ନୂଆଦିଲ୍ଲୀ: Congress Twitter Account Locked: ଟ୍ୱିଟର ଇଣ୍ଡିଆ (Twitter India) ମଧ୍ୟ କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ (Congress Twitter Acccount) କୁ ଲକ୍ କରିଦେଇଛି । ଏହି ଦାବି କଂଗ୍ରେସ କରିଛି । ଏହାପୂର୍ବରୁ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ଆକାଉଣ୍ଟ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯାହା ଅନ୍ତର୍ଗତ ଟ୍ୱିଟର ଇଣ୍ଡିଆ ସେମାନଙ୍କ ଟ୍ୱିଟର ହ୍ୟାଣ୍ଡଲକୁ ଲକ୍ ବା ସସ୍ପେଣ୍ଡ କରିଦେଇଛି ।


COMMERCIAL BREAK
SCROLL TO CONTINUE READING

ଅଲ ଇଣ୍ଡିଆ କଂଗ୍ରେସ କମିଟି (AICC) ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଜୟ ମାକେନ (Ajay Maken), ଲୋକସଭାରେ ପାର୍ଟି ସଚେତକ ମଣିକମ ଟାଗୋର, ଆସାମର ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ମହିଲା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟୁଇଟର ଆକାଉଣ୍ଟକୁ ସସ୍ପେଣ୍ଡ କରିଦିଆ ଯାଇଛି ।


ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ


ଝିଅର ପିତାମାତାଙ୍କ ସହ ଟ୍ୱିଟ୍ କରିଥିଲେ ନିଜ ଫଟୋ


ବାସ୍ତବରେ ଦିଲ୍ଲୀ କ୍ୟାଣ୍ଟ ନିକଟବର୍ତ୍ତୀ ଅଞ୍ଚଳରେ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରାଯିବା ପରେ ରାହୁଲ ଗାନ୍ଧୀ (Rahul Gandhi) ପରିବାର ସଦସ୍ୟ ତଥା ସ୍ଥାନୀୟ ଲୋକଙ୍କୁ ଭେଟିବାକୁ ଯାଇଥିଲେ । ରାହୁଲ ଗାନ୍ଧୀଙ୍କ ଟ୍ୱିଟ ବିରୋଧରେ ଜାତୀୟ ଶିଶୁ ଆୟୋଗର ଅଭିଯୋଗ ପରେ ଟ୍ୱିଟର କେବଳ ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ହଟାଇ ଦେଇନାହିଁ ବରଂ ତାଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବେ ସ୍ଥଗିତ କରିଛି । ଟ୍ୱିଟର ଜରିଆରେ ଦୈନିକ ମୋଦି ସରକାରଙ୍କୁ ଆକ୍ରମଣ କରୁଥିବା ରାହୁଲ ଗାନ୍ଧୀ ଆକାଉଣ୍ଟ ସସ୍ପେଣ୍ଡ ଯୋଗୁଁ ୫ ଦିନ ଧରି ଟ୍ୱିଟ୍ କରିପାରିନାହାଁନ୍ତି ।


ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!


ସମାନ ଫଟୋ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ ରଣଦୀପ ସୁରଜେୱାଲା


କଂଗ୍ରେସ ସାଧାରଣ ସଂପାଦକ ତଥା ଗଣମାଧ୍ୟମ ଦାୟିତ୍ୱରେ ଥିବା ରଣଦୀପ ସୁରଜେୱାଲା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଟ୍ୱିଟ୍ କରାଯାଇଥିବା ଫଟୋକୁ ଟ୍ୱିଟ୍ କରି ଲେଖିଛନ୍ତି- "ଦଳିତଙ୍କ ଝିଅକୁ ନ୍ୟାୟ ଦେବା ପରିବର୍ତ୍ତେ ମୋଦି ସରକାର ସମବେଦନା ଓ ନ୍ୟାୟ ପାଇବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । #twitter ଟ୍ୱିଟରକୁ ଭୟଭୀତ କରି ଶ୍ରୀ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ବନ୍ଦ କରି ଝିଅର ନ୍ୟାୟ ସ୍ୱରକୁ ଦମନ କରିପାରିବ ନାହିଁ । ଟ୍ୱିଟରକୁ ଚାପଗ୍ରସ୍ଥ କରନ୍ତୁ କିମ୍ବା ଏଫଆଇଆର ଦାଖଲ କରନ୍ତୁ, ନ୍ୟାୟ ପ୍ରଦାନ ଦେବାକୁ ପଡିବ। "


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଅଧିକ ପଢ଼ନ୍ତୁ:-ମହା ସଙ୍କଟ: ନିଜ ଲଢ଼େଇ ନିଜେ ଲଢ଼ୁ ଆଫଗାନିସ୍ତାନ, କୌଣସି ସାହାଯ୍ୟ କରିବାକୁ ମନା କରିଦେଲା ଆମେରିକା