CWC Meeting: G-23 ନେତାକୁ ମିଳିଲା ଝଟକା, ପୁଣି Gandhi ପରିବାର ହାତରେ ରହିଲା ଦଳୀୟ ଅଧ୍ୟକ୍ଷ ପଦ
Advertisement
Article Detail0/zeeodisha/odisha1008587

CWC Meeting: G-23 ନେତାକୁ ମିଳିଲା ଝଟକା, ପୁଣି Gandhi ପରିବାର ହାତରେ ରହିଲା ଦଳୀୟ ଅଧ୍ୟକ୍ଷ ପଦ

 ସିଡବ୍ଲ୍ୟୁସି ବୈଠକରେ ଯୋଗ ଦେବା ଅବସରରେ ବିନା ନାଁ ନେଇ କଂଗ୍ରେସ ଅନ୍ତଃରୀଣ ଅଧ୍ୟକ୍ଷା G-23 ଗୋଷ୍ଠୀର ନେତାଙ୍କୁ ଟାର୍ଗେଟ କରିଛନ୍ତି। 

CWC Meeting: G-23 ନେତାକୁ ମିଳିଲା ଝଟକା, ପୁଣି Gandhi ପରିବାର ହାତରେ ରହିଲା ଦଳୀୟ ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ଶେଷରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟ ଠାରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ। ଶନିବାର ଅନୁଷ୍ଠିତ ହୋଇଥିବା ସିଡବ୍ଲ୍ୟୁସି ବୈଠକରେ ଗାନ୍ଧୀ ପରିବାର ସହ ମୁହିାଁମୁହିଁ ହୋଇଛନ୍ତି G-23 ଗୋଷ୍ଠୀର ନେତା।     

ଶନିବାର ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ (Congress Working Committee Meeting) ଯୋଗ ଦେବା ଅବସରରେ ବିନା ନାଁ ନେଇ କଂଗ୍ରେସ ଅନ୍ତଃରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) G-23 ଗୋଷ୍ଠୀ ନେତାଙ୍କୁ (G-23 Congress Leader) ଟାର୍ଗେଟ କରିବା ସହ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ମୁଁ ସର୍ବଦା ସ୍ୱଚ୍ଛତାକୁ ପ୍ରଶଂସା କରିଛି। ଗଣମାଧ୍ୟମ ଜରିଆରେ ମୋ ସହିତ କଥାବାର୍ତ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆସନ୍ତୁ ସମସ୍ତେ ମିଳିମିଶି ଏକ ମୁକ୍ତ ଏବଂ ସଚ୍ଚୋଟ ଆଲୋଚନା କରିବା। ବାହାରେ ଦଳ କେଉଁ ପ୍ରସଙ୍ଗରେ ଆଲୋଚନା କରିବ ତାହା ସିଡବ୍ଲ୍ୟୁସି ବୈଠକରେ (CWC Meeting) ନିଆଯାଇଥିବା ସାମୂହିକ ନିଷ୍ପତ୍ତି ଅନୁସାରେ ହେବ। ଦଳର କୌଣସି ନେତା ମୋ ସହିତ ସିଧାସଳଖ ନିଜେ କଥା ହେବା ଭଲ ହେବ। ଆମେ ପାରସ୍ପରିକ ବିଭେଦକୁ ଦୂରେଇବା ପରେ ହିଁ ଆମେ ଆଗାମୀ ବିଧାନସଭା ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିପାରିବ।

Also Read: ଦଳୀୟ ନେତାଙ୍କ ଦାବି ମାନିଲେ Congress High Command,ଖୁବଶୀଘ୍ର ହେବ CWC ବୈଠକ

ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ ସେ ହେଉଛନ୍ତି ଦଳର ପୂର୍ଣ୍ଣକାଳୀନ ଏବଂ କାର୍ଯ୍ୟରତ ସଭାପତି। ଦଳୀୟ ସଙ୍ଗଠନରେ ନିର୍ବାଚନ କିପରି ଅନୁଷ୍ଠିତ ହେବ ତାହାର ରଣନୀତି ଦଳର ମହାସଚିବ କେସି ଭେନୁଗୋପାଲ ପ୍ରସ୍ତୁତ କରିବେ। 

