Asaduddin Owaisi targets Mohan Bhagwat: ଦଶହରା ଅବସରରେ ଜନସଂଖ୍ୟା ନୀତି ଏବଂ ଏଥିର ସନ୍ତୁଳନର ଗୁରୁତ୍ୱ ବାବଦରେ ଆଲୋଚନା କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭଗବତ। ଏହି ସମୟରେ ସଂଘ ମୁଖ୍ୟଙ୍କ ବିବୃତ୍ତି ଉପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ସଂଘ ମୁଖ୍ୟଙ୍କୁ ଜବାବ ଦେଇ ଏଆଇଏମଆଇଏମ ମୁଖ୍ୟ କହିଛନ୍ତି ଯେ ମୋହନ ଭାଗବତଙ୍କ ପାଇଁ ଦଶହରା ହେଉଛି ବାର୍ଷିକ ଘୃଣାର ଦିନ। ଜନସଂଖ୍ୟାରେ ଅସନ୍ତୁଳନ ହେବାର ଭୟରେ ପୃଥିବୀର ଅନେକ ସ୍ଥାନରେ ନରସଂହାର ଏବଂ ଘୃଣ୍ୟ ଅପରାଧ ଭଳି ଘଟଣା ଘଟିଛି।


COMMERCIAL BREAK
SCROLL TO CONTINUE READING

ଆରଏସଏସ ମୁଖ୍ୟ ମୋହନ ଭଗବତ (RSS Chief Mohan Bhagwat) କହିଛନ୍ତି ଯେ ଯେତେବେଳେ କୌଣସି ଦେଶରେ ଜନସଂଖ୍ୟା ଅସନ୍ତୁଳନ (In Balance in Country Population) ଦେଖାଯାଏ, ସେତେବେଳେ ସେହି ଦେଶର ଭୌଗୋଳିକ ସୀମା (Geographical Boundary of Country) ମଧ୍ୟ ବଦଳିଯାଏ। ଏହି ବୟାନ ଉପରେ ପାଲଟା ଜବାବ ଦେଇ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ (AIMIM Chief Asaduddin Owaisi) କହିଛନ୍ତି ଯେ ସର୍ବିଆ ଜାତୀୟତାବାଦୀଙ୍କ (Serbian Nationalist) ଦ୍ୱାରା ଆଲବାନିଆ ମୁସଲମାନଙ୍କ ନରସଂହାର (Albanian Muslim Massacre) ପରେ କୋସୋଭୋ (Kosovo) ଗଠିତ ହୋଇଥିଲା। ଯଦି ହିନ୍ଦୁ (Hindu) ଏବଂ ମୁସଲମାନଙ୍କ (Muslim) ଡିଏନ୍ଏ (DNA) ସମାନ ତାହେଲେ ଅସନ୍ତୁଳନ କେଉଁଠାରେ ରହିଛି?


ଅସାଦୁଦ୍ଦିନ ଓୱେସି ଜୋର ଦେଇ କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣର କୌଣସି ଆବଶ୍ୟକତା ନାହିଁ। କାରଣ ଆମେ ପୂର୍ବରୁ ବଦଳ ହାର ହାସଲ କରିଛୁ। ବର୍ତ୍ତମାନ ସମୟରେ ଚିନ୍ତା ହେଉଛି ବୃଦ୍ଧାବୃଦ୍ଧ ଏବଂ ବେକାର ଯୁବକ, ଯେଉଁମାନେ ବୃଦ୍ଧଙ୍କୁ ସମର୍ଥନ କରିପାରୁ ନାହାଁନ୍ତି। ମୁସଲମାନଙ୍କ ମଧ୍ୟରେ ପ୍ରଜନନ ହାରରେ ତୀବ୍ର ହ୍ରାସ ଘଟିଥିବା ଏଆଇଆଇଏମ ମୁଖ୍ୟ ଦାବି କରିଛନ୍ତି।


Also Read: Mohan Bhagwat: ଆରଏସଏସ ମୁଖ୍ୟଙ୍କୁ ଭେଟିବାକୁ ନେଇ ମୁସଲିମ ବୁଦ୍ଧିଜୀବୀଙ୍କ ଉପରେ ତାତି ଉଠିଲେ ଅସାଦୁଦ୍ଦିନ ଓୱେସୀ


 


ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭଗବତ କହିଛନ୍ତି ଯେ ଯଦି ଦେଶରେ ଜନସଂଖ୍ୟାରେ ଅସନ୍ତୁଳନ ରହିଥାଏ, ତାହେଲେ ସେହି ଦେଶର ଭୌଗୋଳିକ ସୀମାରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଜନ୍ମ ହାରରେ ଅସମାନତା ସହିତ ଲୋଭ, ବାଧ୍ୟବାଧକତା ଏବଂ ଦେଶରେ ଅନୁପ୍ରବେଶ ମଧ୍ୟ ଏହାର ମୁଖ୍ୟ କାରଣ। ଜନସଂଖ୍ୟା ନିୟନ୍ତ୍ରଣ ସହିତ ଜନସଂଖ୍ୟା ସନ୍ତୁଳନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ।


ସଂଘ ମୁଖ୍ୟ କହିଛନ୍ତି ଯେ ଗୋଟିଏ ଅଞ୍ଚଳରେ ଜନସଂଖ୍ୟା ସନ୍ତୁଳନ ଖରାପ ହେବାର ଫଳାଫଳ ହେଉଛି ଇଣ୍ଡୋନେସିଆରୁ ପୂର୍ବ ତିମୋର (Indonesia to East Timor), ସୁଦାନରୁ ଦକ୍ଷିଣ ସୁଦାନ (Sudan to South Sudan) ଏବଂ ସର୍ବିଆରୁ କୋସୋଭୋ (Serbia to Kosovo) ଦେଶ ହୋଇଗଲେ। ସନାତନ ସଂସ୍କୃତି ପ୍ରଚାର କରିବା ଭାରତୀୟଙ୍କ ଦାୟିତ୍ୱ।