Asaduddin Owaisi: ସଂଖ୍ୟାଲଘୁଙ୍କ ବିକାଶକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ
Advertisement
Article Detail0/zeeodisha/odisha1272062

Asaduddin Owaisi: ସଂଖ୍ୟାଲଘୁଙ୍କ ବିକାଶକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ

AIMIM Chief Asaduddin Owaisi: ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ସବକା ସାଥ୍ ସବକା ବିକାଶ' ନାରାକୁ ପର୍ଦ୍ଦାଫାଶ କରିଛି ସରକାରୀ ଆକଳନ।

Asaduddin Owaisi: ସଂଖ୍ୟାଲଘୁଙ୍କ ବିକାଶକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ

AIMIM Chief Asaduddin Owaisi: ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଥାନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି। ସଦ୍ୟ ସେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ରାସ୍ତାଘାଟରେ ବିକ୍ରି କରୁଥିବା ବୁଲାବିକାଳୀଙ୍କୁ ପ୍ରଦାନ ଦିଆଯାଇଥିବା ଋଣରେ ସରକାର ଭେଦଭାବ କରିଥିବା ଅଭିଯୋଗ କରିଛନ୍ତି। ଏନେଇ ସେ କହିଛନ୍ତି ମୋଦୀ ସରକାର ୩୨ ଲକ୍ଷ ବୁଲା ବିକାଳୀଙ୍କୁ ଋଣ ଦେଇଛନ୍ତି ହେଲେ ସେମାନଙ୍କ ମଧ୍ୟରୁ କେବଳ ୩୩୧ ଜଣ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ବୁଲାବିକାଳୀ।

ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ସବକା ସାଥ୍ ସବକା ବିକାଶ' ନାରାକୁ ପର୍ଦ୍ଦାଫାଶ କରିଛି ସରକାରୀ ଆକଳନ। ମୋଦୀ ସରକାର ୩୨ ଲକ୍ଷ ବୁଲା ବିକାଳୀଙ୍କୁ ଋଣ ଦେଇଛନ୍ତି ହେଲେ ସେମାନଙ୍କ ମଧ୍ୟରୁ କେବଳ ୩୩୧ ଜଣ ହେଉଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ବୁଲାବିକାଳୀ। ଯେଉଁମାନଙ୍କ ସଂଖ୍ୟା ହେଉଛି ମୋଟ ରଣଗ୍ରହୀତାଙ୍କ ସଂଖ୍ୟାର ୦.୦୧୨୦%। ଏହା ସତ୍ତ୍ୱେ ବହୁ ସଂଖ୍ୟକ ମୁସଲମାନ ସଂଖ୍ୟାଲଘୁ ଅସଙ୍ଗଗଠିତ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି। ମୋଦି ସରକାର ସାବରକର-ଗୋଭାଲକରଙ୍କ ଚିନ୍ତାଧାରାକୁ ସ୍ୱୀକାର କରୁଛନ୍ତି। ମୁସଲମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ପରିଣତ କରୁଛନ୍ତି।

ବିଗତ କିଛି ଦିନ ହେବ ଅସାଦୁଦ୍ଦିନ ଓୱେସି ମୋଦି ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଥିଲା। ଟ୍ୱିଟ୍ କରି ସେ ମୋଦି ସରକାରଙ୍କ ଚୀନ୍ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ ଯେ ଗୋଟିଏ କଥା ଅଛି ଯେ ଯେତେବେଳେ ଜଣେ ଶୋଇଥାଏ ସେତେବେଳେ ହର୍ଣ୍ଣ ବଜାଇବା ଠିକ ନୁହେଁ। ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଶୋଇଛନ୍ତି। ସେମାନେ କେବେ ମାନିବେ ଯେ  ଚୀନ୍ ଠାରୁ ଆମ ଲାଗି ବିପଦ ରହିଛି? ସେମାନେ ଲଦାଖରେ ସ୍ଥିତି ଗ୍ରହଣ କରିଛନ୍ତି? ଏହା ବ୍ୟତୀତ ଓୱେସି ଦାବି କରିଛନ୍ତି ଯେ ଚୀନ୍ ସେନା ବିଗତ ୨ ବର୍ଷ ଧରି ଲଦାଖର କିଛି ଅଂଶରେ ଦଖଲ କରିଆସୁଛି। ପ୍ରଧାନମନ୍ତ୍ରୀଙ୍କ ମହାନ ଯୋଜନା କାରଣରୁ ଭାରତ ଏତେ ଦୁର୍ବଳ ହୋଇଯାଇଛି। 

