Asaduddin Owaisi on PM Modi: ବିଭିନ୍ନ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ଅଧ୍ୟକ୍ଷ ଆସାଦୁଦ୍ଦିନ ଓୱେସି। ସଦ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାବଦରେ ସେ ରଖିଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିତା ସହ ତୁଳନା କରିଛନ୍ତି ଆସାଦୁଦ୍ଦିନ ଓୱେସି। ଏନେଇ ସେ କହିଛନ୍ତି ଯେ, ଗମ୍ଭୀର ପ୍ରସଙ୍ଗକୁ ଏଡ଼ାଇବା ପାଇଁ ସେ ଚିତା ଠାରୁ ଅଧିକ ଦ୍ରୁତ ହୋଇଯାଇଥାନ୍ତି। 


COMMERCIAL BREAK
SCROLL TO CONTINUE READING

ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ (Gyanvapi Masjid Srinagar Gauri Case) ବାରାଣାସୀ କୋର୍ଟ (Varanasi Court) ନିଷ୍ପତ୍ତି ହେଉଛି ଏକ ଝଟକା। ଏହା ୧୯୯୧ ପୂଜାପାଠ ଅଧିନିୟମର (Worship Special Provisions Act 1991) ବିରୋଧ। ରାଜ୍ୟରେ ମଦ୍ରାସା ଉପରେ ସର୍ଭେ (UP Madarsa Survey) କରିବା ପାଇଁ ଉତ୍ତର ପ୍ରଦେଶ ବିଜେପି ସରକାରଙ୍କ (Uttar Pradesh BJP Govt) ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସମାଲୋଚନା କରିଛନ୍ତି ହାଇଦ୍ରାବାଦ ଲୋକସଭା ସାଂସଦ (Hyderabad Lok Sabha MP) ତଥା ଏଆଇଏମଆଇଏମ ଅଧ୍ୟକ୍ଷ (AIMIM Chief) ଆସାଦୁଦ୍ଦିନ ଓୱେସି (Asaduddin Owaisi)। 


ନିକଟରେ ଦେଶକୁ ଚିତା ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର (Modi Govt)। ସେପ୍ଟମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଜନ୍ମ ଦିନ ଅବସରରେ (PM Modis Bith Day) ନାମିବିଆରୁ (Namibia) ୮ ଚିତାକୁ ଭାରତ (India) ଅଣାଯିବ। ଯାାହାକୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ (Madhya Pradesh Kuno National Park) ଛଡ଼ା ଯିବ। ନାମିବିଆର ରାଜଧାନୀ ୱିଣ୍ଡହୋକ୍ (Namibia Capital Windhoek) ଠାରୁ ଏକ ବୋଇଙ୍ଗ 747-400 ବିମାନ ଯୋଗେ ଏହି ଚିତା ଭାରତ ଆସିବେ। ଯାହା ପରେ ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନରେ ରହିଥିବା ନୂତନ ବାସଭବନରେ ଏହି ଚିତାଙ୍କୁ ଛଡା ଯିବ।


ଯେତେବେଳେ ଗଣମାଧ୍ୟମ ପକ୍ଷରୁ ତାଙ୍କ ଏହି ପ୍ରସଙ୍ଗରେ ପ୍ରଶ୍ନ କରାଗଲା ସେତେବେଳେ ଏହାର ଜବାବ ରଖି ଆସାଦୁଦ୍ଦିନ ଓୱେସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିତା ସହ ତୁଳନା କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ଗମ୍ଭୀର ପ୍ରସଙ୍ଗକୁ ଏଡ଼ାଇବା ପାଇଁ ସେ ଚିତା ଠାରୁ ଅଧିକ ଦ୍ରୁତ ହୋଇ ଯାଇଥାନ୍ତି। 


Also Read: Asaduddin Owaisi: ସଂଖ୍ୟାଲଘୁଙ୍କ ବିକାଶକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ


 


ଯେତେବେଳେ ଦରଦାମ ବୃଦ୍ଧି କିମ୍ବା ବେକାରୀ ଭଳି ପ୍ରସଙ୍ଗ ଉଠେ, ସେତେବେଳେ ପ୍ରଧାନମନ୍ତ୍ରୀ ଚିତା ଅପେକ୍ଷା ଦ୍ରୁତ ଗତିରେ ଚାଲନ୍ତି। ଯେତେବେଳେ ଆମେ ବେକାରୀ ବାବଦରେ କଥା ହେଉ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଚିତା ଠାରୁ ଅଧିକ ଦ୍ରୁତ ହୋଇ ଯାଇଥାନ୍ତି। ଯେତେବେଳେ ଆମେ ଚୀନ ଭଳି ଦେଶକୁ ଆମର ଅଞ୍ଚଳ ଦଖଲ କରିବା ବାବଦରେ ପଚାରି ଥାଉ ସେତେବେଳେ ପ୍ରଧାନମନ୍ତ୍ରୀ ଚିତା ଠାରୁ ଆହୁରି ଦ୍ରୁତ ହୋଇଥାନ୍ତି। କୌଣସି ସମସ୍ୟାକୁ ଅଣଦେଖା କରିବାରେ ସେ ବହୁତ ତତ୍ପର। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧିରେ ଧିରେ ଚାଲିବାକୁ ପରାମର୍ଶ ଦେଇଛନ୍ତି।


Also Read: 'ମୁସଲମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛି ବିଜେପି'


ପ୍ରଧାନମନ୍ତ୍ରୀଙ୍କୁ ଚିତା ସହିତ ତୁଳନା କରି ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ସେ  କଥାବାର୍ତ୍ତା କରିବାରେ ବେଶ ତତ୍ପର। ଯାହାର ଅର୍ଥ ହେଉଛି ପ୍ରଧାନମନ୍ତ୍ରୀ କେବଳ କଷ୍ଟଦାୟକ ପରିସ୍ଥିତିରୁ ବାହାରିବା ପାଇଁ କଥା ହୋଇପାରନ୍ତି। ଆତଙ୍କବାଦ ବିରୋଧୀ ଆଇନ୍ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲା ଉପରେ ପ୍ରତିକ୍ରିୟା ରଖି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି ଯେ ମୁଁ ଏକଥା ହାଲୁକା ଭାବେ କହୁଛି। ଯାହା ଦ୍ୱାରା  ମୋ ବିରୋଧରେ ୟୁଏପିଏ ଲଗାଯିବ ନାହିଁ।