ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ସମୟ ପାଖେଇ ଆସୁଥିବାରୁ ଏହି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି କ୍ରମରେ କଂଗ୍ରେସ ପକ୍ଷରୁ ଦଳୀୟ ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ।  


COMMERCIAL BREAK
SCROLL TO CONTINUE READING

ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ଟିକେଟ ମହିଳା ପ୍ରାର୍ଥୀଙ୍କୁ ଦିଆଯିବ ବୋଲି ଘୋଷଣା କରିଛି ​​କଂଗ୍ରେସ। ଏନେଇ ପ୍ରତିକ୍ରିୟା ରଖି ଏଆଇସିସି ସାଧାରଣ ସମ୍ପାଦକ (AICC General Secretary) ତଥା ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ (UP Congress In Charge)  ପ୍ରିୟଙ୍କା ଗାନ୍ଧୀ (Priyanka Gandhi) କହିଛନ୍ତି ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ୪୦ ପ୍ରତିଶତ ଟିକେଟ ମହିଳାଙ୍କୁ ଦିଆଯିବା ଆବଶ୍ୟକ। ଆଜିକାର ରାଜନୀତିରେ ଘୃଣାଭାବ ପ୍ରଚଳିତ ହେଉଛି। ସମାଜକୁ ବିଭାଜିତ କରିବା ଭଳି ରାଜନୀତି ହେଉଛି। ପ୍ରତ୍ୟେକ ମହିଳା ସଂଘର୍ଷ କରୁଛନ୍ତି। ନାରୀ ଠାରେ ଦୟାଭାବ ରହିଛି। ପ୍ରତ୍ୟେକ ମହିଳା ସଂଘର୍ଷ କରୁଛନ୍ତି। ସମାଜକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ମହିଳାଙ୍କ ଠାରେ ରହିଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ସେମାନଙ୍କ ଭାଗ ଦେବା ଆବଶ୍ୟକ। 


ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରସଙ୍ଗରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ମୁଁ ଏହା ଉପରେ ବିଚାର କରୁଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାର ଉତ୍ତର ରଖି ସେ କହିଛନ୍ତି ଦଳ ଏହା ଉପରେ ବିଚାର କରୁଛି। ସମୟ ଆସିଲେ ଏନେଇ ଘୋଷଣା କରାଯିବ। ତୃଣମୂଳ ସ୍ତରରେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ କରୁଛି। ଏହା ସହିତ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ନାଁ ନନେଇ ସେ କହିଛନ୍ତି ଯେ ଅନ୍ୟ କୌଣସି ଦଳ ସଂଘର୍ଷ କରୁନାହାଁନ୍ତି। ସେ କହିଛନ୍ତି ଯେ ଚୁପ୍ ରହିବା ବିରୋଧି ଦଳର କାମ ନୁହେଁ। ବିରୋଧି ଦଳର କାମ ହେଉଛି ଲୋକଙ୍କ ପାଇଁ ସଂଘର୍ଷ କରିବା ନାଁ କି ଚୁପ ରହିବା। କେବଳ କଂଗ୍ରେସ ରାଜରାସ୍ତାରେ ଲଢୁଛି। ମହିଳା ହେଉ କିମ୍ବା CAA-NRC ପ୍ରସଙ୍ଗ ଅନ୍ୟ କୌଣଣସି ଦଳ ଏହାକୁ କେବେ ଉଠାଇଛନ୍ତି କି? ବିଗତ କିଛି ବର୍ଷ ମଧ୍ୟରେ ୧୮ ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଜେଲରେ ଅଛନ୍ତି।


Also Read: ପୁଣି ବର୍ଷେ ପାଇଁ ଟଳିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ


ଯଦି ଦଳ ଏହି ନିର୍ବାଚନରେ ବାଜିମାତ କରି ରାଜ୍ୟରେ ସରକାର ଗଠନ କରେ ତାହେଲେ ଝିଅଙ୍କୁ ସ୍ମାର୍ଟଫୋନ୍ ଏବଂ ଇଲେକ୍ଟ୍ରିକ୍ ସ୍କୁଟର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏନେଇ ଟ୍ୱିଟ କରି ସେ କହିଛନ୍ତି ଗତ ଗୁରୁବାର ମୁଁ କିଛି ଛାତ୍ରୀଙ୍କୁ ଭେଟିଥିଲି। ସେମାନେ ମୋତେ କହିଥିଲେ ସେମାନଙ୍କ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନ ଆବଶ୍ୟକ। ମୁଁ ଖୁସି ଯେ ଦଳର ନିର୍ବାଚନ ଇସ୍ତାହାର କମିଟି ସହମତିରେ ଉତ୍ତର ପ୍ରଦେଶ କଂଗ୍ରେସ  ସ୍ନାତକୋତ୍ତର ପାସ୍ କରିଥିବା ଛାତ୍ରୀଙ୍କୁ ବୈଦ୍ୟୁତିକ ସ୍କୁଟି ଏବଂ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ୍ ଦେବାକୁ ନିଷ୍ପତ୍ତି ନେଇଛି।


ମହିଳା ଭୋଟ୍ ପାଇବା ପାଇଁ ଏହା କଂଗ୍ରେସର ଏକ ବଡ ପଦକ୍ଷେପ ବୋଲି ବିଚାର କରାଯାଉଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥଙ୍କୁ ଦଳୀୟ ଟିକେଟ୍ ଦିଆଯିବ ବୋଲି ଘୋଷଣା କରିଛି ଦଳ। ଯେଉଁମାନେ ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ସେମାନେ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଟିକେଟ ପାଇଁ ଆବେଦନ କରନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି। 


Also Read: CWC Meeting: G-23 ନେତାକୁ ମିଳିଲା ଝଟକା, ପୁଣି Gandhi ପରିବାର ହାତରେ ରହିଲା ଦଳୀୟ ଅଧ୍ୟକ୍ଷ ପଦ


ଗତ ୧୯୮୯ ମସିହା ପର ଠାରୁ ଉତ୍ତର ପଦେଶ ରାଜ୍ୟନୀତିରେ କ୍ଷମତା ଠାରୁ ବାହାରେ ଥିବା କଂଗ୍ରେସ ଏଥର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି। ଏହି ନିର୍ବାଚନରେ ଦଳର ସିଧା ମୁକାବିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ​ବିଜେପି ଏବଂ ସମାଜବାଦ ପାର୍ଟି ସହ ହେବ।