Asaduddin Owaisi targets Govt: ଦେଶରେ ତୈଳ ଦର ବୃଦ୍ଧି ଏବଂ ଦରଦାମ ବୃଦ୍ଧି  ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ। ସରାକାରଙ୍କ କଟାକ୍ଷ କରି ସେ କହିଛନ୍ତି ଦେଶର ବିଭିନ୍ନ ସମସ୍ୟା ଲାଗି ମୋଗଲଙ୍କୁ ଦାୟୀ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ସରକାରଙ୍କୁ କଟାକ୍ଷ କରି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ କହିଛନ୍ତି "ତୈଳ ଦର ବୃଦ୍ଧି ପାଇଁ ଔରଙ୍ଗଜେବ ଏବଂ ଦରଦାମ ବୃଦ୍ଧି ପାଇଁ ମୋଗଲ ଦାୟୀ। "  


Also Read: ଦେଶକୁ ଫେରିପାରେ ୧୯୮୦-୯୦ ମସିହାରେ ସୃଷ୍ଟି ହୋଇଥିବା ପରିସ୍ଥିତି: ଅସାଦ୍ଦୁଦ୍ଦିନ ଓୱେସୀ


ଦରଦାମ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି  ପେଟ୍ରୋଲ-ଡିଜେଲ ଦର ବଢିବା ପାଇଁ ଔରଙ୍ଗଜେବ ଦାୟୀ। ଆକବର କାରଣରୁ ଦରଦାମ ବୃଦ୍ଧି ହୋଇଛି। ଶାହାଜହାଁ ଲାଗି ବେରୋଜଗାରୀ ବଢିଛି।  


Also Read: 'ମୁସଲମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛି ବିଜେପି'


ଏକ ଫେସବୁକ ପୋଷ୍ଟ ଜରିଆରେ ଇତିହାସ ଏବଂ ମୋଗଲ କାଳ ଏକ ବଡ଼ ଦାବି କରିଛନ୍ତି ଅସାଦୁଦ୍ଦିନ ଓୱେସୀ। ଏନେଇ ସେ କହିଛନ୍ତି ଯେ ଭାରତୀୟ ମୁସଲମାନଙ୍କ ମୋଗଲଙ୍କ ସହ କୌଣସି ସମ୍ପର୍କ ନାହିଁ। ହେସେ ମୋଗଲ ସମ୍ରାଟଙ୍କ ପତ୍ନୀ କିଏ ବୋଲି ତାହାର ଜବାବ ରଖନ୍ତୁ।


Also Read: ଭାଷଣ ଦେବା ବେଳେ କାନ୍ଦି ପକାଇଲେ ଏଆଇଏମଆଇଏମ ଅସାଦୁଦ୍ଦିନ ଓୱେସୀ


ଜ୍ଞାନବ୍ୟାପୀ ମସଜିଦ ବିବାଦ ପ୍ରସଙ୍ଗରେ ମତ ରଖି  ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଯେପରି ଭାବେ ବାବ୍ରି ମସଜିଦ ଆମ ହାତରୁ ଛଡାଇ ନିଆଗଲା ଏଥର ମଧ୍ୟ ସେପରି ପ୍ରୟାସ ହେଉଛି। ଏପରି ପ୍ରୟାସ ହାଜି ଅଲ୍ଲୀ  ଦରଘା,  ମଥୁରା ମାମଲାରେ ମଧ୍ୟ କରାଯାଉଛି। ଯଦି ଏପରି ଚାଲେ ତାହେଲେ ଦେଶରେ ୧୯୮୦-୯୦ ମସିହାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଫେରି ଆସିପାରେ। ଯଦି ଏପରି  ସ୍ଥିତି ଉପୁଜେ ତାହେଲେ ଏଥିପାଇଁ ସେହି ଲୋକ ଦାୟୀ ରହିବେ ଯେଉଁମାନେ ଏହି ପ୍ରସଙ୍ଗ ଉଠାଉଛନ୍ତି। ବେଶ ଚତୁରତାର ସହ ଆମ ହାତରୁ ବାବ୍ରି ମସଜିଦ ଛଡ଼ାଇ ନିଆଯାଇଛି। ହେଲେ ବର୍ତ୍ତମାନ ଆପଣ ଜ୍ଞାନବ୍ୟାପୀ ମସଜିଦ  ଛଡ଼ାଇ ପାରିବେ ନାହିଁ। ପ୍ରଥମେ ବାବ୍ରି ଘଟିଗଲା ବର୍ତ୍ତମାନ ଜ୍ଞାନବ୍ୟାପୀ  ଘଟୁଛି। ଜ୍ଞାନବ୍ୟାପୀ ମସଜିଦ୍ ଥିଲା, ଅଛି ଏବଂ ରହିବ।