ଏକନାଥ ସିନ୍ଦେଙ୍କ ବଢ଼ିବ ସମସ୍ୟା! ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା
Advertisement

ଏକନାଥ ସିନ୍ଦେଙ୍କ ବଢ଼ିବ ସମସ୍ୟା! ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା

Maharashtra Politics: ଆମେ ଆପଣଙ୍କୁ କହି ରଖୁଛୁ, ଉଦ୍ଧବ ଠାକରେ ଗୋଷ୍ଠୀ ଦ୍ୱାରା ସୁପ୍ରିମକୋର୍ଟରେ ଅନେକ ମାମଲା ଦାଖଲ କରାଯାଇଛି । ଜୁଲାଇ ୧୧ରେ ସମସ୍ତ ବିଷୟ ଉପରେ ଏକାଠି ଶୁଣାଣି ହେବ । 

ଏକନାଥ ସିନ୍ଦେଙ୍କ ବଢ଼ିବ ସମସ୍ୟା! ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: Maharashtra Politics: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପରେ ଜୁଲାଇ ୧୧ରେ ହେବାକୁ ଥିବା ସୁପ୍ରିମକୋର୍ଟ (Supreme Court) ଙ୍କ ଶୁଣାଣି ଉପରେ ଏବେ ନଜର ରହିଛି । ନ୍ୟୁଜ୍ ଏଜେନ୍ସି ANI ର ଏକ ରିପୋର୍ଟ ଅନୁଯାୟୀ, ଉଦ୍ଧବ ଠାକରେ କ୍ୟାମ୍ପ (Thackeray Camp) ସୁପ୍ରିମକୋର୍ଟରେ ଆଉ ଏକ ମାମଲା ଦାଖଲ କରିଛନ୍ତି । ଏଥିରେ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଚ୍ୟାଲେଞ୍ଜ କରାଯାଇଛି ।

ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶୟାରୀ (Maharashtra Governor Bhagat Singh Koshyari) ଙ୍କ ଜୁନ ୩୦ରେ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ନିଷ୍ପତ୍ତି ଉପରେ ଉଦ୍ଧବ ଠାକରେ ଶିବିର ସୁପ୍ରିମକୋର୍ଟରେ ଏକ ନୂତନ ଯାଚିକା ଦାଖଲ କରିଛନ୍ତି । ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଏକ ସପ୍ତାହରୁ ଅଧିକ ସମୟ ପରେ ଏହି ପଦକ୍ଷେପ ନିଆଯାଇଛି ।

ଆମେ ଆପଣଙ୍କୁ କହି ରଖୁଛୁ, ଉଦ୍ଧବ ଠାକରେ ଗୋଷ୍ଠୀ ଦ୍ୱାରା ସୁପ୍ରିମକୋର୍ଟରେ ଅନେକ ମାମଲା ଦାଖଲ କରାଯାଇଛି । ଜୁଲାଇ ୧୧ରେ ସମସ୍ତ ବିଷୟ ଉପରେ ଏକାଠି ଶୁଣାଣି ହେବ । ନିକଟ ଅତୀତରେ ସୁପ୍ରିମକୋର୍ଟ ସୋମବାର ଜୁଲାଇ ୧୧ରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନୂତନ ଦଳର ସଚେତକ ମାନ୍ୟତା ଦେବା ପାଇଁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ଆଦେଶ ବିରୋଧରେ ଉଦ୍ଧବ ଠାକରେ ଗୋଷ୍ଠୀର ଆବେଦନ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି । 

ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କ ଅବକାଶକାଳୀନ ବେଞ୍ଚ କହିଛନ୍ତି ଯେ, ଏହି ନୂତନ ଆବେଦନ ଜୁଲାଇ ୧୧ରେ ସମାନ ବେଞ୍ଚ ଦ୍ୱାରା ଶୁଣାଣି ହେବ । ଉଦ୍ଧବ ଠାକରେ ଗୋଷ୍ଠୀ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ଏଏମ ସଂଘବୀ କହିଛନ୍ତି ଯେ, ସଚେତକଙ୍କୁ ମାନ୍ୟତା ଦେବା ବାଚସ୍ପତିଙ୍କ ଅଧିକାରରେ ନାହିଁ । ଏହା ଏହି ଅଦାଲତ ସମ୍ମୁଖରେ ପ୍ରକ୍ରିୟାର ସ୍ଥିତି ପରିବର୍ତ୍ତନ କରୁଛି । ବାଚସ୍ପତି ମଧ୍ୟରାତ୍ରିରେ ନୂତନ ସଚେତକ ନିଯୁକ୍ତ କରିଥିଲେ ।

ଏହା ବି ପଢ଼ନ୍ତୁ:-ନୀତିନ ଗଡକରୀଙ୍କ ବଡ଼ ଦାବି, ଆଗାମୀ ୫ ବର୍ଷରେ ଦେଶରେ ପେଟ୍ରୋଲ ହୋଇଯିବ ବ୍ୟାନ୍

ଏହା ବି ପଢ଼ନ୍ତୁ:-'ଏକନାଥ ସିନ୍ଦେ ମୋ ଯୋଗୁଁ ହୋଇଥିଲେ ବିଧାୟକ, ଏହା ମୋ ଜୀବନର ସବୁଠାରୁ ବଡ଼ ପାପ'

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ଖାଇବା ତେଲ ଲିଟର ପିଛା ୧୦ ଟଙ୍କା ହେବ ଶସ୍ତା, କମ୍ପାନୀଗୁଡ଼ିକୁ ଏହି ନିର୍ଦ୍ଦେଶ ଦେଲେ ସରକାର

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟ ହାସଲ କରିଛନ୍ତି । ବିଧାନସଭାରେ ୧୬୪ ଜଣ ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତିଙ୍କ ଭୋଟ୍ ଗଣନା କରାଯାଇ ନଥିଲା, ନଚେତ୍ ଏହି ଭୋଟ୍ ୧୬୫ ହୋଇଥାନ୍ତା । ସେପଟେ ବିରୋଧୀ ସପକ୍ଷରେ ୯୯ ଭୋଟ ପଡ଼ିଛି । ଏହା ବ୍ୟତୀତ ମହାବିକାଶ ଅଘାଡ଼ିର ୮ ବିଧାୟକ ଭୋଟିଂ ସମୟରେ ଅନୁପସ୍ଥିତ ଥିଲେ ।