ଶନିବାର ଆୟୋଜିତ ହୋଇଥିବା ସିଡବ୍ଲ୍ୟୁସି ବୈଠକରେ ଦଳୀୟ ସଭାପତି ତଥା ସାଙ୍ଗଠନିକ ନିର୍ବାଚନ, କୃଷକ ଆନ୍ଦୋଳନ, ଆସନ୍ତାବର୍ଷ ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ, ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ଗତ ୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ତତ୍କାଳୀନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦଳୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେବେଠାରୁ ଦେଶର ସର୍ବପୁରାତନ ରାଜନୈତିକ ଦଳର କୌଣସି ସ୍ଥାୟୀ ସଭାପତି ନିର୍ବାଚିତ ହୋଇନାହାଁନ୍ତି। ବିଗତ ୨ ବର୍ଷ ଧରି ସୋନିଆ ଗାନ୍ଧୀ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।

Also Read: Congress Crisis: ପୁଣି ଗର୍ଜିଉଠିଲେ G-23 ନେତା, ଦଳର ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ

ଦଳର ସଭାପତି କିଏ ହେବ ସେ ନେଇ ଏହି ସିଡବ୍ଲ୍ୟୁସି ବୈଠକରେ ଅନୌପଚାରିକ ଆଲୋଚନା ହୋଇଥିଲା। ଏହି ବୈଠକରେ ଯୋଗ ଦେଇଥିବା ବରିଷ୍ଠ ନେତା ମତ ରଖି  କହିଛନ୍ତି ଯେ ରାହୁଲ ଗାନ୍ଧୀ ଦଳର ସଭାପତି ପଦ ଗ୍ରହଣ କରନ୍ତୁ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ଏହା ଉପରେ ବିଚାର କରିବେ। ଏହି ପ୍ରସ୍ତାବରେ ସମସ୍ତେ ସହମତ ହୋଇଛନ୍ତି ଏବଂ ଦଳର ସମ୍ବିଧାନ ଅନୁଯାୟୀ ନିର୍ବାଚନ କରି ରାହୁଲ ଗାନ୍ଧୀଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ରାଜି ହୋଇଛନ୍ତି।

ସିଡବ୍ଲ୍ୟୁସି ବୈଠକ ପରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ମହାସଚିବ କେସି ଭେନୁଗୋପାଲ କହିଛନ୍ତି ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଦଳକୁ କିପରି ମଜବୁତ କରିବା, ଦଳର ନୂତନ ସଭାପତି, ବିଧାନସଭା ନିର୍ବାଚନ ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ତିନୋଟି ପ୍ରସ୍ତାବ ପାରିତ କରାଯାଇଛି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଲା। ଏହା ସହିତ ଏକ ରାଜନୈତିକ ପ୍ରସ୍ତାବ ସହିତ ମୁଦ୍ରାସ୍ଫୀତି ଏବଂ କୃଷକଙ୍କ ଉପରେ ଏକ ସଂକଳ୍ପ ପାରିତ ହୋଇଛି।

Also Read: ତେଜିଲା ଅସନ୍ତୋଷ, ନୂଆ କଂଗ୍ରେସ ଗଠନ କରିବେ କି ଅସନ୍ତୁଷ୍ଟ?

ଚଳିତ ବର୍ଷ ନଭେମ୍ବର ପହିଲାରୁ ଦଳୀୟ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ ହେବ ଯାହା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ, ଉପାଧ୍ୟକ୍ଷ, କୋଷାଧ୍ୟକ୍ଷ, ପିସିସି କାର୍ଯ୍ୟନିର୍ବାହୀ ଏବଂ ଏଆଇସିସି ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆସନ୍ତା ବର୍ଷ ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ ହେବ।