ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ (Shiv Sena Chief) ଉଦ୍ଧବ ଠାକରେ (Uddhav Thackeray Camp) ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ (Eknath Shinde Camp) ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ସେପଟେ ଗୁରୁବାର ଥାନେ ଜିଲ୍ଲାର ଅଟୋ ରିକ୍ସା ଡ୍ରାଇଭରମାନେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇବା ପାଇଁ ନଗର ସଂସ୍ଥା ମୁଖ୍ୟାଳୟ ସମ୍ମୁଖରେ ଏକନାଥ ସିନ୍ଦେଙ୍କର ଏକ ବଡ଼ ବ୍ୟାନର ଲଗାଇଥିଲେ । ଅଟୋ ରିକ୍ସା ଡ୍ରାଇଭରମାନଙ୍କର ଏହି ସମର୍ଥନ ଏପରି ଏକ ସମୟରେ ଆସିଛି ଯେତେବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ((Uddhav Thackeray) ଅଟୋ ରିକ୍ସା ଚଳାଇବାକୁ ନେଇ ସିନ୍ଦେ ((Eknath Shinde) ଙ୍କୁ କଟାକ୍ଷ କରିଥିଲେ । ଏଠାରେ କହି ରଖୁଛୁ ଯେ, ସିନ୍ଦେ ପୂର୍ବରୁ ରୋଜଗାର ପାଇଁ ଅଟୋ ରିକ୍ସା ଚଳାଉଥିଲେ ।


COMMERCIAL BREAK
SCROLL TO CONTINUE READING

ଡ୍ରାଇଭରମାନେ ମରାଠୀରେ ଲେଖାଯାଇଥିବା ଏକ ବ୍ୟାନର ଲଗାଇଛନ୍ତି । ଏଥିରେ ଲେଖାଥିଲା ଯେ, "ହଁ, ଆମେ ଗର୍ବିତ, ଆମର ରିକ୍ସାୱାଲା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।" ଥାନେ ମ୍ୟୁନିସିପାଲିଟି କର୍ପୋରେସନ (TMC) ମୁଖ୍ୟାଳୟ ସମ୍ମୁଖରେ ଏହି ବ୍ୟାନର ଲଗାଯାଇଛି । ଏହି ସମୟରେ ପ୍ରାୟ ୧୦୦ ଅଟୋ ଡ୍ରାଇଭର ଏକତ୍ରିତ ହୋଇଥିଲେ । ଏହା ବ୍ୟତୀତ ଡ୍ରାଇଭରମାନେ ନିଜ ଅଟୋରେ ପୋଷ୍ଟରରେ ଲେଖାଯାଇଥିବା ସ୍ଲୋଗାନ ଷ୍ଟିକର ମଧ୍ୟ ଲଗାଇଛନ୍ତି ।


ହିନ୍ଦୁସ୍ତାନ ଟାଇମ୍ସ ସହ କଥା ହୋଇ ୪୦ ବର୍ଷ ବୟସ୍କ ଅଟୋ ଡ୍ରାଇଭର ସତୀଶ ଗାୱକର କହିଛନ୍ତି ଯେ, ଆମେ ଗର୍ବିତ ଯେ ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ନିଜେ ଅଟୋ ଡ୍ରାଇଭର ହୋଇଥିବାରୁ ଆମ ସାମ୍ନାରେ ଆସୁଥିବା ସମସ୍ୟା ବିଷୟରେ ମଧ୍ୟ ଜାଣିଛନ୍ତି । ଗ୍ୟାସର ଦାମ ଅଧିକ ରହିଛି ଓ ଆଶାକରୁଛି ସେ ଏହାକୁ କମ୍ କରିବାକୁ ଚେଷ୍ଟା କରିବେ ।


ଏଠାରେ କହି ରଖୁଛୁ ଯେ, ମଙ୍ଗଳବାର ଉଦ୍ଧବ ଠାକରେ ବିଧାନସଭାରେ ସିଏମ୍ ଏକନାଥ ସିନ୍ଦେଙ୍କ ଭାଷଣକୁ ନେଇ କଟାକ୍ଷ କରିଥିଲେ । ସେ କହିଥିଲେ ଯେ, ଗତକାଲି ବିଧାନସଭାରେ ରିକ୍ସା ଚାଳକ (ଏକନାଥ ସିନ୍ଦେ) ରିକ୍ସା ଦ୍ରୁତ ଗତିରେ ଚଳାଉଥିଲା । ଏଥିରେ କୌଣସି ବ୍ରେକ୍ ନଥିଲା, ସେଠାରେ ବସିଥିବା ଲୋକମାନେ ଲାଗୁଥିଲା ଯେ ରିକ୍ସା ଦୁର୍ଘଟଣା ନ ଘଟିଯାଉ । ଭାରତୀୟ ଜନତା ପାର୍ଟି (BJP) ମହା ବିକାଶ ଅଘାଡ଼ି (MVA) ରାଜ୍ୟ ସରକାରଙ୍କୁ ତିନି ଚକିଆ ସରକାର ବୋଲି କହୁଥିଲା, କିନ୍ତୁ ବର୍ତ୍ତମାନ ତିନି ଚକିଆ (ଅଟୋ ରିକ୍ସା) ଚଳାଇଥିବା (ଏକନାଥ ସିନ୍ଦେ) ବ୍ୟକ୍ତି ରାଜ୍ୟର ସିଏମ୍ ପଦରେ ବସିଛନ୍ତି ।


ଏହା ବି ପଢ଼ନ୍ତୁ:-ପୁଣି ଥରେ ସିନ୍ଦେ ଗୋଷ୍ଠୀର 'ନାଥ' ହେବେ ଉଦ୍ଧବ ଠାକରେ; କିନ୍ତୁ ସଞ୍ଜୟ ରାଉତ...


ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନରେ ​​ସଞ୍ଜୟ ରାଉତଙ୍କ ସହ ହୋଇଯାଇଥାନ୍ତା ଖେଳ, ସିନ୍ଦେ ଗୋଷ୍ଠୀ ପ୍ରସ୍ତୁତ କରିଥିଲା 'ଟୁଥପେଷ୍ଟ' ଫର୍ମୂଲା


ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କ ବଢ଼ିବ ସମସ୍ୟା! ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା


 


ବୁଧବାର ସିନ୍ଦେ ପାଲଟା ଆକ୍ରମଣ କରି କହିଛନ୍ତି ଯେ, "ଏକ ଅଟୋ ରିକ୍ସା ବର୍ତ୍ତମାନ ମର୍ସିଡିଜ୍ କାରକୁ ପଛକୁ ପକାଇଦେଇଛି । ସିନ୍ଦେ ମରାଠୀରେ ଟ୍ୱିଟ୍ କରି ଲେଖିଛନ୍ତି, ଅଟୋ ରିକ୍ସା ମର୍ସିଡିଜ୍ (କାର୍) ଠାରୁ ଆଗକୁ ଅତିକ୍ରମ କରିସାରିଛି ... କାରଣ ଏହି ସରକାର ସାଧାରଣ ଲୋକଙ୍କର ଅଟେ ।" 


ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟ ହାସଲ କରିଛନ୍ତି । ବିଧାନସଭାରେ ୧୬୪ ଜଣ ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତିଙ୍କ ଭୋଟ୍ ଗଣନା କରାଯାଇ ନଥିଲା, ନଚେତ୍ ଏହି ଭୋଟ୍ ୧୬୫ ହୋଇଥାନ୍ତା । ସେପଟେ ବିରୋଧୀ ସପକ୍ଷରେ ୯୯ ଭୋଟ ପଡ଼ିଛି । ଏହା ବ୍ୟତୀତ ମହାବିକାଶ ଅଘାଡ଼ିର ୯ ବିଧାୟକ ଭୋଟିଂ ସମୟରେ ଅନୁପସ୍ଥିତ ଥିଲେ ।