ନିକଟରେ ମଧ୍ୟ ପ୍ରଦେଶର ନଗର ନିଗମ, ନଗରପାଳିକା, ନଗର ପଞ୍ଚାୟତରେ ନିର୍ବାଚନରେ ଜବରଦସ୍ତ ଏଣ୍ଟ୍ରି ମାରିଛି ଅସାଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମ। ଏହି ନିର୍ବାଚନରେ ଦଳକୁ ୭ ଆସନ ମିଳିଛି। ବୁଧବାର ଘୋଷିତ ହୋଇଥିବା ଫଳାଫଳ ପରେ ୩  ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ପ୍ରଥମେ ଦଳର ୪ ଜଣ ସାଂସଦ ପ୍ରାର୍ଥୀ ନିର୍ବାଚନରେ ବାଜିମାତ କରିଥିଲେ।

ମଧ୍ୟପ୍ରଦେଶରେ (Madhya Pradesh) ବିଭିନ୍ନ ସ୍ୱାୟତ୍ତ ଶାସିତ ଅଞ୍ଚଳ (Urban Local Body) ଲାଗି ଜୁଲାଇ ୬ ଏବଂ ୧୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ଗଣନା ଜୁଲାଇ ୧୭ ତାରିଖରେ କରାଯାଇଥିଲା। ଯେଉଁଥିରେ ୪ ଜଣ ଏଆଇଏମଆଇଏମ କାଉନସିଲର ପ୍ରାର୍ଥୀ ଜିତିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦଳର ୩ ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନ ଜିତିଥିବା ୨୦ ତାରିଖ ବୁଧବାର ଅନୁଷ୍ଠିତ ହୋଇଥିବା ମତଗଣନାରୁ ଜଣାପଡିଛି।

ବୁଧବାର ହୋଇଥିବା ଗଣନାରୁ ଜଣାପଡ଼ିଛି ଦଳ ତିନୋଟି ସିଟ ଖାରଗୋନ ନଗର ପାଳିକାରେ ହାତେଇଛି। ଏହି ପୌରସଂସ୍ଥାର ୨ ନମ୍ବର ୱାର୍ଡରୁ ଏଆଇଏମଆଇଏମ ପ୍ରାର୍ଥୀ ଅରୁଣା ବାଇ ଉପାଧ୍ୟାୟ ବିଜେପି ପ୍ରାର୍ଥୀ ସୁନୀତା ଦେବୀଙ୍କୁ ୩୧, ୧୫ ନମ୍ବର ୱାର୍ଡରୁ ଏଆଇଏମଆଇଏମ ପ୍ରାର୍ଥୀ ଶକିଲ ଖାନ ସ୍ୱାଧୀନ ପ୍ରାର୍ଥୀ ଆସିଫ ଖାନଙ୍କୁ ୬୬୨, ୨୭ ନମ୍ବର ୱାର୍ଡରୁ ଶବନମ ଆଦିବ ସ୍ୱାଧୀନ ପ୍ରାର୍ଥୀ ଶକିଲା ଖାନଙ୍କୁ ୭୭୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ ଦଳର ଏହି ବିଜୟ ପାଇଁ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Also Read: MP Urban Body Election 2022: ବାଜି ମାରିନେଲା ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏମ