।