ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
Advertisement
Article Detail0/zeeodisha/odisha963086

ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

Coronavirus in India: ଦେଶରେ କୋରୋନା ଭୂତାଣୁର ପ୍ରକୋପ ଥମିବାର ନାଁ ନେଉନାହିଁ । ଦେଶର ପୁଣି କୋରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଇଛି । ୬ ଦିନ ପରେ ଦେଶରେ ୪୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୯୫ ନୂତନ କୋରୋନା ମାମଲା

ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ପ୍ରକୋପ ଥମିବାର ନାଁ ନେଉନାହିଁ । ଦେଶର ପୁଣି କୋରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଇଛି । ୬ ଦିନ ପରେ ଦେଶରେ ୪୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧ ହଜାର ୧୯୫ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୦୬୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦିନକରେ ୧୬୩୬ ସଂକ୍ରମିତ ମାମଲା ବଢ଼ିଯାଇଛି । ଏହା ପୂର୍ବରୁ ଅଗଷ୍ଟ ୫ରେ ୪୪,୬୪୩ ମାମଲା ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ବୁଧବାର କେରଳରେ ୨୩,୫୦୦ ନୂତନ କୋଭିଡ ମାମଲା ସାମ୍ନାକୁ ଆସିଛି । ଯାହା ପରେ ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୩୬ ଲକ୍ଷ ୧୦ ହଜାର ୧୯୩କୁ ବୃଦ୍ଧି ପାଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୩ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮,୧୨୦ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ୧୯,୪୧୧ ସଂକ୍ରମିତ ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି, ଯେଉଁ କାରଣରୁ ମୋଟ ସୁସ୍ଥ ସଂଖ୍ୟା ୩୪ ଲକ୍ଷ ୧୫ ହଜାର ୫୯୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୯୫୭ ରହିଛି ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୦ ଲକ୍ଷ ୭୭ ହଜାର ୭୦୬  କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୨ ଲକ୍ଷ ୬୦ ହଜାର ୯୮୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୮୭ ହଜାର ୯୮୭ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୯ ହଜାର ୬୬୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଘଟିଛି । ଅଗଷ୍ଟ ୧୧ ପର୍ଯ୍ୟନ୍ତ ସାରା ଦେଶରେ ୫୨ କୋଟି ୩୬ ଲକ୍ଷ ୭୧ ହଜାର କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ଲକ୍ଷ ୧୯ ହଜାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୮ କୋଟି ୭୩ ଲକ୍ଷ ୭୦ ହଜାର ୧୯୬ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୧ ଲକ୍ଷ ୨୪ ହଜାର ୯୫୩ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।

ଅଧିକ ପଢ଼ନ୍ତୁ:-ମହା ସଙ୍କଟ: ନିଜ ଲଢ଼େଇ ନିଜେ ଲଢ଼ୁ ଆଫଗାନିସ୍ତାନ, କୌଣସି ସାହାଯ୍ୟ କରିବାକୁ ମନା କରିଦେଲା ଆମେରିକା

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୧ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦଶମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।