ଭାଷଣ ଦେବା ବେଳେ କାନ୍ଦି ପକାଇଲେ ଏଆଇଏମଆଇଏମ ଅସାଦୁଦ୍ଦିନ ଓୱେସୀ
Advertisement

ଭାଷଣ ଦେବା ବେଳେ କାନ୍ଦି ପକାଇଲେ ଏଆଇଏମଆଇଏମ ଅସାଦୁଦ୍ଦିନ ଓୱେସୀ

ଖାରଗୋନ ଏବଂ  ଜାହାଙ୍ଗୀରପୁରୀ ଘଟଣାରେ ମୁସଲମାନଙ୍କ ସହ ଅତ୍ୟାଚାର କରାଯାଇଛି। 

ଭାଷଣ ଦେବା ବେଳେ କାନ୍ଦି ପକାଇଲେ ଏଆଇଏମଆଇଏମ ଅସାଦୁଦ୍ଦିନ ଓୱେସୀ

Owaisi Crying during his Speech:ଭାଷଣ ଦେବା ବେଳେ କାନ୍ଦି ପକାଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ଘଟିଥିବା କେତେକ ଘଟଣାରେ ମୁସଲମାନ ଅତ୍ୟାଚାରିତ ହୋଇଥିବା କଥା କହି ସେ କାନ୍ଦି ପକାଇଛନ୍ତି।   

ଗତ ଶୁକ୍ରବାର ନିଜର ସଂସଦୀୟକ୍ଷେତ୍ର ହାଇଦ୍ରବାଦ ଠାରେ ନମାଜ ପଢିବା ପରେ ଲୋକଙ୍କୁ ସମ୍ବୋଧିତ କରିଥିଲେ ଏଆଇଏମଆଇଏମ ମୁଖ୍ୟ ତଥା ସ୍ଥାନୀୟ ସାଂସଦ ଅସାଦୁଦ୍ଦିନ ଓୱେସୀ। ଏହି ଅବସରରେ ସେ ମଧ୍ୟ ପ୍ରଦେଶର ଖାରଗୋନ ଜିଲ୍ଲାରେ ରାମ ନବମୀ ଅବସରରେ ହୋଇଥିବା ହିଂସାକାଣ୍ଡ ଏବଂ ଦିଲ୍ଲୀ ଜାହାଙ୍ଗୀରପୁରୀ ସାମ୍ପ୍ରଦାୟିକ ସଂଘର୍ଷ ଘଟଣା ଉଠାଇବା ବେଳ ସେ କାନ୍ଦି ପକାଇଥିଲେ। ଖାରଗୋନ ଏବଂ  ଜାହାଙ୍ଗୀରପୁରୀ ଘଟଣାରେ ମୁସଲମାନଙ୍କ ସହ ଅତ୍ୟାଚାର କରାଯାଇଛି। ସେମାନଙ୍କ ଘର ଭାଙ୍ଗି ଦିଆଯାଇଛି। ସାହାସ ନ ହରାଇବାକୁ ସେଠାକାର ଲୋକଙ୍କୁ ଆହ୍ୱାନ କରିଛନ୍ତି।  

Also Read: ଚୈତ୍ର ନବରାତ୍ରୀ ଅବସରରେ ମାଂସ ଦୋକାନ ବନ୍ଦ କରିବାକୁ ନେଇ ପ୍ରଶ୍ନ ଉଠାଇଲେ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ

ଏନେଇ ସେ କହିଥିଲେ ମୃତ୍ୟୁକୁ ଡରୁଥିବା ଲୋକ ମୁଁ ନୁହେଁ। ଆମେ ତୁମର ଅତ୍ୟାଚାରକୁ ଭୟ କରୁନାହୁଁ। ଆମେ ମୃତ୍ୟୁକୁ ଡରୁ ନାହୁଁ। ଆମେ ତୁମର ଶାସନକୁ ଭୟ କରୁନାହୁଁ। ଆମେ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବୁ ମାତ୍ର ଯୁଦ୍ଧ କ୍ଷେତ୍ର ଛାଡିବୁ ନାହିଁ ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। 

ରାମ ନବମୀ ଅବସରରେ ଖାରଗୋନ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟାର୍ଗେଟ କରିଥିଲେ  ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ।  

Also Read: ଅଖଣ୍ଡ ଭାରତ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଓୱେସୀ-ଭାଗବତ

ହିଂସାକାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ଅଭିଯୋଗ ଆଣି ସେ କହିଥିଲେ ହିଂସାକାଣ୍ଡ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ସରକାରଙ୍କ ଅବହେଳା କାରଣରୁ ଏଭଳି ଘଟଣା ଘଟିଛି। ଏଭଳି ଘଟଣା ପାଇଁ ମୁସଲମାନଙ୍କୁ ହଇରାଣ କରାଯାଉଛି।

Also Read: Khargone Violence: କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସରକାର ବିରୁଦ୍ଧରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କୁ ଚେତାବନୀ ଦେଇ ଏଆଇଏମଆଇଏମ ମୁଖ୍ୟ କହିଛନ୍ତି ସେ ଏକଥା ଭୁଲନ୍ତୁ ନାହିଁ ଯେ ସେ ଏକ ସାମ୍ବିଧାନିକ ପଦରେ ବସିଛନ୍ତି। ଜନସାଧାରଣଙ୍କ ଜନ ଜୀବନ ରକ୍ଷା କରିବା ମୁଖ୍ୟମନ୍ତ୍ରୀଙ୍କ କାମ। କ୍ଷମତା ନିଶାରେ ଅନ୍ଧ ହୋଇ ସରକାର ଗରିବ ଲୋକଙ୍କ ଘର ଉଜାଡୁଛି। ରାଜ୍ୟରେ ଗଣତନ୍ତ୍ର ଉପରେ ଭୀଡତନ୍ତ୍ର ଭାରୀ ପଡ଼ିଛି। ରାଜ୍ୟରେ ମସଜିଦକୁ ଅପମାନିତ କରିବା ଏବଂ ବୃଦ୍ଧ ଲୋକଙ୍କୁ ଆକ୍ରମଣ କରିବା ଭଳି ବିଚାରାଧାରା ଠିକ୍ ନୁହେଁ। ମୁଖ୍ୟମନ୍ତ୍ରୀ ଏହା ଭୁଲିଯିବା ଉଚିତ ନୁହେଁ ଯେ  ବର୍ତ୍ତମାନ ତାଙ୍କ ସରକାର କ୍ଷମତାରେ ଅଛି ଏବଂ ଆସନ୍ତାକାଲି ସେମାନେ ସରକାରରେ ନଥିବେ।